ମାତାଲ ପାସେଞ୍ଜର ପାଇଁ ହଟହଟା ଅଟୋ ଚାଳକ

Spread the love
ରାଉରକେଲା,୧୩/୦୪ (ସନ୍ଧାନ ନିୟୁଜ) : ମାତାଲ ପାସେଞ୍ଜରକୁ ଛାଡି ପଳାଇଲେ ଅଟୋ ଚାଳକ । ଅଟୋ ଚାଳକଙ୍କୁ କାବୁ କଲେ ଗାଁ ଲୋକେ । ପରେ ପୁରା ଘଟଣା ଆସିଲା ସାମ୍ନାକୁ । ଏଭଳି ଘଟଣା ଘଟିଛି ଅଙ୍କୁରପଲ୍ଲୀ ପଞ୍ଚାୟତର ଲଂକୋଇ ଗାଁରେ । ସୂଚାନ ଅନୁସାରେ,ରବିବାର ଜଣେ ଅଟୋ ଚଳକ ଜଣେ ପାସେଞ୍ଜର ଜଣକୁ ତାଙ୍କ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇବାକୁ ଅଟୋରେ ବସାଇ ଥିଲେ । ହେଲ ସେ ଜାଣି ନ ଥିଲେ ଅଟୋରେ ବସିଥିବା ପାସେଞ୍ଜର ଜଣକ ମାତାଲ ଅବସ୍ଥାରେ ଅଛନ୍ତି ବୋଲି । ହେଲ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପୂର୍ବରୁ ଅଟୋରେ ବସିଥିବା ପାସେଞ୍ଜର ଜଣକ ନିଶାରେ ଚୁର ଥିବାରୁ ଅଚେତ ହୋଇ ପଡିଥିଲେ । କାଳେ ପାସେଞ୍ଜର ଜଣକ ଅଟୋରୁ ପଡିଯିବେ ଭାବି ଅଟୋ ଚାଳକ ଜଣକ ତାଙ୍କୁ ଲଂକୋଇ ଗାଁର ରାସ୍ତା କଡରେ ଛାଡି ପଳାଉଥିଲେ ।Report- S Nayak

Related Posts

About The Author

Add Comment