ମାଣତ୍ରୀ ଉପଡ଼ାକଘର୧୦ଦିନ ଧରି ବନ୍ଦ ପଡ଼ିଛି  ୧୦ଟି ଶାଖା/ ଡାକଘର ଅଚଳ:୨୦ହଜାର ଉପଭୋକ୍ତା ପ୍ରଭାବିତ

Spread the love

ବଡ଼ସାହି, ୨୬/୯(ସନ୍ଧାନ ନ୍ୟୁଜ୍/ଲିଙ୍ଗରାଜ ପଣ୍ଡା):-ଚଳିତ ମାସ ୧୪ତାରିଖ ସୋମବାର ପାଖରୁ ୨୩ତାରିଖ ବୁଧବାର ପର୍ଯ୍ୟନ୍ତ ମୟୂରଭଞ୍ଜ ଜିଲା, ବଡ଼ସାହି ବ୍ଲକ ଅନ୍ତର୍ଗତ ମାଣତ୍ରୀ ଉପଡ଼ାକଘର ବନ୍ଦ ପଡ଼ିଛି । ଫଳରେ ଉପଡ଼ାକଘର ଉପରେ ନିର୍ଭଶୀଳ ଉପଭୋକ୍ତା ତଥା ଜନସାଧାରଣ ୧୦ଦିନ ଧରି ଟଙ୍କା ଦେଣନେଣ ଓ ଡ଼ାକ ସେବାରୁ ବଞ୍ଚିତ ଥିବା ଜଣାପଡ଼ିଛି । ମାଣତ୍ରୀ ଉପଡ଼ାକଘର ଅଧୀନରେ ମାଣତ୍ରୀ ସମେତ ବିଜିପୁର, ନାଖୁରା, ଶାଳଗାଁ, ଦେଓପଡ଼ା, ନୂଣକୁଆ, ଚନ୍ଦନପୁର, ମିରିଗିଦାରୀ, କୁରାଡ଼ିହା ଓ ନରଣଗାଁ ମିଶି ୧୦ଟି ଶାଖା ଡ଼ାକଘର କାର୍ଯ୍ୟ କରୁଛି । ଟଙ୍କା ଜମା ଓଉଠାଣ ଠାରୁ ଆରମ୍ଭ କରି ଚିଠିପତ୍ର ଆଦି ପାଇଁ ଏହି ଶାଖା ଡାକଘର ମାଣତ୍ରୀ ଉପଡ଼ାକଘର ଉପରେ ୬ଟି ପଞ୍ଚାୟତର ୨୦ହଜାର ଜନସାଧାରଣ ନିର୍ଭରଶୀଳ । ପରନ୍ତୁ ୧୦ଦିନ ଧରି କାର୍ଯ୍ୟାଳୟ ବନ୍ଦ ଥିବାରୁ ସମସ୍ତେ ପ୍ରଭାବିତ । ଏନେଇ ପୋଷ୍ଟ ମାଷ୍ଟର ନିହାର ରଞ୍ଜନ ବେଶ୍ରାଙ୍କ ସହିତ ଯୋଗାଯୋଗ କରିବାରୁ ସେ ଛୁଟିରେ ଥିବା କହିଛନ୍ତି । ନିଜର ସ୍ବାସ୍ଥ୍ୟ | , ଖରାପ ପାଇଁ ପ୍ରଥମେ ଛୁଟିରେ ଯାଇଥିବା ବେଳେ ତାଙ୍କର ପିତାଙ୍କର ଦେହାନ୍ତ ପାଇଁ ସେ କାର୍ଯ୍ୟରେ ଯୋଗଦେଇ ନାହାନ୍ତି । ଜିଲା ଡ଼ାକପାଳଙ୍କୁ ସେ ଘଟଣା ସମ୍ପର୍କରେ ଅବଗତ କରିଛନ୍ତି । ତେବେ କୋଭିଡ଼-୧୯ ସଂକ୍ରମଣ ଜନିତ ଜିଲାରେ କର୍ମଚାରୀ ଅଭାବ ପାଇଁ ବିକି ପୋଷ୍ଟମାଷ୍ଟର ନିଯୁକ୍ତି ଦିଆଯାଇ ନଥିବା ସେ ପ୍ରକାଶ କରିଛନ୍ତି ।

         କୋଭିଡ଼-୧୯ ସଂକ୍ରମଣ ପରିସ୍ଥିତିରେ କେନ୍ଦ୍ର ସରକାରଙ୍କ ଗୁରୁତ୍ବପୂର୍ଣ୍ଣ ଡ଼ାକସେବାକୁ ସ୍ବାଭାବିକ ରଖୁବା ପାଇଁ ତାଲାବନ୍ଦ ହେବା ଠାରୁ ସ୍ବତନ୍ତ୍ର ଗାଡ଼ିରେ ଡ଼ାକ ପରିବହନ ବ୍ୟବସ୍ଥା ସାଙ୍ଗକୁ ସେବା ଯୋଗାଇଦେବା ପାଇଁ ପ୍ରଚେଷ୍ଟା ଜାରି ରଖୁଛନ୍ତି । ମାତ୍ର ଉପାନ୍ତ ଅଞ୍ଚଳରେ ୧୦ଦିନ ଧରି ଡ଼ାକସେବା ବ୍ୟାହାତ ପାଇଁ ଜନସାଧାରଣଙ୍କୁ ବହୁମୂଲ୍ୟ ଦେବାକୁ ପଡୁଛି । ବିଳମ୍ବିତ ଶିକ୍ଷାରତୁ ପାଇଁ ବର୍ତ୍ତମାନ ପରୀକ୍ଷାଫଳ ପ୍ରକାଶ ପରେ ବିଭିନ୍ନ ଉଚ୍ଚଶ୍ରେଣୀରେ ଛାତ୍ରଛାତ୍ରଙ୍କ ନାମଲେଖା, ରହିଯାଇଥୁ ଶ୍ରେଣୀ ଓ ବିଭିନ୍ନ ପ୍ରବେଶିକା ପରୀକ୍ଷା ଆରମ୍ଭ ହୋଇଛି । ଏଣୁ ଗ୍ରାମାଞ୍ଚଳରେ ଡ଼ାକଘର ଉପରେ ନିର୍ଭଶୀଳ ଅଭିଭାବକ ଓ ଛାତ୍ରଛାତ୍ରୀ ନିଜ ନିଜ ଭାଗ୍ୟକୁ ନିନ୍ଦା କରୁଛନ୍ତି । ଅପରପକ୍ଷରେ ଗ୍ରାମାଞ୍ଚଳର ଗରିବ ଜନସାଧାରଣ ଡ଼ାକଘରେ ଏବେ ବି ଟଙ୍କା ଜମା ଓ ଉଠାଣ ଉପରେ ନିର୍ଭରଶୀଳ । ଏଥିସହିତ ସରକାରଙ୍କ । ଅନ୍ୟାନ୍ୟ ସୁବିଧା ଭାବରେ ଗୁରୁତ୍ବପୂର୍ଣ୍ଣ ଚିଠି, ବ୍ୟାଙ୍କର ଏଟିଏମ, କବହି ଓ କାଗଜପତ୍ର ଠାରୁ ଆରମ୍ଭ କରି ପାନ ଓ ଆଧାରକାର୍ଡ଼ ଭଳି ନିତ୍ୟାବଶ୍ୟକ ପ୍ରମାଣପତ୍ର ଡ଼ାକଘର ଜରିଆରେ ପ୍ରାପ୍ତ ‘ହୋଇଥାଏ। ତେବେ ଉପଡ଼ାକଘର ବନ୍ଦ  ପାଇଁ ୧୦ଟି ଶାଖାଡ଼ାକଘର ଉପରେ  ନିର୍ଭରଶୀଳ ଜନସାଧାଣ ବଞ୍ଚିତ ରହିଛନ୍ତି ।  ଗୁରୁବାର ଠାରୁ ଡାକସେବା ସ୍ବାଭାବିକ । ନହେଲେ ବଡ଼ସାହି ବ୍ଲକ ଯୁବ ବିଜେଡ଼ି ନ ପକ୍ଷରୁ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କ୍ତ କରାଯିବ ବୋଲି ସଭାପତି ନିହାର ରଞ୍ଜନ ମହାପାତ୍ର ଚେତାବନୀ ଦେଇଛନ୍ତି ।

Related Posts

About The Author

Add Comment