ମାଟ୍ରିକ ପରୀକ୍ଷା : ମାତୃଭାଷା ପ୍ରଶ୍ନପତ୍ର ଭାଇରାଲ୍

Spread the love

ଭୁବନେଶ୍ୱର, ୧୯/୨/୨୦ (ସନ୍ଧାନ ନିଉଜ) : ମାଟ୍ରିକ ପରୀକ୍ଷାର ପ୍ରଥମ ଦିନରେ ଘଣ୍ଟେ ନପୂରୁଣୁ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ଖବର ଆସିଛି। ମାତୃଭାଷା ପ୍ରଶ୍ନପତ୍ର ଭାଇରାଲ ହୋଇଛି ବୋଲି ସୂଚନା ମିଳିଛି।

କିନ୍ତୁ ଏହି ପ୍ରଶ୍ନପତ୍ର ଅସଲି କି ନକଲି ତାହା ଜଣାପଡିନଥିବା ବେଳେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଗଣମାଧ୍ୟମକୁ କହିଛନ୍ତି, ‘‘ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ଖବର ଆସିନାହିଁ। ଭାଇରାଲ ହୋଇଥିଲେ ତଦନ୍ତ କରାଯିବ। ଏଥିରେ ଯିଏ ସଂପୃକ୍ତ ଥିବ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ।”

ରିପୋର୍ଟ ଅନୁଯାୟୀ, ଧର୍ମଗଡ଼ ଅଞ୍ଚଳରେ ମୋବାଇଲରୁ ମୋବାଇଲକୁ ମାତୃଭାଷା ଓଡ଼ିଆ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ଜଣାପଡ଼ିଛି।

Related Posts

About The Author

Add Comment