ମାଟ୍ରିକ ପରୀକ୍ଷା ପାଇଁ ପୁରୀରେ ବ୍ୟାପକ ପ୍ରସ୍ତୁତି

Spread the love
ପୁରୀ, ୧୮/୨/୨୦ (ସନ୍ଧାନ ନିଉଜ) : ବୁଧବାର ଠାରୁ ଆରମ୍ଭ ହେଉଛି ମାଟ୍ରିକ ପରୀକ୍ଷା । ପୁରୀ ଜିଲ୍ଲାରେ ଏନେଇ ବ୍ୟାପକ ପ୍ରସ୍ତୁତି କରାଯାଇଛି ।  । ଜିଲ୍ଲାର 11ଟି ବ୍ଲକରେ 115ଟି ପରୀକ୍ଷା କେନ୍ଦ୍ର କରାଯାଇଥିବା ବେଳେ ପ୍ରଶ୍ନପତ୍ର ରହିବା ପାଇଁ 12ଟି ନୋଡାଲ ସେଣ୍ଟର କରାଯାଇଛି । ନୋଡାଲ ସେଣ୍ଟରମାନଙ୍କରେ 24 ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ପରୀକ୍ଷା ଦିନ ସକାଳ 6 ଟା ରୁ 8 ଟା 30 ମଧ୍ୟରେ ସବୁ ପରୀକ୍ଷା କେନ୍ଦ୍ରରେ ପ୍ରଶ୍ନପତ୍ର ପହଞ୍ଚିବ । ସେହିପରି ପରୀକ୍ଷାରେ ଶୃଙ୍ଖଳା ଓ ସ୍ବଚ୍ଛତା ଦୃଷ୍ଟିରେ ରଖି 42ଟି ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଯାଇଛି । ସେହିପରି ପ୍ରଶ୍ନପତ୍ର ଗୁଡ଼ିକରେ ତ୍ରିସ୍ତରୀୟ ସିଲ ବ୍ୟବସ୍ଥା ହୋଇଛି । ପ୍ରଶ୍ନପତ୍ର ଗୁଡ଼ିକୁ 9ଟା 45ରେ ଖୋଲାଯାଇ ପରୀକ୍ଷାର୍ଥୀଙ୍କୁ ଦିଆଯିବ । ପ୍ରଶ୍ନପତ୍ର ଭାଇରାଲକୁ ଦୃଷ୍ଟିରେ ରଖି ପରୀକ୍ଷା କେନ୍ଦ୍ରକୁ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ମୋବାଇଲ ଫୋନ ନେବା ନେଇ କଟକଣା କରାଯାଇଛି ।

Related Posts

About The Author

Add Comment