ମାଟ୍ରିକ ପରୀକ୍ଷା ପରେ କଲେଜ ପାଇଁ ଅପେକ୍ଷାରତ ବିଦ୍ୟାର୍ଥୀ

Spread the love

ରାଉରକେଲା,୦୧/୦୮/୨୦୨୦ (ସନ୍ଧାନ ନିଉଜ) : ସବୁ ଅପେକ୍ଷାର ଅନ୍ତ ଘଟାଇ ବାହାରି ସାରିଛି ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ । ଚଳିତ ବର୍ଷ ମାଟ୍ରିକ ପାସ ହାର ଆଶାଜନକ ହୋଇଥିବା ବେଳେ, ଦକ୍ଷିଣ ରାଉରକେଲା ସମେତ ସାରନଗରୀରେ ଥିବା ସରକାରୀ ଓ ବେସରକାରୀ ବିଦ୍ୟାଳୟ ଗୁଡ଼ିକରେ ପରୀକ୍ଷା ଫଳ ସନ୍ତୋଷଜନକ ରହିଥିବା ଜଣାପଡ଼ିଛି । ମାଟ୍ରିକ ପରୀକ୍ଷା ଫଳ ବାହାରିବା ପରେ ଆଶ୍ୱସ୍ତି ଲାଭ କରିଛନ୍ତି ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକ । ମାଟ୍ରିକ ପାହାଚ ଅତିକ୍ରମ କରି ସାରିବା ପରେ ଏବେ କଲେଜରେ କେଉଁ ପାଠ୍ୟକ୍ରମ( ବିଜ୍ଞାନ,କଳା, ବାଣିଜ୍ୟ)କୁ ନେଇ ଛାତ୍ରଛାତ୍ରୀ ମାନେ ପାଠ ପଢିବେ ତାହାକୁ ନେଇ ମାନସ ମନ୍ଥନ  କରୁଛନ୍ତି ଅଭିଭାବକ । ବର୍ତମାନ ଚାଲିଛି କରୋନା ବେଳା । ଲକ ଡାଉନ, ସଟ ଡାଉନ ପ୍ରକିୟା ଚାଲୁଥିବା ବେଳେ, କରୋନା ସଂକ୍ରମିତ ଅଂଚଳ କଂଟେନମେଂଟ ଜୋନ ଭାବେ ଘୋଷଣା କରାଯାଉଛି । ଏହାକୁ ଦୃଷ୍ଟିରେ ରଖି ଅଗଷ୍ଟ ୩୧ ଯାଏ ସରକାରଙ୍କ ପକ୍ଷରୁ ସ୍କୁଲ ଓ କଲେଜକୁ ବନ୍ଦ ରଖାଯାଇଛି । ଚଳିତ ବର୍ଷ କଲେଜରେ ଆବେଦନ ଅନଲାଇନ ପ୍ରକିୟାରେ ହେବାକୁ ସ୍ଥିର ହୋଇଥିବା ବେଳେ ଏହା ମାଟ୍ରିକ ପାସ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଉତ୍ସୁକତାକୁ ବଢାଇଛି । ଦକ୍ଷିଣ ରାଉରକେଲାର କିଛି ଛାତ୍ରଛାତ୍ରୀ ବର୍ତମାନ ଅନଲାଇନ ମାଧ୍ୟମରେ କୋଚିଙ୍ଗ ସେଂଟର ଗୁଡ଼ିକରେ ଶିକ୍ଷାଲାଭ କରୁଛନ୍ତି ।
ଅପରପକ୍ଷେ, ଗ୍ରାମାଂଚଳରେ ରହୁଥିବା ଛାତ୍ରଛାତ୍ରୀ ଅନଲାଇନ ଶିକ୍ଷାରୁ ବଂଚିତ ହେଉଥିବା ଅଭିଯୋଗ ହେଉଛି । ଦଶବର୍ଷର ସ୍କୁଲ ଜୀବନକୁ ପଛରେ ପକାଇ କଲେଜ ଯିବାକୁ ତରବର ହେଉଥିବା ବିଦ୍ୟାର୍ଥୀ ଜଣଙ୍କ ବାଟ ଓଗାଳିଛି କରୋନା ରୂପୀ କାଳ ରାକ୍ଷସ! କରୋନା ଯୋଗୁ ଶିକ୍ଷାବର୍ଷ ପ୍ରଭାବିତ ହେଉଥିବାରୁ ମାଟ୍ରିକ ପାସ କରିଥିବା ଛାତ୍ରଛାତ୍ରୀ ମାନେ  ଏବେ ଠାରୁ ଯୁକ୍ତ ଦୁଇ ପାଠ ପଢା ପ୍ରତି ଆଗ୍ରହ ପ୍ରକାଶ କରୁଥିବା ସାରନଗରୀ ଅଂଚଳର ଜଣେ ଶିକ୍ଷାବିତ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । ସାରନଗରୀରେ ମାଟ୍ରିକ ପରୀକ୍ଷାରେ ଆଦର୍ଶ ବିଦ୍ୟାମନ୍ଦିର, ଜ୍ଞାନୋଦୟ ଉଚ୍ଚ ବିଦ୍ୟାଳୟ,ସୋନା ପର୍ବତ ସରକାରୀ ଉଚ୍ଚ ବିଦ୍ୟାଳୟ  ବିର୍ସା ମୁଣ୍ଡା ବାଳିକା  ଉଚ୍ଚ ବିଦ୍ୟାଳୟ, ଶ୍ରୀ ଗାନ୍ଧି ବାଲ ସରକାରୀ ଉଚ୍ଚ ବିଦ୍ୟାଳୟ, ଉତ୍କଳମଣି ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ସଫଳ ପ୍ରଦର୍ଶନ କରିଛନ୍ତି । ଛାତ୍ରଛାତ୍ରୀଙ୍କ ଫଳାଫଳକୁ ନେଇ ସଂପୃକ୍ତ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀ ମାନଙ୍କ ପକ୍ଷରୁ ବିଦ୍ୟାଳୟରେ ସର୍ବୋଚ୍ଚ ନମ୍ବର ରଖିଥିବା ବିଦ୍ୟାର୍ଥୀ ଜଣଙ୍କୁ ଶୁଭେଚ୍ଛା ପ୍ରଦାନ କରାଯାଇଛି । ସାରନଗରୀର ବିଭିନ୍ନ ବିଦ୍ୟାଳୟରେ ସର୍ବୋଚ୍ଚ ନମ୍ବର ରଖି  ଶୀର୍ଷସ୍ଥାନ ରଖିବା ସହ ବିଦ୍ୟାଳୟର ଗର୍ବ ଓ ଗୌରବ ପାଲଟିଥିବା ଥିବା ଛାତ୍ରଛାତ୍ରୀ ମାନେ ଯାହା ମନକଥା ବଖାଣିଥିଲେ ।
ବହୁଦିନ ଅପେକ୍ଷା କରିବା ପରେ ମାଟ୍ରିକ ପରୀକ୍ଷା ଫଳ ବାହାରିବା ଜାଣି ଖୁବ ଖୁସି ଲାଗିଲା । ଜ୍ଞାନୋଦୟ ଉଚ୍ଚ ବିଦ୍ୟାଳୟରେ ମୋର ସ୍ଥାନ ଶୀର୍ଷରେ ରହିଛି । ପରୀକ୍ଷା ପୂର୍ବରୁ ୧୨ରୁ ୧୪ ଘଂଟା କଠିନ ପରିଶ୍ରମ କରୁଥିଲି । ଏହି ସଫଳତାର ଶ୍ରେୟ ମୁଁ ମୋର ପରିବାର ଓ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀଙ୍କୁ ଦେଇଛି । ଯୁକ୍ତ ଦୁଇ ବିଜ୍ଞାନରେ ଅଧ୍ୟୟନ କରି ସାରିବା ପରେ ଇଂଜିନିୟର ହେବାକୁ ମୋର ଲକ୍ଷ୍ୟ । କରୋନା ମହାମାରୀ ଯୋଗୁ ବର୍ତମାନ ଘରେ ରହି ପଢାପଢି କରୁଛି ବୋଲିଜ୍ଞାନୋଦୟ ଉଚ୍ଚ ବିଦ୍ୟାଳୟର ଟପ୍ପର ଘନଶ୍ୟାମ ପଣ୍ଡା ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । ସେହିପରି ଆଦର୍ଶ ବିଦ୍ୟା ମନ୍ଦିରର ଶୀର୍ଷ ସ୍ଥାନରେ ଥିବା ଛାତ୍ରୀ ସ୍ୱାଗରିକା ସାହୁଙ୍କ କହିଛନ୍ତିଯେ, ‘ବହୁଦିନ ଅପେକ୍ଷା କରିବା ପରେ ମାଟ୍ରିକ ପରୀକ୍ଷା ଫଳ ବାହାରିବା ଜାଣି ଖୁବ ଖୁସି ଲାଗିଲା । ଆଦର୍ଶ ବିଦ୍ୟା ମନ୍ଦିରରେ ମୋର ସ୍ଥାନ ଶୀର୍ଷରେ ରହିଛି । ପରୀକ୍ଷା ପୂର୍ବରୁ ୮ରୁ ୧୦ ଘଂଟା ଘରେ ପଢାପଢି କରୁଥିଲି । ମୋର ଏହି  ସଫଳତାର ଶ୍ରେୟ ମୁଁ ମୋର ବାପା, ମା ଓ ବିଦ୍ୟାଳୟର ଗୁରୁ, ଗୁରୁମାଙ୍କୁ ଦେଉଛି । କିଛି ବିଷୟରେ ଆଉ କିଛି ମାର୍କ ରହିଥାନ୍ତା, ଏହି ଫଳରେ ମୁଁ ସନ୍ତୁଷ୍ଟ ନୁହେଁ । ପରୀକ୍ଷା ଫଳ ଆଉ ଥରେ ପୁନଃ ଯାଂଚ କରିବାକୁ ସ୍ଥିର କରିଛି ।  ଯୁକ୍ତ ଦୁଇ ବିଜ୍ଞାନରେ ଅଧ୍ୟୟନ କରି ସାରିବା ପରେ ଇଂଜନିୟର ହେବାକୁ ମୋର ଲକ୍ଷ୍ୟ ରଖିଛି । କରୋନା ମହାମାରୀ ଯୋଗୁ ଅନ୍‌ଲାଇନ ମାଧ୍ୟମରେ ପଢାପଢି କରୁଛି ।

Related Posts

About The Author

Add Comment