ମାଟି ତଳୁ ୧.୫କୋଟିର ହୀରା

Spread the love

ଭୋପାଳ,୧୦/୧୦(ସନ୍ଧାନ ନିୟୁଜ): ଭୋପାଳର ଜଣେ ଶ୍ରମିକ ମାଟି ଖୋଳୁଖୋଳୁ ୧.୫କୋଟି ଟଙ୍କାର ହୀରା ଖନନ କରିଛନ୍ତି। ମୋତିଲାଲ ପ୍ରଜାପତି(୩୦) ନାମକ ଏହି ବ୍ୟକ୍ତି ଜଣକ ପାନ୍ନା ଅଞ୍ଚଳର ପରିତ୍ୟକ୍ତ ଏକ ହୀରା ଖଣିର ମାଟି ତଳୁ ଏହି ମୂଲ୍ୟବାନ ହୀରା ପାଇଛନ୍ତି। ହୀରାର ଆକାରକୁ ତର୍ଜମା କଲେ ପାନ୍ନା ହୀରା ଖଣିରୁ ଅଦ୍ୟାବଧି ଯେତେ ହୀରା ଖନନ ହୋଇଛି ସେ ତୁଳନାରେ ମୋତିଲାଲଙ୍କ ହୀରା ବେଶ୍‍ ବିଶାଳ। ମୋତିଲାଲଙ୍କ ହୀରା ୪୨.୯କ୍ୟାରେଟ୍‍ ହୋଇଥିବାବେଳେ ପାନ୍ନା ହୀରା ଖଣିରୁ ଏହା ଦ୍ୱିତୀୟ ବୃହତ ହୀରା ବୋଲି ଜଣା ପଡ଼ିଛି। ୧୯୬୧ରେ ପାନ୍ନା ହୀରା ଖଣିରୁ ୪୪.୫୫କ୍ୟାରେଟ ହୀରା ଖନନ ହୋଇଥିଲା। ମୋତିଲାଲ ଏହି ବିଶାଳ ହୀରା ଖନନ କରି ବେଶ୍‍ ଆନନ୍ଦିତ। ଆଗାମୀ ଦିନରେ ଏଥି ନିମନ୍ତେ ତାଙ୍କୁ ଯେଉଁ ଟଙ୍କା ମିଳିବ ସେଥିରେ ତାଙ୍କ ଦାରିଦ୍ର୍ୟ ଦୂର ହେବ ଆଶା ବାନ୍ଧିଛନ୍ତି ମୋତିଲାଲ। ହୀରାକୁ ନିଲାମ କଲେ ଏହାର ବଜାର ମୂଲ୍ୟ ୧.୫କୋଟିରୁ ଊଦ୍ଧ୍ୱର୍ ହେବ ବୋଲି ପାନ୍ନାର ହୀରା ଅଧିକାରୀ ସନ୍ତୋଷ ସିଂହ ସୂଚନା ଦେଇଛନ୍ତି।

Related Posts

About The Author

Add Comment