ମାଟିରେ ଲୋଟୁଛି ଗଛ, ବଢୁଛି ପ୍ରଦୂଷଣ

Spread the love

ରାଉରକେଲା, ୨୬/୧୧/୨୦ (ସନ୍ଧାନ ନିଉଜ) : ଜାତୀୟ ରାଜପଥ-୧୪୩ର ପ୍ରଶସ୍ତିକରଣ କାର୍ଯ୍ୟ ଆଗେଇ ଚାଲିଛି ।  ପୂର୍ବରୁ ଏହି ରାସ୍ତା ନିର୍ମାଣ କାର୍ଯ୍ୟ  ଆଗେଇ ଚାଲୁଥିବା ବେଳେ ଲକ ଡାଉନ ଓ ସଟଡାଉନ ସମୟରେ ନିର୍ମାଣ କାର୍ଯ୍ୟରେ ବାଧା ଉପୁଜିଥିଲା, ମାତ୍ର ଅନଲକ ପରେ ପୁଣିଥରେ ଏନଏଚ ପ୍ରଶସ୍ତିକରଣ କାର୍ଯ୍ୟ ସଂପୃକ୍ତ ଠିକା ସଂସ୍ଥା ପକ୍ଷରୁ ଜାରି ରହିଛି । ଗତ ଦୁଇ ଦିନ ତଳେ ଦେଓଗାଁ ରାସ୍ତା କଡ଼ରେ ଥିବା ଗଛ ଗୁଡ଼ିକ ନିର୍ମାଣ କାର୍ଯ୍ୟରେ ବାଧା ଉତ୍ପନ କରୁଥିବାରୁ ସେ ଗୁଡ଼ିକ କାଟି ଦିଆଯାଇଥିଲା, ସେହିପରି କିଛି ଗଛର ଡାଳ ମଧ୍ୟ କଟା ଯାଇଥିବା ପ୍ରକାଶ । ଅପରପକ୍ଷରେ ବହୁ ଦିନରୁ ସେଠାରେ ଥିବା ଗଛ ଗୁଡ଼ିକ କାଟି ଦେବା ଫଳରେ ଦେଓଗାଁ ଏକ ପ୍ରକାର ଗଛ ଶୂନ୍ୟ ହୋଇ ପଡ଼ିଛି! ଏନଏଚରେ ବିଭିନ୍ନ ଭାରୀଯାନ ଯାତାୟତ କରୁଥିବା ବେଳେ, ଏକ ଧୂଳିମୟ ପରିବେଶ ସୃଷ୍ଟି ହେଉଥିବା ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ଅଭିଯୋଗ ହୋଇଛି । ସେହିପରି ରାସ୍ତା ଠାରୁ ଅନତିଦୂରରେ ଥିବା ବିଭିନ୍ନ ଜଳଖିଆ ଦୋକାନର ଖାଦ୍ୟରେ ଧୂଳି ପଡୁଥିବା ମଧ୍ୟ ଅଭିଯୋଗ ଉଠୁଛି । ଏନଏଚ ପ୍ରଶନ୍ତିକରଣ କାର୍ଯ୍ୟ ହାତକୁ ନେଇଥିବା ଉକ୍ତ ଠିକା ସଂସ୍ଥା  ପକ୍ଷରୁ ଧୂଳି ନଉଡ଼ିବା ପାଇଁ ମାସର କେଇଦିନ ଜଳ ସିଂଚନ କରା ଯାଉଥିବା ବେଳେ, ଅନ୍ୟ ଦିନରେ  ସେ ପ୍ରତି କୌଣସି ଗୁରୁତ୍ୱ ଦିଆଯାଉନଥିବା ଯୋଗୁ ଦିନକୁ ଦିନ ଏନଏଚ-୧୪୩ ପାଶ୍ୱର୍ବର୍ତି ଅଂଚଳରେ ବାୟୁ ପ୍ରଦୂଷଣ ସମସ୍ୟା ବୃଦ୍ଧି ପାଉଛି ବୋଲି ଲୋକେ ବାରମ୍ବାର ଅଭିଯୋଗ କରି ଆସୁଥିଲେହେଁ, କୌଣସି ସ୍ଥାୟୀ ସୁଫଳ ଏଯାଏ ମିଳି ପାରୁନାହିଁ । ଏଣୁ ସ୍ଥାନୀୟ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି ।

Related Posts

About The Author

Add Comment