ମାଛ ମାରିବାକୁ ଯାଇଥିବା ବେଳେ ଯୁବକଙ୍କୁ କୁମ୍ଭୀର ନେଇଗଲା

Spread the love

ଯାଜପୁର ସଦର,୦୫ା୧୧  (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଲା ବରୀ ବ୍ଲକ୍ ଅନ୍ତର୍ଗତ ଉଦୟନାଥ ପୁର ପଂଚାୟତରେ ଜଣେ ଯୁବକୁ ମାଛ ମାରିବାକୁ ଯାଇଥିବା ବେଳେ, ମାଛ ମାରୁଥିବା ସମୟରେ ଖରୋସ୍ରୋତା ନଦୀ ମଙ୍ଗଳା ଗଣ୍ଡରେ ମାଛ ଧରୁଥିବା ବେଳେ, ଯୁବକକୁ କୁମ୍ଭୀର ଝାମ୍ପି ନେଇଥିବା ଦେଖିବାକୁ ମିଳିଥିଲା । ନଦୀର ଆର ପଟରେ ଏହି ଯୁବକର ଭାଈ ମାଛ ଧରୁଥିବା ବେଳେ, କୁମ୍ଭୀର ଝାମ୍ପି ନେଇଯିବା ଲୋକମାନେ ପାଟି କରିବାରୁ ଘଟଣା ସ୍ଥଳରେ ଗ୍ରାମର ଲୋକମାନେ ଗଣ୍ଡ ନିକଟରେ ପହଁଞ୍ôଚ ଥିଲେ । ବହୁ ଖୋଜାଖୋଜି କରିଥିଲେ ମଧ୍ୟ ଏହି ଯୁବକର ପତା ମିଳିନଥିଲା । ଘଟଣାରୁ ପ୍ରକାଶ ଯେ, ଉଦୟନାଥପୁର କହରାଗଣ୍ଡ ଗ୍ରାମର ମୁରଲୀ ମଲିକଙ୍କ ଦୁଇ ପୁଅ ସୌମ୍ୟରଂଜନ ମଲିକ(୨୫) ଏବଂ ସାନପୁଅ ସୌଭାଗ୍ୟ ମଲିକ(୨୩) ସୌଭାଗ୍ୟ ନିକଟସ୍ଥ ଗଣ୍ଡରେ ମାଛମାରିବାକୁ ଜାଲ ବିଛାଉଥିବା ବେଳେ, ଏହି ସମୟରେ ସୌଭାଗ୍ୟ ନଦୀକୁଳରେ ରହିଥିବା ବେଳେ, ବଡ଼ପୁଅ ସୌମ୍ୟରଂଜନ ନଦୀ ମଧ୍ୟରେ ଜାଲ ବିଛାଉଥିଲା । ଜାଲ ବିଛାଉଥିବା ସମୟରେ ସୌମ୍ୟ ରଂଜନଙ୍କ ଗୋଡ଼କୁ ଏକ କୁମ୍ଭୀର ଟାଣି ନେବାରୁ ସୌମ୍ୟରଂଜନ ଚିତ୍କାର କରି ସାନ ଭାଈ ସୌଭାଗ୍ୟକୁ ଡାକ ପକାଇଥିଲା । ମୋତେ କୁମ୍ଭୀର ନେଇଯାଉଚି ବୋଲି ଚିତ୍କାର କରିବାରୁ ସାନଭାଈ ଲୋକମାନଙ୍କୁ ଡାକ ପକାଇବାରୁ ଲୋକମାନଙ୍କୁ ଆଣିଲା ବେଳକୁ କୁମ୍ଭୀର ସୌମ୍ୟରଂଜନକୁ ପାଣିରେ ୨ଥର ବୁଡ଼ାଇ ଟାଣି ନେଇଯାଇଥିବା ଦେଖିବାକୁ ମିଳିଥିଲା । ସୌମ୍ୟରଂଜନକୁ ବହୁ ଖୋଜାଖୋଜି କରାଯାଇଥିଲେ ମଧ୍ୟର ତାର କୌଣସି ପତା ମିଳିନଥିଲା । ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ବହୁତ ଖୋଜା ଖୋଜି କରିଥିଲେ ମଧ୍ୟ ସୌମ୍ୟର ପତ୍ତା ମିଳିନଥିଲ । ପ୍ରତ୍ୟେକ୍ଷଦର୍ଶି ଗ୍ରାମବାସୀମାନେ ନଦୀ କୁଳରେ ଏକ ବିରାଟ କୁମ୍ଭୀର ଶୋଇଥିବା ଦେଖିବାକୁ ପାଇଥିବା ବେଳେ, କୁମ୍ଭୀରଟି ନଦୀ ପାଣିରେ ପଶି ଯାଇଥିଲା । ଏହି ଖବର ପାଇ ବରୀ ବିଧାୟିକା ସୁନନ୍ଦା ଦାସ ବରୀ ବିଜେଡ଼ିର ସାରଥି ଦେବେନ୍ଦ୍ର ଦାସ ଜିଲ୍ଲା ପରିଷଦ ଅଶୋକ ସାମଲ ତହସିଲଦାର ମାନସ ରଂଜନ ଭୋଇ ବହୁ ବିଜେଡ଼ି ନେତା ସାନ୍ତୋନା ଦେବା ସହିତ ସରକାରୀ ସହାୟତା ଯୋଗାଇଦେବା ପାଇଁ ଗ୍ରାମବାସୀମାନେ ବିଧାୟୀକାଙ୍କ ନିକଟରେ ଦାବି କରିଥିଲେ ।

Related Posts

About The Author

Add Comment