ଚଣ୍ଡିଖୋଲ, ୨୩/୧୦/୨୦୨୦ (ସନ୍ଧାନ ନିଉଜ) ଚଣ୍ଡିଖୋଲ ଅଞ୍ଚଳର ସୁଭଦ୍ରା ପୁର ଏବଂ ଚାରୀବାଟିଆ ଗ୍ରାମରେ ବିଗତ ଦୁଇଦିନ ମଧ୍ୟରେ ମାଙ୍କଡଙ୍କ ପାଦୃଭାବ୍ ହେତୁ ଦୁଇ ଜଣ ମହିଳା ମାଙ୍କଡ କାମୁଡାରେ ଆହତ ହୋଇ ପ୍ରାଥମିକ ଚିକିତ୍ସିତ ହୋଇଛନ୍ତି। ଏହିପରି ଘଟଣା ବିଗତ ଦୁଇ ବର୍ଷ ଧରି ଘଟଣା ଘଟିଆସୁଛି। ମାଙ୍କଡ ପାଦୃଭାବ୍ ଚାଷ ଏବଂ ଗ୍ରାମ ଜୀବନକୁ ପ୍ରଭାବିତ କରିଛି। ଏହି ଦୁଇଟି ଗ୍ରାମରେ ଚାଷୀମାନଙ୍କ ପରିବା ଚାଷ ମାଙ୍କଡ ମାନଙ୍କ ପାଇଁ ଉଜୁଡି ଯାଇଛି। ଚାଷୀମାନଙ୍କ ମତାମତ ଅନୁଯାୟୀ ପରିବାଚାଷ ପାଇଁ ଭିତ୍ତିଭୂମି ଥିଲେ ସୁଦ୍ଧା ମାଙ୍କଡ ମାନେ ସେମାନଙ୍କ ଜୀବିକା ଛଡ଼ାଇ ନେଇଛନ୍ତି। ଏପରିକି ଧାନ ଖଳାକୁ ଧାନ ବିଦାକୁ ନଷ୍ଟ ମଧ୍ୟ କରନ୍ତି। ଗରିବ ଲୋକ ମାନଙ୍କ ଘର୍ ଚପର୍ କୁ ନଷ୍ଟ କରିଦିଅନ୍ତି, ଯାହାକି ବର୍ଷାଦିନେ ଘର୍ ଭିତରେ ବର୍ଷାପାଣି ପଡ଼ିଥାଏ।ମାଙ୍କଡ ଦଳ ଘର୍ ଖାଦ୍ୟ ନଷ୍ଟ କରିବା ଏକ ନିତିଦିନିଆ ଘଟଣା । କିନ୍ତୁ ମାଙ୍କଡ ଛୋଟପିଲା, ମହିଳାଙ୍କୁ ଆକ୍ରମଣ କରିବା ଧୀରେ ଏକ ନିତିଦିନିଆ ଘଟଣାରେ ହେଲାଣି। ଗ୍ରାମର କିଛି ବୁଦ୍ଧିଜୀବି ପ୍ରଶାସନ ଏବଂ ଜଙ୍ଗଲ ଅଧିକାରୀ ଆବଶ୍ୟକ ପଦକ୍ଷେପ ନେବାର ଆବଶ୍ୟକ ଅଛି ମତ୍ ଦେଇଥିଲେ।
ମାଙ୍କଡ଼ କାମୁଡ଼ା ରେ ଦୁଇ ମହିଳା ଆହତ
|
October 24, 2020 |