ମାଗଣା କଲିଂ ପରେ ଏବେ ଜିଓ କରିବ ଆଉ ଏକ ବଡ଼ ଧମାକା, ଶସ୍ତାରେ ମିଳିବ ବ୍ରଡବ୍ୟାଣ୍ଡ-ଲ୍ୟାଣ୍ଡଲାଇନ୍‌-ଟିଭିର କମ୍ବୋ ଅଫର

Spread the love

ନୂଆଦିଲ୍ଲୀ, ୨୩/୪ (ସନ୍ଧାନ ନିୟୁଜ) : ଆପଣଙ୍କୁ ବ୍ରଡବ୍ୟାଣ୍ଡ, ଲ୍ୟାଣ୍ଡଲାଇନ୍‌ ଫୋନ୍‌ ଓ ଡିଟିଏଚ କନେକ୍‌ସନ୍‌ ପାଇଁ ଅଲଗା ଅଲଗା ବିଲ୍‌ ପୈଠ କରିବାକୁ ହୋଇଥାଏ। ସମସ୍ତଙ୍କ ବିଲ୍‌ ଅଲଗା ଅଲଗା ଭାବେ ପୈଠ କରିବା ପାଇଁ ଅସୁବିଧା ବି ହୋଇଥାଏ। ଏଥିସହିତ ଅଧିକ ଟଙ୍କା ବି ଖର୍ଚ୍ଚ କରିବାକୁ ପଡ଼ିଥାଏ। ଏପରି କ୍ଷେତ୍ରରେ ଯଦି ତିନିଟି ସର୍ଭିସ୍‌ ଆପଣଙ୍କୁ ଗୋଟିଏ କନେକ୍‌ସନ୍‌ରେ ମିଳିଯିବ ତେବେ କେତେ ସୁବିଧା ହୋଇଥାଆନ୍ତା ବୋଲି ଆପଣ ଭାବୁ ଥାଇ ପାରନ୍ତି। ତେବେ ଆପଣଙ୍କ ଏହି ଇଚ୍ଛା ଖୁବ୍‌ ଶୀଘ୍ର ପୂରଣ ହେବାକୁ ଯାଉଛି। ଏହି ସମସ୍ତ ସେବା ପାଇଁ ଆପଣଙ୍କୁ ମାସକୁ ମାତ୍ର ୬୦୦ଟଙ୍କା ପୈଠ କରିବାକୁ ପଡ଼ିବ।

ମୁକେଶ ଆମ୍ବାନୀଙ୍କ ନେତୃତ୍ୱ ଥିବା ରିଲାଏନ୍ସ ଇଣ୍ଡଷ୍ଟ୍ରିର ଦୂରସଞ୍ଚାର କମ୍ପାନି ରିଲାଏନ୍ସ ଜିଓ GigaFiber କନେକ୍‌ସନ୍‌ର ଅନ୍ତର୍ଗତ ୬୦୦ଟଙ୍କାରେ ଏହି ସମସ୍ତ ସେବାକୁ ଏକାଠି ନେଇ ଆସୁଛି। କେବଳ ଏତିକି ନୁହେଁ ଅତିରିକ୍ତ ସୁବିଧା ସହିତ ୧୦୦୦ଟଙ୍କାର ହୋମ ନେଟଓ୍ଵାର୍କରେ GigaFiberର କନେକ୍‌ସନ୍‌ ଜରିଆରେ ଅତିବେଶୀରେ ୪୦ ଡିଭାଇସ୍‌ର କନେକ୍ଟ କରି ପାରିବେ ଗ୍ରାହକ।

Related Posts

About The Author

Add Comment