ମାଓବାଦୀ ଦୁଇ ଜଣଙ୍କୁ ହତ୍ୟା କରିଥିବା ଅଞ୍ଚଳରେ ଆଉ ଜଣକୁ ହତ୍ୟା

Spread the love

ବାଲିଗୁଡା, ୦୫/୦୨/୨୧ (ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ): ଆଉ ଜଣଙ୍କ ସନ୍ଦେହଜନକ ଭାବେ ଶବ ମିଳିବା ଘଟଣା ପରେ କନ୍ଧମାଳ ଜିଲ୍ଲା ବେଲଘର ଥାନା ଭଣ୍ଡରଙ୍ଗିରେ ମାଓ ଆତଙ୍କ ଖେଳିଯାଇଛି। ଶତାଧିକ ମାଓବାଦୀ ଏବେ ବେଲଘର ନିକଟ ଜଙ୍ଗଲରେ ଠୁଳ ହୋଇଥିବ‌ା ଶୁଣାଯାଉଛି। ଗାଁ ଲୋକ ମୁହଁ ଖୋଲୁନଥିବା ବ‌େଳେ ବାହାରକୁ କିମ୍ବା ଜଙ୍ଗଲକୁ ମଧ୍ୟ ଯାଉନାହାନ୍ତି। ଗତକାଲି ରାତିରେ ପୁଣି ଜଣକୁ ହତ୍ୟା କରିଥିବା ଶୁଣାଯାଉଛି। କିନ୍ତୁ ଏ ନେଇ କୌଣସି କେହି ସ୍ପଷ୍ଟ ସୂଚନା ଦେଉ ନଥିବା ବେଳେ ଗ୍ରାମବାସୀ ବି ଏ ନେଇ କିଛି ମୁହଁ ଖୋଲୁନାହାନ୍ତି। ଏ ସମ୍ପର୍କରେ ପୁଲିସ ବି କିଛି କହୁନଥିବା ବେଳେ ଜନୈକ ପୁଲିସ ଅଧିକାରୀଙ୍କ କହିବା ପ୍ରକାରେ ଗ୍ରାମରେ ପୀତାମ୍ବର ପାତ୍ର ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। କିନ୍ତୁ କେଉଁ କାରଣରୁ ମୃତ୍ୟୁ ହେଇଛି ସେ ନେଇ ପୁଲିସ ନିକଟରେ କୌଣସି ଖବର ନଥିବା କହିଛନ୍ତି। ଏଭଳି ଘଟଣାରେ ପରିବାର କିମ୍ବା ଗ୍ରାମବାସୀ କାହାରିକୁ ନ ଜଣାଇ ଅନ୍ତିମ ସଂସ୍କାର କରିଦେବା ପରେ ଏନେଇ ସନ୍ଦେହ ସୃଷ୍ଟି ହୋଇଛି।ସୂଚନା ମୁତାବକ ଗତ ଶୁକ୍ରବାର ବିଳମ୍ବିତ ରାତିରେ ମାଓବାଦୀଙ୍କ ଦ୍ବାରା ହତ୍ୟା ହୋଇଥିବା ସ୍ଥାନୀୟ ସରପଞ୍ଚଙ୍କ ପୁଅ ଭବାନୀ ଶଙ୍କର ପାତ୍ରଙ୍କ ସହ ପୀତାମ୍ବର ମିଶି ଭଣ୍ଡରଙ୍ଗି ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଏକ ଦୋକାନ ଗୃହ ମଧ୍ୟରେ ଶୋଇଥିଲେ। ଏହା ପରେ ମାଓବାଦୀ ପୀତାମ୍ବରଙ୍କୁ ଡାକିବା ସହ ସମ୍ମୁଖରେ ଭବାନୀକୁ ହତ୍ୟା କରିଥିଲେ। ଏବଂ ପୁଲିସକୁ ସୂଚନା ନଦେବା ପାଇଁ ପୀତାମ୍ବରଙ୍କୁ ତାଗିଦ କରିଥିଲେ। ପୁଲିସ ସୂଚନାଦାତା ମାନେ ପ୍ରଜାକୋର୍ଟରେ ଆତ୍ମସମର୍ପଣ କରିବାକୁ ଚେତାବନୀ ଦେଇଥିଲେ। ସେହିଦିନ ଠାରୁ ପୀତାମ୍ବର ଭୟଭୀତ ହୋଇ ରହିଥିଲେ।

Related Posts

About The Author

Add Comment