ମାଇଁ ସହ ଶାରୀରିକ ସମ୍ପର୍କ ମାମୁଁଙ୍କୁ ହତ୍ୟା କଲା ଭଣଜା

Spread the love
ଆନନ୍ଦପୁର, ୩୦/୧୦ (ସନ୍ଧାନ ନିୟୁଜ୍/ପ୍ରଶାନ୍ତ ସାମଲ ) : ମୃତ୍ୟୁର ଦଶାହ ଦିନ ସ୍ତ୍ରୀର ଆତ୍ମହତ୍ୟା ।ଧରା ପଡିଲା ହତ୍ୟାକାରୀ ଭଣଜା ନିଜ ମାଇଁ ସହ ଅବୈଧ ସମ୍ପର୍କକୁ ନେଇ ମାମୁଁଙ୍କୁ କରିଥିଲା ହତ୍ୟା । ଘଟଣା ପ୍ରଘଟ ହେବାପରେ ଲୋକ ଲଜ୍ଜାରେ ମାଇଁ କରିଥିଲେ ଆତ୍ମହତ୍ୟା । କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ହରିପୁର ଗ୍ରାମରେ ଗତ ୨୧ ରିଖଦିନ ରାସ୍ତା କଡ଼ରୁ ଗୋବର୍ଦ୍ଧନ ନାଥଙ୍କ ମୃତ ଦେହ ଉଦ୍ଧାର ହୋଇଥିଲା ।ଏହି ଘଟଣାର ପ୍ରକୃତ ରହସ୍ୟ ସାମ୍ନାକୁ ଆସିନଥିଲା ବେଳେ ଆଜି ଗୋବର୍ଦ୍ଧନଙ୍କ ଦଶାହରେ ସ୍ତ୍ରୀ ମାମା ନିଜ ଘରେ ପଙ୍ଖାରେ ରସି ଲଗାଇ ଆତ୍ମହତ୍ୟା କରିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।ଗୋବର୍ଦ୍ଧନଙ୍କ ମୃତ୍ୟୁ ପଛରେ ସ୍ତ୍ରୀ ମମାର ନିଜ ଭଣଜାଙ୍କ ସହ ଶାରୀରିକ ସମ୍ପର୍କ ହିଁ ଏକମାତ୍ର କାରଣ ବୋଲି ଜଣାପଡିଛି ।ଗତ ୨୧ ତାରିଖ ଦିନ ଗୋବର୍ଦ୍ଧନଙ୍କ କ୍ଷତ ବିକ୍ଷତ ମୃତ୍ୟୁ ଦେହ ଉଦ୍ଧାର ପରେ ସନ୍ଧେହରେ ରହିଥିଲା ।ରାମଚନ୍ଦ୍ରପୁର ପୋଲିସ ବିଭିନ୍ନ ଦିଗରୁ ତଦନ୍ତ କରିବା ପରେ ଭଣଜା ଗଣିଆର ନିଜ ମାଇଁ ସହ ଶାରୀରିକ ସମ୍ପର୍କ ଥିବାରୁ ପ୍ରମାଣ ପାଇବା ପରେ ଗତ କାଲି ଗଣିଆକୁ ଥାନାକୁ ଉଠାଇ ଆଣିଥିଲା ରାମଚନ୍ଦ୍ରପୁର ପୋଲିସ ।ପୋଲିସି ନିକଟରେ ନିଜ ମାମୁଁଙ୍କୁ ହତ୍ୟା କରିଛିବୋଲି ସ୍ୱୀକାର କରିଛି ଗଣିଆ ।ଏଥିସହ ନିଜ ମାଇଁ ସହିତ ଦୀର୍ଘ ଦିନହେବ ଶାରୀରିକ ସମ୍ପର୍କରଥିଲା ବୋଲି।ମଧ୍ୟ ପୋଲିସ ନିକଟରେ ବୟାନ ଦେଇଥିବା ରାମଚନ୍ଦ୍ରପୁର ଥାନା ଅଧିକାରୀ କହିଛନ୍ତି ।ଏ ସବୁ ଘଟଣା ଜାଣିପାରି ଲୋକଲଜ୍ୟା ଭୟରେ ମାଇଁ ମାମା ଆଜି ଘର ଭିତରେ ପଙ୍ଖାରେ ରସି ଲଗାଇ ଆତ୍ମହତ୍ୟା କରିଥିବା ସ୍ଥାନୀୟ ଲୋକମାନେ ସନ୍ଧେହ କରିଛନ୍ତି ।ପୋଲିସ ମୃତ୍ୟୁ ଦେହ ଜବଦ କରି ବେବଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛି ।

Related Posts

About The Author

Add Comment