ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ଠାରୁ ଟଙ୍କା ହଡପ ଅଭିଯୋଗ

Spread the love

ନୀଳଗିରି, ୦୪.୦୨.୨୦୨୧(ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା):- ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଙ୍କ ଠାରୁ ଜଣେ ବ୍ୟକ୍ତି ଟଙ୍କା ହଡପ କରିଥିବା ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ ନୀଳଗିରି ଥାନା ଅଧିନ ବଣଭୂଇଁ ଅଂଚଳର ଏକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ବନ୍ଦନା ବ୍ୟାଙ୍କରୁ ଜଣେ ସଭ୍ୟା ପିଛା ୩୦ ହଜାର ଟଙ୍କା ଋଣ ଆଣିଥିଲେ। ଗତ ୨ ତାରିଖ ଦିନ ଗ୍ରୁପ ଟଙ୍କା ମାଗିବା ପାଇଁ ସଦସ୍ୟା ମାନେ ଋଣ ନେଇଥିବା ବ୍ୟକ୍ତିଙ୍କ ଘରକୁ ଯାଇଥିଲେ। ନେଇଥିବା ସଦସ୍ୟା ସଂଧ୍ୟା ସିଂ ଟଙ୍କା ସୁଝିବାକୁ ମନା କରିଦେଇଥିଲେ । ଘଟଣା କୁ ନେଇ ତାଙ୍କୁ ଅନ୍ୟ ସଦସ୍ୟା ବୁଝାଉଥିବା ବେଳେ କୁମୁଡିହା ଗ୍ରାମର ରାଜୁ ସିଂ ହଠାତ ଗାଳିଗୁଲଜ କରିବା ସହ ଧମକ ଦେଇଥିଲେ । ରାଜୁ ସିଂ ହେଉଛନ୍ତି ସନ୍ଧ୍ୟା ସିଂଙ୍କ ଦେଢଶୁର । ସେ ତାଙ୍କ ସାନଭାଇଙ୍କ ଠାରୁ ଏହି ଟଙ୍କା ଆଣିଥିବା ଏହି ଟଙ୍କା ସେ ନଦେବାରୁ ଏଭଳି ବିବାଦ ଉପୁଜିଛି । ଘଟଣାକୁ ନେଇ ଗାଁରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିବାବେଳେ ଆଜି ସ୍ୱୟଂସହାୟିକା ଗୋଷ୍ଠିର ସଦସ୍ୟା ଝରଣା ସିଂ, ଦୀପାଞ୍ଜଳି ମଲ୍ଲିକ, ତୁଳସୀ ଦେହୁରୀ, ନିରୂପମା ନାୟକ, ମିଲି ପ୍ରଧାନ, ମାମି ଦେହୁରୀ, ରଶ୍ମିତା ଦେହୁରୀ, ପାନମଣି ସିଂ, ସୌଦାମିନୀ ମଳିକଙ୍କ ସମେତ ଅନ୍ୟ ସଦସ୍ୟା ନୀଳଗିରି ଥାନାରେ ପହଂଚି ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ଘଟଣାକୁ ଗୁରୁତର ସହ ନେଇଥିବା ଜଣାପଡିଛି ।

Related Posts

About The Author

Add Comment