ମହିଳା ଦୁଷ୍କର୍ମକାରୀଙ୍କୁ ବିଜେଡି ଟିକେଟ; ଏକାବେଳେ ବିଜେପିର ଅପରାଜିତା,ପ୍ରଭାତୀ,ଲେଖାଶ୍ରୀ ନାରୀନେତ୍ରୀଙ୍କ ସ୍ୱର

Spread the love

ମହିଳା ଦୁଷ୍କର୍ମକାରୀଙ୍କୁ ବିଜେଡି ଟିକେଟ; ଆକ୍ଷେପ କଲେ ଅପରାଜିତା,ପ୍ରଭାତୀ,ଲେଖାଶ୍ରୀ: ଟାର୍ଗେଟରେ ଅନନ୍ତ,ପ୍ରଦୀପ,ମହେଶ୍ବର

ଭୁବନେଶ୍ୱର ୬/୪ (ସନ୍ଧାନ ନିୟୁଜ/ସନ୍ତୋଷ ରାଉତ):ମହିଳା ଦୁଷ୍କର୍ମକାରୀ ମାନଙ୍କୁ ଟିକେଟ ଦେଇ ମହିଳା ବିରୋଧୀର ପରିଚୟ ଦେଇଛନ୍ତି ନବୀନ ପଟ୍ଟନାୟକ।ଏ’ ନେଇ ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଏକ ପ୍ରେସ ମିଟରେ ନବୀନ ପଟ୍ଟନାୟକଙ୍କୁ ଆକ୍ଷେପ କରିଛନ୍ତି ଓଡ଼ିଶା ବିଜେପିର ତିନି ପ୍ରମୁଖ ନେତ୍ରୀ ଭୁବନେଶ୍ୱର ଲୋକସଭା ପାର୍ଥିନୀ ଅପରାଜିତା ଷଡ଼ଙ୍ଗୀ, ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡ଼ା ଏବଂ ରାଜ୍ୟ ସମ୍ପାଦିକା ଡଃ: ଲେଖାଶ୍ରୀ ସାମନ୍ତସିଂହାର।

ପ୍ରଥମେ ଅପରାଜିତା ଷଡ଼ଙ୍ଗୀ କହିଥିଲେ, “ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ ୨୦୧୬ ରିପୋର୍ଟ ଅନୁଯାୟୀ ନାରୀ ନିର୍ଯ୍ୟାତନା, ଦୁଷ୍କର୍ମ ଏବଂ ଘରୋଇ ହିଂସା କ୍ଷେତ୍ରରେ ଓଡ଼ିଶା ଦେଶରେ ତୃତୀୟ ସ୍ଥାନରେ ଥିଲା।ତେଣୁ ନାରୀ ସୁରକ୍ଷା ଏବଂ ରାଜନୀତିରେ ସ୍ୱଚ୍ଛତା ନେଇ ସମସ୍ତେ ଚିନ୍ତା କରିବାର ଆବଶ୍ୟକତା ଅଛି।କିନ୍ତୁ ଏହା ଘୋର ଚିନ୍ତାଜନକ ବିଷୟ ବିଜେଡି ଭୁବନେଶ୍ୱର ଉତ୍ତରରୁ ଏପରି ଜଣେ ଲୋକକୁ ପାର୍ଥି କରିଛନ୍ତି, ଯିଏ ମହିଳା ଦୁଷ୍କର୍ମ ଘଟଣାରେ ନିଜେ ଜଡ଼ିତ।ତାଙ୍କ କଥା ଏବେ ସବୁଆଡ଼େ ଚର୍ଚ୍ଚା।ମୋବାଇଲରୁ ମୋବାଇଲ ଘୁରି ବୁଲୁଛି ତାଙ୍କର ସେକ୍ସ ଭିଡିଓ।ରୁଷି ହତ୍ୟା ଘଟଣାରେ ସେ ଜଡ଼ିତ।ନାଁ ନ’ ନେଇ, ସେ ବିଏମସିର ପୂର୍ବତନ ମେୟର।ତାଙ୍କ ନାଁ’ ସମସ୍ତେ ଜାଣନ୍ତି ବୋଲି କହିଥିଲେ ଅପରାଜିତା।ଏବଂ ସେ ନିର୍ଦ୍ଦିଷ୍ଟ ଭାବରେ ସେହି ପାର୍ଥିଙ୍କ ନାମ ପ୍ରତ୍ୟାହାର କରିବାକୁ ଦାବି କରିଥିଲେ।ଏହା ସହ ଏହିପରି ଆହୁରୀ ଅନେକ ପାର୍ଥିଙ୍କର ପ୍ରୋଫାଇଲ ଆମେ ଦେଖିଛୁ।ଏଣେ ନାରୀ ସଶକ୍ତିକରଣ କଥା କହି ଏପରି ପାର୍ଥିଙ୍କୁ ଟିକେଟ ଦେବା କେବଳ ଲିପ ସର୍ଭିସ (ଭାଷଣ ବାଜୀ) ବୋଲି କହିଥିଲେ ଅପରାଜିତା।ଏହାପରେ ଅପରାଜିତା ସେଠାରୁ ଚାଲି ଯାଇଥିଲେ।

Related Posts

About The Author

Add Comment