ମହିଳା ଡାକ୍ତରଙ୍କ ଉପରେ କରୋନା ରୋଗୀଙ୍କ ଆକ୍ରମଣ

Spread the love

ନୂଆଦିଲ୍ଲୀ, ୧୬/୦୪ (ସନ୍ଧାନ ନିୟୁଜ) : ଭାରତର କରୋନା ଭାଇରସ ବିରୁଦ୍ଧରେ ଯୋଦ୍ଧାଭାବେ ଲଢେଇ କାରୁଥିବା ସ୍ୱାସ୍ଥ୍ୟକର୍ମୀମାନଙ୍କୁ ବିଭିନ୍ନ ସ୍ଥାନରେ ଆକ୍ରମଣ କରାଯାଉଥିବା ପରି ଦୁର୍ଭାଗ୍ୟଜନକ ଘଟଣା  ଦିଲ୍ଲୀରେ ଘଟିଛି। ବୁଧବାର ଦିଲ୍ଲୀର ଲୋକନାୟକ ଜୟପ୍ରକାଶ ନାରାୟଣ ହସପିଟାଲରେ ଜଣେ ମହିଳା ଡାକ୍ତରଙ୍କୁ ତାବଲିଗି ଜମାତର ଲୋକମାନେ ଦୁର୍ବ୍ୟବହାର ପ୍ରଦର୍ଶନ ସହ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

ଏହି ଘଟଣା ପରେ ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କହିଛନ୍ତି ସଂପୃକ୍ତ ଲୋକମାନେ କେବଳ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ। ଆକ୍ରମଣ କରିନାହାନ୍ତି। ଯେଉଁମାନେ ଏଭଳି କରିଛନ୍ତି ସେମାନଙ୍କ ବିରୁଦ୍ଧରେ ଏଫାଇଆର ରୁଜ୍ଜୁ ହୋଇଛି। ଘଟଣାକୁ ଦିଲ୍ଲୀ ରେସିଡେଣ୍ଟ ଡାକ୍ତର ସଂଘ ନିନ୍ଦା କରିବା ସହ ସୁରକ୍ଷା ପାଇଁ ଦାବି କରିଛି। ସଂଘ ପକ୍ଷରୁ କୁହାଯାଇଛି ଡାକ୍ତରଖାନାରେ ମୁତୟନ ହୋଇଥିବା ସୁରକ୍ଷାକର୍ମୀମାନଙ୍କୁ ସୁରକ୍ଷା ଉପକରଣ ଦିଆଯାଇନଥିବାରୁ ସେମାନେ ଓ୍ୱାର୍ଡ ମଧ୍ୟକୁ ପ୍ରବେଶ କରିପାରୁନାହାନ୍ତି।

Related Posts

About The Author

Add Comment