ମହିଳା ଓକିଲଙ୍କ ସହିତ ଦୁଷ୍କର୍ମ, ହତ୍ୟା ଉଦ୍ୟମ

Spread the love

ନୂଆଦିଲ୍ଲୀ, ୨୧/୦୫ (ସନ୍ଧାନ ନିଉଜ): ଏକ ଦୁଷ୍କର୍ମ ଘଟଣା ରାଜଧାନୀ ଦିଲ୍ଲୀର ଜାଙ୍ଗପୁରା ଏକ୍ସଟେନ୍ସନ୍ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ପିଡ଼ି଼ତା ଯୁବତୀ ଜଣଙ୍କ ବୃତ୍ତିରେ ଜଣେ ଓକିଲ। ମୁଖା ପିନ୍ଧା ଅପରାଧୀ ଏପରି ଘଟଣା ଘଟାଇଛି। ଦୁଷ୍କର୍ମ ପରେ ପିଡ଼ି଼ତାଙ୍କୁ ତଣ୍ଟି ଚିପି ହତ୍ୟା କରିବାକୁ ଉଦ୍ୟମ କରାଯାଇଥିଲା। ଅପରାଧୀ ଜଣଙ୍କ ପିଡ଼ି଼ତାଙ୍କ ଏଟିଏମ୍ କାର୍ଡ ଏବଂ ପିନ୍ ନମ୍ବର ନେଇ ଆକାଉଣ୍ଟରୁ ଟଙ୍କା ଉଠାଇବାକୁ ଚେଷ୍ଟା ମଧ୍ୟ କରିଥିଲା।

ପିନ୍ ନମ୍ବର ପ୍ରକାଶ ନକରିବାରୁ ପିଡ଼ି଼ତାଙ୍କ ସହିତ ମାରପିଟ୍ କରଯାଇଥିଲା। ଯୁବତୀ ଜଣଙ୍କ ବାଲକୋନିରେ ଠିଆ ହୋଇ ମୋବାଇଲରେ ଭିଡିଓ ଦେଖୁଥିବା ସମୟରେ ମୁଖା ପିନ୍ଧା ବଦମାସ ଜଣଙ୍କ ପାଚେରୀ ଡେଇଁ ଭିତରକୁ ଚାଲି ଆସିଥିଲା ଏବଂ ଛୁରୀ ଦେଖାଇ ଯୁବତୀଙ୍କ ସହିତ ଏପରି ଘୃଣ୍ୟ କାଣ୍ଡ କରିଥିଲା।

ଏହାର ପ୍ରତିବାଦ କରିବାରୁ ପୀଡିତାଙ୍କ ତଣ୍ଟି ଚିପି ହତ୍ୟା କରିବାକୁ ଉଦ୍ୟମ କରାଯାଇଥିଲା। ପିଡ଼ି଼ତା ଯୁବତୀ ଜଣଙ୍କ ଜଙ୍ଗପୁରା ଏକ୍ସଟେନ୍ସନ୍ ଅଞ୍ଚଳରେ ଏକ ଭଡ଼ା ଘରେ ରହୁଥିଲେ। ପେଶାରେ ସେ ଜଣେ ଓକିଲ। ଲକ୍ ଡାଉନ୍ କାରଣରୁ ସ୍ଥାନେ ସ୍ଥାନେ ପୋଲିସ୍ ରହୁଥିବା ବେଳେ ଏପରି ଘଟଣା ଘଟିବା ଆଶ୍ଚର୍ଯ୍ୟ ପ୍ରକଟ କରୁଛି। ମୁଖା ପିନ୍ଧିଥିବାରୁ ଅଭିଯୁକ୍ତକୁ ଚିହ୍ନଟ କରିବାରେ ସମସ୍ୟା ସୃଷ୍ଟି ହୋଇଛି। ଏନେଇ ଏକ ମାମଲା ରୄଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି।

Related Posts

About The Author

Add Comment