ମହିଳା ଆର.ଆଇଙ୍କୁ ମାଡମାରି ଛଡାଇନେଲେ ମାଙ୍କଡା ବୋଝେଇ ଟକ୍ର: ଜିଲ୍ଲା ପରିଷଦ ସଭ୍ୟା ଓ ସ୍ୱାମୀଙ୍କ ନାମରେ ଏତଲା

Spread the love

କୁକୁରକୁ ହାତ କାମୁଡା ଶିକ୍ଷାଦେଇଥିଲା କିଏ?
ପୂର୍ବରୁ ବନ ବିଭାର ଧରି କଣ ପାଇ ମାମଲା ନକରି ଗାଡିକୁ ଛାଡିଦେଇଥିଲା?
ମିଳିମିଶି ଲୁଟିବାର ଫଳ ଭୋଗିଲାକି ପ୍ରଶାସନ?

ବଡଚଣା, ୪/୪ (ସନ୍ଧାନ ନିୟୁଜ)- ଦର୍ପଣ ତହସିଲ ଅଂଚଳରେ ଗତ କିଛି ବର୍ଷ ଧରି ବେଆଇନ୍ ମାଙ୍କଡା ପଥର ଚୋରା ଚାଲାଣ ବୃଦ୍ଧି ପାଉଥିଲେ ମଧ୍ୟ ପ୍ରଶାସନ ନିରବଦ୍ରଷ୍ଟ । ପାଲଟିଛି । ରାଜନେତା ମାନେ ଏହି ଚୋରା କାରବାରରେ ସମ୍ପୃକ୍ତ ଥିବାରୁ ପୋଲିସ କିମ୍ଭା ପ୍ରଶାସନ ସେମାନଙ୍କ ଉପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁନାହାନ୍ତି । ଏଥିରେ ଶାସକ ଦଳ ସମେତ ସବୁ ରାଜନୌତିକ ଦଳର ନେତା ଓ କର୍ମୀ ସାମିଲ ହୋଇ ହରିଲୁଟୁ କରୁଥିବା ନେଇ କଥା ଗୁରୁବାର ପଦାକୁ ଆସିଛି । ବଡଚଣା ନିର୍ବାଚନ ମଣ୍ଡଳୀ ୧୬ନଂ ଜୋନର ଜିଲ୍ଲା ପରିଷଦ ସଭ୍ୟା ବିନୋଦିନୀ ସାହୁ ଓ ତାଙ୍କ ସ୍ୱାମୀ ଦାଦାଗିରି କରି ଜଣେ କର୍ତ୍ତବ୍ୟ ରତ ମହିଳା ଆର.ଆଇଙ୍କୁ ମାଡ ମାରି ଜବତ ହୋଇଥିବା ବେଆଇନ୍ ମାଙ୍କଡା ବୋଝେଇଥିବା ଟକ୍ରକୁ ଛଡାଇନେବା ଘଟଣା ବଡଚଣା ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଏ ସମ୍ପର୍କରେ ମହିଳା ଆର.ଆଇ ସୁରୁ ସୋରେନ୍ ବଡଚଣା ଥାନାରେ ଏତଲା ଦେଇଛନ୍ତି । ସୂଚନା ଥାଉକି, ଗୁରୁବାର ଅପରାହ୍ନରେ ବେଆଇନ୍ ମାଙ୍କଡା ବୋଝେଇ କରି ଆସୁଥିବା ନଂ- ଓଆର୦୪ସି-୬୦୩୫ ଟକ୍ରକୁ ଦର୍ପଣଗଡ ମହିଳା ଆରଆଇ ସୁରୁ ସୋରେନ୍ ଦୋଳମୁଣ୍ଡାଇ ଛକରେ ଅଟକାଇ ବୋଝେଇ ହୋଇଥିବା ମାଙ୍କଡାର କାଗଜପତ୍ର ମାଗିଥିଲେ । ତେବେ ଚାଳକ ତାଙ୍କୁ ଖାତିରି ନକରି ଆଗକୁ ମାଡି ଯିବାରୁ ମହିଳା ଆରଆଇ ଜଣଙ୍କ ଉପସ୍ଥିତ ବୁଦ୍ଧି ଖଟାଇ ଟକ୍ର ଆଗରେ ତାଙ୍କ ସ୍କୃଟିକୁ ଥୋଇ ଗାଡିକୁ ଅଟକାଇଥିଲେ । ପରେ ଗାଡିର ଚାଳକ ଠାରୁ ଚାବି ଜବତ କରିବା ସହ ପୋଲିସକୁ ଖବର ଦେଇଥିଲେ । ତେବେ ଘଟଣାସ୍ଥଳରେ ପୋଲିସ ପଂହଚିବା ପୂର୍ବରୁ ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟା ଓ ତାଙ୍କ ସ୍ୱାମୀ ଘଟଣାସ୍ଥଳରେ ପହଂଚି ଗାଡି ଚାଳକ ସାହାର୍ଯ୍ୟରେ ମହିଳା ଆର.ଆଇଙ୍କ ଅଶ୍ଳିଳ ଭାଷରେ ଗାଳି ଗୁଲଜ କରିବା ସହ ମାଡ ମାରି ଟକ୍ର ଆଗରୁ ସ୍କୁଟିକୁ ହଠାଇଦେଇ ଆଉ ଏକ ଚାବି ଦ୍ୱାରା ମାଙ୍କଡା ବୋଝେଇ ଗାଡିକୁ ଛଡାଇ ନେଇଥିବା ବଡଚଣା ଥାନାରେ ଆର.ଆଇ ସୁରୁ ସୋରେନ ଲିଖିତ ଏତଲା ଦାୟର କରିଛନ୍ତି ।ପୂର୍ବରୁ କିଛିଦିନ ତଳେ ଏହି ନିଦ୍ଧିଷ୍ଟ ଗାଡିଟି ଜଙ୍ଗଲ ଜମିରୁ ମାଙ୍କଡା ଲୋଡ କରୁଥିବାା ସମୟରେ ତହସିଲଦାରଙ୍କ ନିଦେ୍ର୍ଧା କ୍ରମେ ବନବିଭାଗ କର୍ମଚାରୀ ମାନେ ଗାଡିଟିକୁ ଜବତ କରି ଚଣ୍ଡିଖୋଲ ସ୍ଥିତ ବନବିଭାଗ କାର୍ଯ୍ୟଳୟରେ ରଖିଥିଲେ । ଦୀର୍ଘ ୧୫ଦିନରୁ ଉର୍ଦ୍ଧ ସମୟ ଧରି ଗାଡିଟି ବନବିଭାଗ କାର୍ଯ୍ୟଳୟ ବାହାରେ ରହିବା ପରେ ତହସିଲ ଆଫିସରେ ଜୋରିମାନା ଦେଇ ଟକ୍ରଟିକୁ ମୁକାଳାଇ ବନପାଳ ଚଣ୍ଡିଖୋଲ ବନପାଳ ପ୍ରକାଶ କରିଥିଲେ । କିନ୍ତୁ ଏହି ଜୋରି ମାନ ସଠିକ ତଥ୍ୟ ଗଣମାଧ୍ୟମକୁ ଦେଇନଥିଲେ । ସେହିପରି ପ୍ରତିଦିନ ବଡଚଣାର ପଶ୍ଚିମାଂଚଳରେ ଦିନ ଦିପ୍ରହରରେ ନିଦ୍ଧିଷ୍ଟ କେତେକ ରାଜନୌତିକ ବ୍ୟକ୍ତିବିଶେଷଙ୍କ ଗାଡି ମାଙ୍କଡା ଚାଲାଣରେ ନିୟୋଜିତ ଥିଲେ ସୁଧା ତହସିଲଦାର କିମ୍ଭା ପୋଲିସ ପ୍ରଶାସନ ସବୁ ଦେଖି ନିରବ ରହିବାକୁ ନେଇ ସାଧରଣରେ ବିଷ୍ମୟଭାବ ସୃଷ୍ଟି କରିଛି । ଅପର ପକ୍ଷରେ ଏକ ରାଜନୌତିକ ବ୍ୟକ୍ତି ଜରିଆରେ ପ୍ରତ୍ୟକ ଗାଡି ପିଛା ମାସିକିଆ ଚାନ୍ଦା ତହସିଲଦାରଙ୍କ ନିକଟରେ ପଂହଚୁଥିବା ପରୋକ୍ଷରେ ସୂଚନା ମିଳିଛି । ଏ ସମ୍ପର୍କରେ ବଡଚଣା ଥାନା ଅଧିକାରୀ ଦିପକ ଜେନାଙ୍କୁ ପଚାରିବାରୁ ସେ ଏହି ଘଟଣାକୁ ନେଇ ଆର.ଆଇଙ୍କ ଠାରୁ ଏତଲା ମିଳିଥିବା କହିଥିବା ବେଳେ ଏଥିନେଇ ଉପଯୁକ୍ତ ତଦନ୍ତ ଓ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି । ଅପର ପକ୍ଷରେ ମହିଳା ଆର.ଆଇ ଜଣଙ୍କ ତାଙ୍କ ଜୀବନ ପ୍ରତି ବିପଦ ଥିବାରୁ ତାଙ୍କୁ ଉପଯୁକ୍ତ ସୁରକ୍ଷା ଯୋଗାଇଦେବା ପାଇଁ ପୋଲିସକୁ ନିବେଦନ କରିଥିବା ଗଣମାଧ୍ୟମ ପ୍ରତିନିଧିଙ୍କ ନିକଟରେ କହିଛନ୍ତି । ଏ ସମ୍ପର୍କରେ ମହିଳା ଆର.ଆଇଙ୍କୁ ପଚାରିବାକୁ ସେ ନିଜ ଉପରେ ଜିବନ ପ୍ରତି ବିପଦ ଥିବା ସ ଏଥିରେ କିଛି ରାଜନୌତିକ ବ୍ୟକ୍ତିବିଶେଷଙ୍କ ସମ୍ପୃକ୍ତି ଅଛି ବୋଲି କହିଥିଲେ । ଘଟଣା ଚର୍ଚ୍ଚା ହେବା ପରେ ପୋଲିସ ଗାଡିଟିକୁ ଜବତ କରିଥିବା ସୂଚନା ମଳିଛି ।

Related Posts

About The Author

Add Comment