ମହିଳାମାନଙ୍କୁ ଅର୍ଥନୈତିକ ସ୍ୱାଧିନତା ପ୍ରଦାନ ଉପରେ ଗୁରୁତ୍ୱ

Spread the love

ରସୁଲପୁର,୯/୩(ସନ୍ଧାନ ନିଉଜ/ଜଗମୋହନ ରାଉତ) : ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ରସୁଲପୁର ବ୍ଲକ ଅନ୍ତର୍ଗତ ମିଶନଶକ୍ତି ଓ ଓଡିଶା ଜୀବିକା ମିଶନ ଆନୁକୂଲ୍ୟରେ ପଂଚାୟତସ୍ତରୀୟ ମିଶନଶକ୍ତି ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ମହିଳାମାନଙ୍କୁ ନେଇ ଗଠିତ ସ୍ୱୟଂସହାୟିକା ଗୋଷ୍ଠିର ପଂଚାୟତ ମହାସଂଘର ସଭାନେତ୍ରୀ ଓ ସଂପାଦିକାମାନଙ୍କୁ ନେଇ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଏହି କର୍ମଶାଳାରେ ବ୍ଲକ ଅଧିନସ୍ଥ ସମସ୍ତ ୨୮ଗୋଟିପଂଚାୟତର ମହାସଂଘ ପ୍ରତିନିଧିମାନେ ଯୋଗଦେଇଥିଲେ । ମହିଳାମାନଙ୍କୁ ଅର୍ଥନୈତିକ ସ୍ୱାଧିନତା ପ୍ରଦାନ କରିବା ଦିଗରେ ଗୁରୁତ୍ୱାରୋପ କରାଯାଇଥିଲା ।
୨୦୦୧ ମସିହାରେ ମହିଳା ଦିବସରେ ମହିଳାମାନଙ୍କ ଉଦେଶ୍ୟରେ ସରକାର ମିଶନ ଶକ୍ତି ଜରିଆରେ ମହିଳାମାନଙ୍କୁ ଗୋଷ୍ଠି ଜରିଆରେ ଅର୍ଥôକ ସହାୟତା, ବ୍ୟାଙ୍କଋଣ ପ୍ରଦାନ ଆଦି କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଥିଲେ । ଏହିକ୍ରମରେ ସମଗ୍ର ବ୍ଲକ ଅଂଚଳରେ ୧୧୪୪ଟି ଗୋଷ୍ଠି ପଞ୍ଜିକରଣ କରାଯାଇଛି । ପ୍ରତ୍ୟେକ ପଂଚାୟତରେ ଥିବା ଗୋଷ୍ଠିମାନଙ୍କ ମଧ୍ୟରୁ ୨ଜଣ ଲେଖାଏଁ ସଦସ୍ୟଙ୍କୁ ନେଇ ପଂଚାୟତ ସ୍ତରୀୟ ମହାସଂଘ ଗଠନ କରାଯାଇଛି । ଏହି ମହାସଂଘର ସଭାନେତ୍ରୀ, ସଂପାଦିକାକୁ ନେଇ ଅନୁଷ୍ଠିତ କର୍ମଶାଳା ରସୁଲପୁର ବ୍ଲକ ମହିଳା ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ସରିତା ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ସମ୍ବଳ ଅଧିକାରୀ ଭାବରେ କାନାରା ବ୍ୟାଙ୍କ ଶାଖା ପରିଚାଳକ ନିଳମାଧବ ଶତପଥୀ, ଜିଲା ସଂଯୋଜିକା ସଫଳ ସ୍ୱାଗତିକା, ଜିଲାସେଲ୍ ମିଶନଶକ୍ତି ସଂଯୋଜିକା ସଂଯୁକ୍ତା ସାହୁ, ବ୍ଲକ ସଂଯୋଜିକା ସୁମିତ୍ରା ସାହୁ, ସତ୍ୟଭାମା ବେହେରା, ବିଷ୍ଣୁପ୍ରିୟା ଦାସ, ବ୍ଲକ ସଂଘର ସଭାପତି ସୁଷମା ଦାସ, ସଂପାଦିକା ଅହଲ୍ୟା ମଣ୍ଡଳ ପ୍ରମୁଖ ଯୋଗଦେଇ ଚଳିତବର୍ଷ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱୟଂସହାୟିକା ଗୋଷ୍ଠିଗୁଡିକର ଆର୍ଥôକ ସ୍ୱାଧିନତା ଦିଗକୁ ଦୃଢ କରିବା ପାଇଁ ବିନା ସୁଧରେ ୩ଲକ୍ଷ ପର୍ଯ୍ୟନ୍ତ ଋଣ ପ୍ରଦାନ । ଗୋଷ୍ଠି ନେତ୍ରୀମାନଙ୍କୁ ମୋବାଇଲ ପ୍ରଦାନ ଦିଗରେ ଆର୍ଥôକ ସହାତା ପ୍ରଦାନ କରାଯାଉଛି । ଏଥିସହ ମହିଳାମାଙ୍କର ଅଗ୍ରଗତି ଓ ଗୋଷ୍ଠିର ସଂଚୟ ଆଧାରେ ଅଧିକରୁ ଅଧିକ ଆର୍ଥôକ ସହାୟତା ପ୍ରଦାନ କରାଯାଉଛି । ଏପ୍ରିଲ ମାସ ସୁଧା ଗଠନ ହୋଇଥିବା ନୂତନ ଗୋଷ୍ଠିଙ୍କୁ ୧୫ହଜାର ଟଙ୍କା ମୂଳ ରାଶି ପ୍ରଦାନ କରାଯାଉଛି । ଉକ୍ତ ମୂଳ ପୁଞ୍ଜିକୁ ବିନିଯୋଗ କରି ମହିଳାମାନେ ଆଗକୁ ବଢିବେ ଓ ପରିବାରର ଆର୍ଥôକ ସ୍ଥିତିକୁ ସୁଧାରିବା ଦିଗରେ ଅଗ୍ରସର ହୋଇପାରିବେ । ଏହି କର୍ମଶାଳାରେ ଯୋଗଦେଇ ତାଲିମ ନେଇଥିବା ନେତ୍ରୀମାନେ ପଂଚାୟତ ସ୍ତରରେ ଗୋଷ୍ଠିଙ୍କୁ ଏ ଦିଗରେ ସୂନଚା ପ୍ରଦାନ କର୍ିବା ସହ ଗୋଷ୍ଠିଗୁଡିକୁ ସଫଳ କରାଇବା ଦିଗରେ ପ୍ରୟାସ କରିବେ ବୋଲି ମତ ରଖିଥିଲେ । ଏହି ଅବସରରେ ସଫଳ ନାରୀ ନେତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା ।

Related Posts

About The Author

Add Comment