ଯାଜପୁର ସଦର, ୧୦ା୦୫ (ସନ୍ଧାନ ନିୟୁଜ): ଏପରି ଘଟଣା ଦେଖିବାକୁ ମିଳିଚି ଯାଜପୁର ଜିଲ୍ଲାରେ ଜଣେ ବିବାହିତ ମହିଳାଙ୍କୁ ଶାଶୁଘର ପକ୍ଷରୁ ହତ୍ୟା କରାଯାଇଥିବା ବାପ ଘର ହତ୍ୟା ଅଭିଯୋଗ କରିଥିବା ବେଳେ, ଶାଶୁଘର ପରିବାର ପକ୍ଷରୁ ଏହି ବିବାହିତା ମହିଳାଙ୍କୁ ହତ୍ୟା କରାଯାଇଥିବା ବାପଘର ପକ୍ଷରୁ ଥାନାରେ ଅଭିଯୋଗ ହେବାପରେ ଘଟଣାରୁ ପ୍ରକାଶ ଯେ, ଯାଜପୁର ବ୍ଲକ ଚଇନିପୁର ଗ୍ରାମର ସଞ୍ଜୟ ସାହୁଙ୍କ ଝୀଅ ରଶ୍ମିତା ସାହୁ ଦଶରଥପୁର ବ୍ଲକ ଅନ୍ତର୍ଗତ ମଙ୍ଗଳପୁର ଥାନା ଅନ୍ତର୍ଗତ ଝୁମ୍ପୁରୀ ଗ୍ରାମର ବାବନ ପୃଷ୍ଟିଙ୍କ ପୁଅ ବିକାଶ ପୃଷ୍ଟି ବୈଦିକ ରିତିରେ ବିବାହ କରିଥିଲେ । ବିବାହ ସମୟରେ ଶାଶୁ ପକ୍ଷରୁ ଦାବି ମୁତାବକ ଜ୍ୱାଇଁଙ୍କୁ ସମସ୍ତ ଜିନିଷ ଦିଆଯାଇଥିବା ବେଳେ, ଯୌତୁକ ଟଙ୍କା ୭୦ ହଜାର ଟଙ୍କା ଦେବାକୁ କହିଥିବା ବେଳେ, ସେଥିରୁ ୪୫ ହଜାର ଟଙ୍କା ଦେଇଥିବା ବେଳେ, ବାକିଥିବା ୨୫ ହଜାର ଟଙ୍କା ଦେବା ପାଇଁ ସଞ୍ଜୟ ପ୍ରତିଶୃତି ଦେଇଥିଲେ । ଏହି ଯୌତୁକ ଟଙ୍କାକୁ କେନ୍ଦ୍ରକରି ରଶ୍ମିତା ଉପରେ ଶାଶୁଘର ପକ୍ଷରୁ ନିର୍ଜାତନା ଦିଆଯାଇଥିଲା । ରଶ୍ମିତାଙ୍କ ସ୍ୱାମୀ ବିକାଶ ବାପଘରୁ ଯୌତୁକ ଆଣିବାକୁ ଚାପ ପକାଉଥିବା ବେଳେ, ଗତ ଅପ୍ରେଲ ମାସ ୧୫ ତାରିଖରେ ରଶ୍ମିତାକୁ ମାଡ଼ ମାରିଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ, ଗତକାଲି ସୋମବାର ୧୧ଟା ସମୟରେ ଜ୍ୱାଇଁ ବିକାଶ ରଶ୍ମିତାର ବାପାକୁ ଫୋନକରି ଜଣାଇଥିଲେ । ତମ ଝୀଅ ରଶ୍ମିତା ରସିଲଗାଇ ଆତ୍ମହତ୍ୟା ଉଦ୍ୟମ କରି ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ବାପା ମେଡିକାଲରେ ପହଁଞ୍ôଚଥିଲେ । ରଶ୍ମିତା ମୃତ୍ୟୁ ଘଟିଥିବା ଜାଣି ରଶ୍ମିତାର ବାପା ମଙ୍ଗଳପୁର ଥାନାରେ ଜ୍ୱାଇ ଶାଶୁ ଶ୍ୱଶୁରଙ୍କ ନାମରେ ଲିଖିତ ଅଭିଯୋଗ କରିଛନ୍ତି । ମଙ୍ଗଳପୁର ଥାନା ଅଧିକାରୀ ଏକ ହତ୍ୟା ମାମଲା ରୁଜୁକରି ରଶ୍ମତାର ସ୍ୱାମୀ ବିକାଶକୁ ଅଟକ ରଖିବା ସହିତ ଥାନା ପକ୍ଷରୁ ତଦନ୍ତ ଜାରି ରହିଚି । ରଶ୍ମିତାକୁ ହତ୍ୟା କରାଯାଇଚି ବୋଲି ପୋଲିସରେ ଅଭିଯୋଗ ହୋଇଚି ।