ମହିଳାଙ୍କ ରକ୍ତଭିଜା ମୃତଦେହ ଜବତ ଘଟଣା

Spread the love

ବାଲେଶ୍ଵର, ୧୬.୦୧.୨୦୨୧(ସନ୍ଧାନ ନିଉଜ୍/ଲିଙ୍ଗରାଜ ପଣ୍ଡା):- ପୁଲିସକୁ ଚ୍ୟାଲେଞ୍ଜ କଲା ଭଳି ସଦର ଥାନା ହଳଦୀପଦା ଫାଣ୍ଡିଠାରୁ ମାତ୍ର କିଛି ବାଟ ଦୂର ନଗ୍ରମ ଅଞ୍ଚଳରେ ମହିଳାଙ୍କୁ ବୀଭତ୍ସ ଭାବେ ହତ୍ୟା ଘଟଣାର ୨ଦିନ ପରେ ବି ପୁଲିସ ପ୍ରକୃତ ଅପରାଧୀର ଟେର୍ ପାଉନି। ଅନ୍ଧାରେ ବାଡ଼ି ବୁଲାଇବା ଭଳି ପୁଲିସ ଜଣଙ୍କ ପରେ ଜଣଙ୍କୁ ଉଠାଇ ଜେରା କରୁଛି। ତେବେ ସଦର ଥାନା ପୁଲିସ ଦୁଇ ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଥିବା ଜଣାପଡ଼ିଛି। ଅଟକ ଦୁଇ ଯୁବକ ସ୍ଥାନୀୟ ଅଞ୍ଚଳର ସେହିପରି ପୁଲିସ ମହିଳାଙ୍କ ମୋବାଇଲ୍ ନମ୍ବରରୁ କଲ୍‌ ତଥ୍ୟ ଯାଞ୍ଚ କରୁଛି। ମୋବାଇଲ ତଥ୍ୟ ରହସ୍ୟମୟ ହତ୍ୟାକାଣ୍ଡର ଗୁମର ଖୋଲିପାରେ ବୋଲି ମଧ୍ୟ ଅନୁମାନ କରାଯାଉଛି। କାରଣ ଏଥିରୁ ପୁଲିସ ଅନେକ ତଥ୍ୟ ହାତେଇଛି। ତାଙ୍କ ନମ୍ବରକୁ କେଉଁ କେଉଁ ନମ୍ବରୁ ଅଧିକ କଲ୍ ଆସୁଥିଲା ? କେଉଁ ନମ୍ବରରେ ସେ ଅଧିକ ସମୟ କଥା ହେଉଥିଲେ ? କେଉଁ ନମ୍ବରରେ ବିଳମ୍ବିତ ରାତିରେ କଥା ହେଉଥିଲେ ? ଶେଷ କଲ୍ କାହା ପାଖରୁ ଆସିଥିଲା ବା ସେ ୨ ଅଟକ କାହାକୁ ଶେଷ କଲ୍ କରିଥିଲେ ? ଏ ସବୁର ତଥ୍ୟକୁ ଆଧାର କରି ପୁଲିସ ଯାଞ୍ଚ ଆରମ୍ଭ କରିଛି। କେତେକଙ୍କୁ ମଧ୍ୟ ପୁଲିସ ଚିହ୍ନଟ କରିସାରିଛି। ଜଣଙ୍କ ପରେ ଜଣଙ୍କୁ ଜେରା ପରେ ହୁଏତ ପୁଲିସ ହତ୍ୟାକାରୀ ପାଖରେ ପହଞ୍ଚିପାରେ ବୋଲି ଚର୍ଚ୍ଚା ହେଉଛି। ପ୍ରକାଶଥାଉକି, ଗତ ୧୦ ବର୍ଷ ହେବ ରାଇସୁଆଁ ଅଞ୍ଚଳର ଶିବାନୀ ନାୟକ (୩୮) ସ୍ବାମୀଙ୍କଠାରୁ ଅଲଗା ହୋଇ ବାପ ଘରେ ରହୁଥିଲେ। ସେଠାରେ ଏକ ଚାଦୋକାନ କରି ପରିବାର ପ୍ରତିପୋଷଣ କରୁଥିଲେ। ତେବେ ମଙ୍ଗଳବାର ସନ୍ଧ୍ୟାରେ ସେ ଦୋକାନରେ ଥିଲେ। ରାତି ୧୦ଟା ପରେ ଘରକୁ ନଫେରିବାରୁ ପରିବାର ଲୋକ ତାଙ୍କୁ ଖୋଜାଖୋଜି କରିଥିଲେ। ହେଲେ ତାଙ୍କର ପତ୍ତା ମିଳିନଥିଲା। ବୁଧବାର ସକାଳ ସମୟରେ ନଗ୍ରମ ଅଞ୍ଚଳର ଲୋକମାନେ ପ୍ରାତଃଭ୍ରମଣ କରୁଥିବା ବେଳେ ପୋଲ ତଳେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଜଣେ ମହିଳାଙ୍କ ମୃତଦେହ ପଡ଼ିଥିବା ଦେଖି ହଳଦୀପଦା ଫାଣ୍ଡିକୁ ଜଣାଇଥିଲେ। ଖବର ପାଇ ଫାଣ୍ଡି ପୁଲିସ ଓ ସଦର ଏସ୍‌ଡିପିଓ ପ୍ରଭାସ ପାଲ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିଥିଲେ।

Related Posts

About The Author

Add Comment