ମହିଳାଙ୍କ ମୃତ୍ୟୁକୁ ନେଇ ସନ୍ଦେହ

Spread the love

ବାରିପଦା ୨୬/୦୮/୨୦୨୦ (ସନ୍ଧାନ ନିଉଜ):- ଝାରପୋଖରିଆ ଥାନା କପାଡିହା ଗାଁର ପ୍ରକାଶ କୁମାର ନାଏକଙ୍କ ପତ୍ନୀ ପ୍ରଭାତୀଙ୍କ ବାରିପଦାସ୍ଥିତ ପିଆର୍ ଏମ୍ ମେଡିକାଲ କଲେଜରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ଏନେଇ ଝାରପୋଖରିଆ ପୁଲିସ୍ କେସ୍ ନମ୍ବର ୨୯ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ପ୍ରଭାତୀଙ୍କ ପରକୀୟା ପ୍ରୀତି ଜଣାପଡ଼ିବା ପରେ ଲଜାରେ ସେ ରାସାୟନିକ ପଦାର୍ଥ ପିଇ ଆତ୍ମହତ୍ୟା କରିଥିବା ତାଙ୍କ ସ୍ଵାମୀ ପ୍ରକାଶ ଅଭିଯୋଗ କରିଛନ୍ତି । ଏନେଇ ପୁଲିସ୍ କେସ୍ ନମ୍ବର ୧୬୦ରେ ଏକ ମାମଲା ରୁଜୁ କରିଛି। ଅନ୍ୟପକ୍ଷେ ପ୍ରଭାତୀଙ୍କୁ ସ୍ବାମୀ ଘର ଲୋକେ ଯୌତୁକ ନିର୍ଯାତନା ଦେଉଥିବା ବେଳେ ତାଙ୍କୁ ମାରି ଦେଇଥିବା ପ୍ରଭାତୀଙ୍କ ଭାଇ ଗଗନ ବିହାରୀଙ୍କ ଏତଲାକ୍ରମେ କେସ୍ ନମ୍ବର ୧୬୧ରେ ଆଉ ଏକ ମାମଲା ରୁଜୁ ହୋଇଛି। ପରକୀୟା ପ୍ରୀତିରେ ଲିପ୍ତ ଥିବା ଅଭିଯୋଗରେ ପୁଲିସ୍ ସ୍ଥାନୀୟ ପଥୁରୀ ଗାଁର ଶିବ ନାଏକ ଓ ତାର ସହଯୋଗୀ ଜାମୁବଣି ଗାଁର ସଞ୍ଜୟ ନାଏକକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ପୁଲିସ୍ ୩ଟି ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଓ ତଦନ୍ତ ଅଧୂକ ତ୍ବରାନ୍ବିତ ହେବ ବୋଲି ପୁଲିସ୍‌ କହିଛି। ପ୍ରକାଶଙ୍କ ଅଭିଯୋଗ ମୁତାବକ, ବିବାହ ପୂର୍ବରୁ ଶିବ ସହ ପ୍ରଭାତୀଙ୍କ ସମ୍ପର୍କ ଥିଲା । ଡାଉନ୍ ପୂର୍ବରୁ ସେ ଗୁଜୁରାଟରେ ଥିବାର ସୁଯୋଗ ନେଇ ଶିବ ପ୍ରଭାତୀଙ୍କ ସହ ଶାରୀରିକ ସମ୍ପର୍କ ରଖୁ ଆସୁଥିଲା । ଏନେଇ ସ୍ଥାନୀୟ ଲୋକେ ପୂର୍ବରୁ ବିଭିନ୍ନ ସମୟରେ ବାରଣ କରିଛନ୍ତି । ଗତ ଶୁକ୍ରବାର ରାତିରେ ଶିବ ଓ ସଞ୍ଜୟ କପାଡି ହା ଯାଇଥିବାବେଳେ ନିକଟସ୍ଥ ପଡ଼ିଆରେ ସନ୍ଧ୍ୟାରେ ଅନ୍ଧାରରେ ପ୍ରଭାତୀ ଓ ଶିବକୁ ଦେଖୁ ଲୋକେ ପ୍ରକାଶଙ୍କୁ କହିଥିଲେ । ପ୍ରକାଶ ପ୍ରଭାତୀଙ୍କୁ ତାଗିଦ୍ କରିବା ସହ ବାପଘର ଲୋକଙ୍କୁ ଡାକି ଶନିବାର ଘଟଣା ବାବଦରେ ଜଣାଇଥିଲେ । ବିଳମ୍ବିତ ରାତିରେ ପ୍ରଭାତୀ ବାନ୍ତି କରିବା ସହ ଯନ୍ତ୍ରଣାରେ ଚିତ୍କାର କରିବାରୁ ତାଙ୍କୁ ମେଡିକାଲ ନିଆଯାଇଥିଲା । ସେଠାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ରାସାୟନିକ ପଦାର୍ଥ ଖାଇ ସେ ଆତ୍ମ ହତ୍ୟା କରିଥିବା ପ୍ରକାଶ ଥାନାରେ ଲିଖିତ ଭାବେ ଜଣାଇଥିଲେ । ପୁଲିସ୍ କେସ୍ ନଂ ୧୬୦ରେ ମାମଲା ରୁଜୁ କରି ଶିବ ଓ ସଞ୍ଜୟକୁ ଗିରଫ କରିବା ସହ ଆଜି କୋର୍ଟ ଚାଲାଣ କରିଛି । ପ୍ରଭାତୀଙ୍କ ଭାଇ ଗଗନ ଅଭିଯୋଗ କରିଛନ୍ତି, ପ୍ରଭାତୀଙ୍କୁ ତାଙ୍କ ଶାଶୁଘର ଲୋକେ ବାରମ୍ବାର ଯୌତୁକ ନିର୍ଯାତନା ଦେଉଥିଲେ । ପୂର୍ବରୁ ପ୍ରକାଶ ଟଙ୍କା ଉଧାର ନେଇଥିବା ବେଳେ ସମ୍ପର୍କୀୟ ଭାଇ ଶିବ ଟଙ୍କା ମାଗିବାକୁ ଯାଇଥିବା ବେଳେ ତାଙ୍କୁ ଦେଇ ନ ଥିଲେ । ତେଣୁ ଏଭଳି ମିଥ୍ୟଆରୋପ କରିଥିବାବେଳେ ପ୍ରଭାତୀଙ୍କୁ ହତ୍ୟା କରାଯାଇଥିବା ସେ ଅଭିଯୋଗ ଆଣିଛନ୍ତି । ବ୍ୟବଚ୍ଛେଦ ରିପୋର୍ଟ ଆସି ଲେ ସବିଶେଷ ତଥ୍ୟ ସାମ୍ନାକୁ ଆସିବ ବୋଲି ପୁଲିସ କହିଛି । ଏ ଏସ୍ ଆଇ ଅରୁଣ ଟୁଡୁ କେସ୍ ନମ୍ବର ୨୯ ଓ ୧୬୦ର ତଦନ୍ତ କରୁଥିବା ବେଳେ ଏସ୍ ଆଇ ପଞ୍ଚାନନ ମହାନ୍ତିଙ୍କୁ କେସ୍ ନଂ ୧୬୧ର ତଦନ୍ତ ଦାୟିତ୍ବ ଦିଆଯାଇଛି ।

Related Posts

About The Author

Add Comment