ମହିଳାଙ୍କ ଆତ୍ମହତ୍ୟା ସନ୍ଦେହ ଘେରରେ

Spread the love

ଯାଜପୁର ସଦର,  ୪/୨/୨୬ (ସନ୍ଧାନ ନ୍ୟୁଜ)  : ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ଜାବରା ଗ୍ରାମର ବିଦ୍ୟାଧର ଜେନାଙ୍କ ପତ୍ନୀ ଭାନୁମତି ଜେନା ଆତ୍ମହତ୍ୟା ସନ୍ଦେହ ଘେରରେ ରହିଥିବା ବେଳେ, ଏନେଇ ପରିବାର ପକ୍ଷରୁ କୁଆଖିଆ ଥାନାରେ ଅଭିଯୋଗ ହୋଇଚି । ମହିଳାଙ୍କ ଭାଇ କ୍ଷିରୋଦ ଜେନା କୁଆଖିଆ ଥାନାରେ ଅଭିଯୋଗ କରିଛନ୍ତି ଅଭିଯୋଗକୁ ଭିତ୍ତିକରି ଭାନୁମତୀଙ୍କ ସ୍ୱାମୀ ବିଦ୍ୟାଧର ଜେନା ଗଛ କାଟୁ ଥିବା ବେଳେ, ଗଛରୁ ପବିଯିବାରୁ ଅଣ୍ଟା ଭାଙ୍ଗିଯିବା ସହିତ ଅକର୍ମଣ୍ୟ ହୋଇଯାଇଥିଲେ । ଯାହାକୁ ଆର୍ଥିକ ପରିସ୍ଥିତି ଦେଖାଦେଇଥିଲେ । ଏଥରେ ଭାନୁମତୀ ମାନସିକ ଦୁଃଶ୍ଚିନ୍ତାରେ ରହିଥିବା ବେଳେ, ଆଜି ସକାଳେ ଭାନୁମତୀ ବେକରେ ଶାଢ଼ୀ ବାନ୍ଦି ଆତ୍ମହତ୍ୟା ଘଟଣାକୁ ନେଇ ମୃତକଙ୍କ ଭାଇ ଅଭିଯୋଗରେ ଦର୍ଶାଇ ଥିବା କୁଆଖିଆ ପୋଲିସ ପକ୍ଷରୁ ସୂଚନା ଦିଆଯାଇଚି ।

Related Posts

About The Author

Add Comment