ମହିଳାଙ୍କ ଅଧା ପୋତା ମୃତଦେହ ଠାବ

Spread the love
କେନ୍ଦ୍ରାପଡ଼ା, ୧/୨/୨୦ (ସନ୍ଧାନ ନିଉଜ) : କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ଅନ୍ତର୍ଗତ ଆଳିଜଙ୍ଗା ଗାଁର ଅଶ୍ରୁଖଳା ଜୋର ନିକଟ ବୁଦା ମୂଳରୁ ଜଣେ ମହିଳାଙ୍କ ଅଧା ପୋତା ମୃତଦେହ ଠାବ କରାଯାଇଛି।  ତାଙ୍କ ନାଁ ଜଣାପଡ଼ି ନାହିଁ। ତାଙ୍କ ଘର ବିହାରରେ। ସେ ଆଳିଜଙ୍ଗାରେ ପ୍ରାୟ ପାଞ୍ଚ ମାସ ହେବ ଏକ ଭଡ଼ା ଘରେ ରହୁଥିଲେ। ତାଙ୍କ ସ୍ୱାମୀ ଏଠାରେ ଗୁପ୍‌ଚୁପ୍‌ ‍ବ୍ୟବସାୟ କରୁଥିଲେ।  ବୁଦା ମୂଳରୁ ମହିଳାଙ୍କ ମୃତଦେହ ଦେଖି ଗାଁ ଲୋକେ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ଘଟଣାସ୍ଥରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ସେ ରହୁଥିବା ଭଡ଼ା ଘରେ କେହି ନଥିବା ବେଳେ ତାଲା ପଡ଼ିଥିବାରୁ  ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।

Related Posts

About The Author

Add Comment