ମହିଳାକୁ ହତ୍ୟା ଅଭିଯୋଗ: ମା ଛେଉଣ୍ଡ ହେଲା ୬ ମାସର ଶିଶୁ କନ୍ୟା !

Spread the love

ଜେନାପୁର, ୨୭/୦୨ (ସନ୍ଧାନ ନିୟୁଜ୍/ପ୍ରଶାନ୍ତ ସାମଲ)ଧର୍ମଶାଳା ବ୍ଲକ ଅନ୍ତର୍ଗତ ଜେନାପୁର ଥାନା ଅଧିନ ଗଡମଧୁପର ଗ୍ରାମରେ ପାରିବାରିକ କହଳକୁ ନେଇ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ମୃତ  ମହିଳାଜଣକ ହେଲେ ଶରତ ବେହେରା ଙ୍କ ପତ୍ନୀ ସୁକାନ୍ତି ବେହେରା(୪୨)। ଗତକାଲି ରାତିରେ ସୁକାନ୍ତି ତାଙ୍କ ଘରକୁ ଲାଗି ରହିଥବା ଏକ ଛେଳି ଗୁହାଳେ ବେକରେ ରଶି ଦେଇ ଝୁଲୁଥିବାର ଦେଖି ପରିବାର ଲୋକେ ପ୍ରଥମେ ତାଙ୍କ ବାପଘରକୁ ଖବର ଦେଇଥିଲେ। ସେମାନେ ଆସି ପହଞ୍ଚିବା ବେଳକୁ ସୁକାନ୍ତିଙ୍କୁ ରଶିରୁ ଆଣି ଘରେ ଶୁଆଇ ଦେଇଥିବା ଦେଖିବାକୁ ପାଇଥିଲେ। ଯାହାକୁ ନେଇ ସେ ସୁକାନ୍ତିଙ୍କ ମୃତ୍ୟୁକୁ ଅପମୃତ୍ୟୁ ନୁହେଁ ବରଂ ହତ୍ୟା ବୋଲି ଅଭିଯୋଗ କରିଛନ୍ତି। ବାପଘରର ଅଭିଯୋଗ ଅନୁଯାୟୀ ଗତକାଲି ସୁକାନ୍ତିଙ୍କ ପରିବାରରେ କୌଣସି କାରଣରୁ କହଳ ଉପୁଜିଥିଲା। ଯାହାକୁ ନେଇ ତାଙ୍କୁ ଫୋନ କରି ଡକାଯାଇଥିଲା। କିନ୍ତୁ କିଛି ସମୟ ପରେ ସବୁକିଛି ଠିକ ହୋଇଯାଇଥିବା କହିବାରୁ ସେମାନେ ଆସି ନଥିଲେ। ରାତିରେ ପୁନର୍ବାର ଫୋନ୍‌ କରି ତାଙ୍କ ଝିଅ ମରିଯାଇଥିବା ଜଣାଇଥିଲେ। ହତ୍ୟା ଅଭିଯୋଗକୁ ଶାଶୁଘର ଲୋକେ ଅସ୍ୱୀକାର କରିବା ସହିତ ସୁକାନ୍ତି ବିଳମ୍ବିତ ରାତିରେ ବେକରେ ଫାଶି ଲଗାଇ ଦେଇଥିବା କହୁଛନ୍ତି।ଜେନାପୁର ପୁଲିସ ଅଭିଯୋଗ ଆଧାରରେ ଘଟଣାସ୍ଥଳରେ ପହଞ୍ଚି କେସ ନଂ ୫୬/୨୧ରେ ଏକ ମାମଲା ରୁଜୁ କରି ମୃତଦେହକୁ ଜବତ କରିବା ସହିତ ମୁଣ୍ଡରେ ଏକ ଆଘାତ ଲାଗିଥିବା ଦେଖିଥିଲେ। ଦିନରେ କଳିଗୋଳ ବେଳେ ମୁଣ୍ଡକୁ ତଳେ ବାଡେଇଥିବାରୁ ଏହି ଆଘାତ ଲାଗିଥିବା ପରିବାର ଲୋକେ କହିଛନ୍ତି। ତେବେ ଶବବ୍ୟବ​‌ଚ୍ଛେ​‌ଦ ରିପୋର୍ଟ ଆସିଲେ ସବୁ କିଛି ଜଣା ପଡିବ ବୋଲି ଥାନାଧିକାରୀ କହିଛନ୍ତି।

ଆଜକୁ ୧୫ ବର୍ଷ ତଳେ ଜେନାପୁର ନିବାସୀ ଗୋବିନ୍ଦ ଚନ୍ଦ୍ର ଦଳାଇଙ୍କ ଝିଅ ସୁକାନ୍ତି ଗଡମଧୁପୁର ଗ୍ରାମର ଉତ୍ସବ ଦଳେଇଙ୍କ ପୁଅ ଶରତଙ୍କୁ ବିବାହ କରିଥିଲେ। ୧୫ ବର୍ଷ ପରେ ସେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ସ୍ୱାମୀ ସହିତ ହାଇଦ୍ରାବାଦରେ ରହୁଥିବା ସୁକାନ୍ତି ଏବେ ଝିଅ ଜନ୍ମ କଲାପରେ ଶାଶୁଘରେ ଆସି ରହୁଥିଲା। ଏବେ ଛଅ ମାସର ଶିଶୁ କନ୍ୟାକୁ ଛାଡି ମାଆ କିପରି ଆତ୍ମହତ୍ୟା କଲା ତାହା ସମସ୍ତଙ୍କୁ ଚକିତ କରିଛି। ଛଅ ମାସର ଝିଅ ମାଆ  କ୍ଷୀରରୁ ବଞ୍ଚିତ ହୋଇ କିପରି ବଞ୍ଚିବ ତାକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ? ପାରିବାରିକ କହଳ ପାଇଁ ଆଜି ଏକ ଛୋଟ ଶିଶକନ୍ୟା ତାର ମାକୁ ହରାଇ ଏବେ ଜୀବନ ଯୁଦ୍ଧରେ ସଂଗ୍ରାମ କରୁଥିବା ବେଳେ ପାରିବାରିକ କହଳ ସାମାଜରେ ଏହିପରି ଅନେକ ଶିଶୁ ଓ ପରିବାରକୁ ନଷ୍ଟ କରୁଥିବାରୁ ଏହା ଉପରେ ଜନ ସଚେତନତା ଜରୁରୀ ବୋଲି ବୁଦ୍ଧିଜୀବିମାନେ କହନ୍ତି।

Related Posts

About The Author

Add Comment