ମହାଶିବରାତ୍ରି ଦେଶର ସମସ୍ତ ସ୍ଥାନରେ ପାରମ୍ପାରିକ ଭାବରେ ପାଳିତ

Spread the love

ସୁନ୍ଦରଗଡ଼ ତା;୧/୩/୨୦୨୨( ସନ୍ଧାନ ନିଉଜ/ ରାଜୁ ପଟେଲ ) ସୁନ୍ଦରଗଡ ଜିଲ୍ଲାର ସମସ୍ତ ସ୍ଥାନରେ ନିଷ୍ଠାର ସହିତ ଏହି ମହାଶିବରାତ୍ରି ପାଳିତ ହୋଇଛି । ଫାଲଗୁନ ମାସ କୃଷ୍ଣପକ୍ଷ ଚତୁର୍ଦସିରେ ଏହି ମହାଶିବରାତ୍ରି ପାଳିତ ହୋଇଥାଏ । ଦେଶର ବିଭିନ୍ନ ସ୍ଥାନରେ ଥିବା ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ କ୍ଷେତ୍ରରେ ଏହି ପର୍ବ ଭକ୍ତି ଓ ଉଲ୍ଲାସରେ ପାଳିତ ହୁଏ । ଦେଶର ସମସ୍ତ ଶିବ ପୀଠରେ ପରମ୍ପରା ଓ ରୀତିନୀତିରେ ଏହି ପର୍ବ ପାଳିତ ହୋଇଥାଏ । ପୌରାଣିକ କଥା ଅନୁସାରେ ଦେବ ଓ ଅସୁର ମାନଙ୍କ ସମୁଦ୍ର ମନଥନ ସମୟରେ ନିର୍ଗତ ସମସ୍ତ ବିଷକୁ ପାନ କରି ସମସ୍ତ ସୃଷ୍ଟିକୁ ବିପଦରୁ ଉଦ୍ଧାର କରିଥିଲେ । ଏହି ବିଷ ରେ ପ୍ରଭୁ ମୂର୍ଚ୍ଛା ହେବାରୁ ଉଭୟ ଦେବ ଓ ଅସୁର ତାଙ୍କର ଚେତା ନ ଆସିବା ପର୍ଯ୍ୟନ୍ତ ଅଖଣ୍ଡ ଦୀପଜାଳି ଉଜାଗର ରହିଥିଲେ । ଏହି କାରଣରୁ ଏହି ଦିନକୁ ଭକ୍ତମାନେ ଅଖଣ୍ଡ ଦୀପ ଜାଳି ପାଳନ କରନ୍ତି । ଏହି କର୍ମରେ ବିଗତ ଦୁଇ ବର୍ଷପରେ ଭକ୍ତଙ୍କ ସମାବେଶ ଦେଖିବାକୁ ମିଳିଛି । ଜିଲ୍ଲାର ସମସ୍ତ ଶିବ ପୀଠରେ ଭକ୍ତମାନେ ଭକ୍ତିର ସହିତ ପାରମ୍ପରିକ ରୀତିନୀତିରେ ପାଳନ କରିଛନ୍ତି । ସମସ୍ତ ଶ୍ରଦ୍ଧାଲୁ ମହାଦେବଙ୍କ ଦର୍ଶନ କରି ନିଜ ଇ ପରି ଆର ବର୍ଗଙ୍କ ସୁଖ କାମନା କରିଥିଲେ ।

Related Posts

About The Author

Add Comment