ମହାଲିଙ୍ଗ କଲେଜ ହଷ୍ଟେଲରେ ରହିଥିଲା ସିକ୍ରେଟ୍ ରୁମ୍‌ ! ତଦନ୍ତ ପାଇଁ ପହଞ୍ଚିଲେ ଡିଆଇଜି ଓ ଏସପି

Spread the love

କଳାହାଣ୍ଡି,୨୧/୧୦ (ସନ୍ଧାନ ନିଉଜ): ମହାଲିଙ୍ଗ କଲେଜର ଗୋଟିଏ ପରେ ଗୋଟିଏ ଗୁମର ଫିଟିବା ଆରମ୍ଭ ହୋଇଛି । ମମିତା ମେହେର ହତ୍ୟା ମାମଲାରେ ମହାଲିଙ୍ଗ କଲେଜକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଏବେ କଲେଜ ହଷ୍ଟେଲରେ ଚାଲିଥିବା ସବୁ ଅନୈତିକ କାର୍ଯ୍ୟର ପର୍ଦ୍ଦାଫାଶ ହେଉଛି ।

ଏହି ମାମଲାର ପ୍ରଥମ ଲିଙ୍କ୍ ସେକ୍ସ ର‌୍ୟାକେଟ୍‌କୁ ନେଇ ଅଭିଯୋଗ ହେଉଥିବା ବେଳେ ତାହା କଲେଜ ହଷ୍ଟେଲରେ ହିଁ ଚାଲିଥିଲା ବୋଲି ଚର୍ଚ୍ଚା ଜୋର ଧରିଥିଲା । ଏହାରି ମଧ୍ୟରେ ପ୍ରକୃତରେ ହଷ୍ଟେଲରେ ଚାଲିଥିଲା କଣ ସେ ଦିଗରେ ତଦନ୍ତ କରିବାକୁ ଆଜି ମହାଲିଙ୍ଗ କଲେଜ ହଷ୍ଟଲରେ ଡିଆଇଜି ଓ କଳାହାଣ୍ଡି ଏସପି ପହଞ୍ଚିଛନ୍ତି ।ହଷ୍ଟେଲ ରୁମ୍ ତାଲା ପଡିଥିବା ବେଳେ ତାଲା ଭାଙ୍ଗି ପୋଲିସ୍ ହଷ୍ଟେଲ ଭିରକୁ ଯାଇଥିବା ସୂଚନା ମିଳିଛି । ସାଥିରେ କଲେଜ ଓ ସନସାଇନ୍ ସ୍କୁଲର ଦୁଇ ଜଣ ଷ୍ଟାଫ୍ ରହିଛନ୍ତି ।ଅନ୍ୟପଟେ ହଷ୍ଟେଲ ଭିତରେ ଏକ ସିକ୍ରେଟ୍ ରୁମ ରହିଥିବା ଚର୍ଚ୍ଚା ହେଉଥିବା ବେଳେ ଏହି ୱେଲ ଫର୍ଣ୍ଣିସଡ୍ ରୁମକୁ ନେତା ମନ୍ତ୍ରୀଙ୍କ ଯିବା ଆସିବା ରହୁଥିଲା ବୋଲି ଅଭିଯୋଗ ହୋଇଛି ।

Related Posts

About The Author

Add Comment