ମହାଲକ୍ଷ୍ମୀ ଓ ବିମଳା ଦେବୀଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ ଉଦ୍‌ଯାପିତ

Spread the love

ଧର୍ମଶାଳା, ୧୧/୦୨(ସନ୍ଧାନ ନିୟୁଜ): ଧର୍ମଶାଳା ବ୍ଲକ ଅନ୍ତର୍ଗତ କଦଳା ହରିଦାସପୁର ଗ୍ରାମରେ ପ୍ରତିଷ୍ଠିତ ଶ୍ରୀ ସ୍ୱପ୍ନେଶ୍ୱର ମହାଦେବ ଓ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ପରିସରରେ ଭଗବତୀ ପରମ କୃପାମୟୀ ମା ମହାଲକ୍ଷ୍ମୀ ଓ ମା ବିମଳା ଦେବୀଙ୍କ ୨ଟି ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ ୪ଦିନଧରି ଆଡମ୍ବର ସହକାରେ ଅନୁଷ୍ଠିତ ହୋଇ ଗୁରୁବାରଦିନ ଉଦ୍‌ଯାପିତ ହୋଇଛି । ଏହି ଅବସରରେ ଅଙ୍କୁରାରୋପଣ, କଳାସାଧିବାସ, ବାସ୍ତୁ ପୂଜା, ଅଗ୍ନିସ୍ଥାପନ, ଶ୍ରୀ ବିଗ୍ରହ ମାନଙ୍କ ଧନ୍ୟାଧିବାସ, ଗର୍ଭାଧାନ କର୍ମ, ସୂର୍ଯ୍ୟପୂଜା, ଗୁରୁପୂଜା, ଯଜ୍ଞକର୍ମ ଆଦି ଯଥାବିଧି ମୁଖ୍ୟ ପଣ୍ଡିତ କମଳଲୋଚନ ଶତପଥିଙ୍କ ତତ୍ୱାବଧାନରେ ପଣ୍ଡିତ ସୁରେନ୍ଦ୍ର ବ୍ୟାସ, ସୂର୍ଯ୍ୟକାନ୍ତ ମିଶ୍ର, ବିଜୟ କୁମାର ପଣ୍ଡା, ଅମରେଶ ରଥ, ଲକ୍ଷ୍ମୀନାରାୟଣ ବ୍ୟାସଙ୍କ ଦ୍ୱାରା ସମ୍ପନ୍ନ ହୋଇଯାଇଛି । ମନ୍ଦିର ପୂଜକ ବାମନ ଚରଣ ମିଶ୍ର ରୀତିନୀତି ଅନୁସାରେ ପ୍ରଭୁଙ୍କ ପୂଜାର୍ଚ୍ଚନା କରିଥିଲେ । ଏହାର କର୍ତ୍ତାଭାବେ ଡାକ୍ତର ତମାଳ ବରଣ ଦାସ, କର୍ତ୍ତୀ ଶକୁନ୍ତଳା ଦାସ, ଅର୍ଜୁନ ଚରଣ ପରିଡା ଓ କର୍ତ୍ତୀଭାବେ ବୈଜୟନ୍ତୀ ପରିଡା କାର୍ଯ୍ୟନିର୍ବାହ କରିଥିଲେ । ପ୍ରତିଷ୍ଠା ଉତ୍ସବ ଗୁରୁବାର ରାତ୍ରିରେ ବିଗ୍ରହ ମାନଙ୍କର ନବଯୌବନ ଦର୍ଶନ ଓ ମନ୍ଦିର ବିଜେପରେ ପୂର୍ଣ୍ଣାହୂତି କରାଯାଇ ଉଦ୍‌ଯାପିତ ହୋଇଥିଲା । ୪ଦିନଧରି ଉକ୍ତ କାର୍ଯ୍ୟକ୍ରମକୁ ଉପକର୍ତ୍ତା ଶୀତ ବେହୁରା, ମାନସ କୁମାର ରାଉତ, ଯୁଧିଷ୍ଟିର ପରିଡା, ସୁଶାନ୍ତ ସ୍ୱାଇଁ, ମନୋଜ ରାଉତ, ମଦନ ସାମଲ, ଅରୁଣ ସାମଲ, ଭାଗ୍ୟଧର ମହାରଣା, ସ୍ମୃତି ରଂଜନ ରାଉତ, ସନ୍ତୋଷ ରାଉତ, ସୁରେଶ ରାଉତ, ଟୁଟୁ ସାହୁ, କେଶବ ଜେନା, ରଜତ ଖଂଟିଆଙ୍କ ସମେତ କଦଳା ଓ ହରିଦାସପୁର ଗ୍ରାମବାସୀ ମାନେ ପରିଚାଳନା କରିଥିଲେ । ଉକ୍ତ ୨ଟି ମନ୍ଦିର ନିର୍ମାଣ ନିଖୂଣ କାରୁକାର୍ଯ୍ୟ ବୈକୁଣ୍ଠ ମହାରଣା ଓ ତାଙ୍କ ସହଯୋଗୀ ଜିତେନ୍ଦ୍ର ଓଝାଙ୍କ ଦ୍ୱାର ନର୍ମାଣ କରାଯାଇଛି । କୋଭିଡ ନିୟମ ପାଳନ ପୂର୍ବକ ଶ୍ରଦ୍ଧାଳୁ ଓ ଭକ୍ତମାନେ ମା’ଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିଥିଲେ ।

Related Posts

About The Author

Add Comment