ମହାରାଷ୍ଟ୍ରରେ ୮ ଘଣ୍ଟା ମଧ୍ୟରେ ୪ ଥର ମୃଦୁ ଭୂମିକମ୍ପର ଝଟକା ଅନୁଭୂତ; ଲୋକେ ଆତଙ୍କିତ

Spread the love

ମୁମ୍ବାଇ/ ନୂଆଦିଲ୍ଲୀ ,୧/୨ (ସଧଂ।ନ ନିିିିୟୁଜ) :ସ୍ୱଳ୍ପ ସମୟର ବ୍ୟବଧାନ ମଧ୍ୟରେ ଆଜି (ଶୁକ୍ରବାର) ମହାରାଷ୍ଟ୍ର ପାଲଘର ଜିଲ୍ଲାରେ ଚାରି ଚାରି ଥର ମୃଦୁ ଭୂମିକମ୍ପ ଅନୁଭୂତ ହେବା ଘଟଣା ସଂପ୍ରତି ସଂପୃକ୍ତ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି। ପାଲଘର ଜିଲ୍ଲା ପ୍ରଶାସନ ସୂତ୍ରରୁ ହସ୍ତଗତ ହୋଇଥିବା ରିପୋର୍ଟରୁ ପ୍ରକାଶ ଏହି ଭୂକମ୍ପ ଜିଲ୍ଲାର ଦହାନୁ ଓ ତଲାସରୀ ତାଲୁକାରେ ଅନୁଭୂତ ହୋଇଥିଲା।

ଘଟଣାର ବିବରଣୀରୁ ପ୍ରକାଶ ପ୍ରଥମ ମୃଦୁ ଭୂକମ୍ପର ଝଟକା ସକାଳ ୬ଟା ୫୮ ମିନିଟରେ ଅନୁଭୂତ ହୋଇଥିବା ବେଳେ ଦ୍ୱିତୀୟ ଭୂକମ୍ପର ଝଟକା ୧୦ଟା ୩ ମିନିଟରେ ଓ ତୃତୀୟ ଝଟକା ୧୦ଟା ୨୯ ମିନିଟରେ ଅନୁଭୂତ ହୋଇଥିଲା। ସେହପରି ପ୍ରଥମ ଅନୁଭୂତ ହୋଇଥିବା ମୃଦୁ ଭୂକମ୍ପର ତୀବ୍ରତା ରିଚର ସ୍କେଲରେ ୩.୩ ଥିବା ବେଳେ ଦ୍ୱିତୀୟର ୩.୫ ଏବଂ ୩.୦ ଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ସେହିପରି ଚତୁର୍ଥ ଥର ପାଇଁ ଦିନ ୨ଟା ୬ରେ ଆଉ ଏକ ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା, ଯାହାର ତୀବ୍ରତା ରିଚର ସ୍କେଲରେ ଥିଲା ୪.୧।

ଏହି ଭୂକମ୍ପ ଫଳରେ କୌଣସି ପ୍ରକାରର କ୍ଷୟକ୍ଷତି କିମ୍ବା ଧନ ଜୀବନର ହାନୀ ଘଟି ନଥିଲେ ମଧ୍ୟ ଏହି ଅଞ୍ଚଳରେ ଗତ ନଭେମ୍ବର ମାସରୁ ନିୟମିତ ବ୍ୟବଧାନରେ ଭୂମିକମ୍ପ ଝଟକା ଅନୁଭୂତ ହେଉଥିବା କାରଣରୁ ସାଧାରଣରେ ଆତଙ୍କ ସୃଷ୍ଟି ହେବା ସହ ଅଞ୍ଚଳବାସୀ ଆତଙ୍କିତ ହୋଇ ପଡ଼ିଛନ୍ତି।

Related Posts

About The Author

Add Comment