ମହାରାଷ୍ଟ୍ରରେ ବିଜେପି-ଶିବସେନା ମେଣ୍ଟ ୧୭୫ ଓ କଂଗ୍ରେସ ୪୧ ଆସନରେ ଆଗୁଆ

Spread the love

ନୂଆଦିଲ୍ଲୀ, ୨୪/୧୦ (ସନ୍ଧାନ ନିଉଜ) : ଗତ ୨୧ ତାରିଖରେ ଅନୁଷ୍ଠିତ ହୋଇଥିବା ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ଭୋଟ ଗଣତି ଗୁରୁବାର ଜାରି ରହିଛି। ସକାଳୁ ଭୋଟ ଗଣତି ଚାଲିଥିବାବେଳେ ପୂର୍ବାହ୍ନ ୧୦ଟା ୧୫ ସୁଦ୍ଧା ମହାରାଷ୍ଟ୍ରରେ ବିଜେପି-ଶିବସେନା ମେଣ୍ଟ ଆଗୁଆ ରହିଛି। କଂଗ୍ରେସ ପଛରେ ପଡ଼ିଛି। ୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ରରେ ବର୍ତ୍ତମାନ ସୁଦ୍ଧା ବିଜେପି ଓ ଶିବସେନା ମେଣ୍ଟ ୧୭୫ ଆସନରେ ଆଗୁଆ ଥିବାବେଳେ କଂଗ୍ରେସ ୪୧ ଆସନରେ ଆଗରେ ରହିଛି। ବିଜେପି ୧୦୫ ଏବଂ ଶିବସେନା ୭୦ ଆସନରେ ଆଗରେ ଅଛନ୍ତି। ସେହିପରି ଏନସିପି ୪୯ ଏବଂ ଅନ୍ୟାନ୍ୟ ଦଳ ୨୨ ଆସନରେ ଆଗୁଆ ଅଛନ୍ତି।

ସେହିପରି ହରିୟାଣାରେ ବିଜେପି ୪୦, କଂଗ୍ରେସ ୩୪ ଏବଂ ଅନ୍ୟାନ୍ୟ ୯ ଆସନରେ ଆଗୁଆ ରହିଛି।

Related Posts

About The Author

Add Comment