ମହାରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓଙ୍କ ନାମରେ ହେବ ଉତ୍ତର ଓଡ଼ିଶା ବିଶ୍ଵବିଦ୍ୟାଳୟ

Spread the love

ବାରିପଦା, ୧୮/୧୨/୨୦୨୦ (ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା): ଶେଷରେ ତତ୍ପରତା ପ୍ରକାଶ କଲେ ରାଜ୍ୟ ସରକାର ନବଓଡ଼ିଶାର ଅନ୍ୟତମ ବିନ୍ଧାଣୀ, ମୟୁରଭଞ୍ଜ ଗଡ଼ଜାତରାଜ୍ୟର ପ୍ରଜାବତ୍ସଳ ଶାସକ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ପ୍ରତି ଯଥୋଚିତ ସମ୍ମାନ ପ୍ରଦର୍ଶନ ନେଇ ଆରମ୍ଭ ହୋଇଛି ଉଦ୍ୟମ। ଆଜି ମୟୂରଭଞ୍ଜ ଜିଲ୍ଲା ବିଜେଡି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ମାଧ୍ୟମରେ ବାରିପଦାସ୍ଥିତ ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟକୁ ମହାରାଜା ଶ୍ରୀରାମଚନ୍ଦ୍ରଭଞ୍ଜଦେଓ ବିଶ୍ଵବିଦ୍ୟାଳୟ’ ଭାବେ ନାମିତ କରିବାକୁ ସର୍ବସମ୍ମତ ପ୍ରସ୍ତାବ ପାରିତ କରାଯାଇଛି। ଏଥିସହିତ ଶ୍ରୀରାମଚନ୍ଦ୍ର ପାଠାଗାର (ଜୁବୁଲି ଲାଇବ୍ରେରୀ)ରପୁନରୁଦ୍ଧାର ନିମନ୍ତେ ଆର୍ଥିକ ଅନୁଦାନ ଯୋଗାଇବା ସହ ରକ୍ଷଣାବେକ୍ଷଣ ଦାୟିତ୍ବ ସରକାର ହାତକୁ ନେବା ନିମନ୍ତେପ୍ରସ୍ତାବ ଗୃହୀତ ହୋଇଛି। ଏ ସଂକ୍ରାନ୍ତରେ ଆବଶ୍ୟକ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକଙ୍କୁ ଜିଲ୍ଲାର ନେତୃବୃନ୍ଦ ଅନୁରୋଧ କରି ଏକପତ୍ର ପ୍ରେରଣ କରିଛନ୍ତି। ‘ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କୁ ଭୁଲିଗଲେ ଶୀର୍ଷକ ଏକ ଖବର ଗତକାଲି ‘ସମ୍ବାଦ’ରେ ପ୍ରକାଶିତ ହେବା ପରେ ରାଜ୍ୟର ବୁଦ୍ଧିଜୀବୀ ମହଲରେ ଏହାକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଥିଲା। ଏ ସଂକ୍ରାନ୍ତରେ ରାଜ୍ୟ ସରକାର ମଧ୍ୟ ତ୍ବରିତ୍ ପଦକ୍ଷେପ ନେଇଥିଲେ। ମହାରାଜାଙ୍କ ୧୫୦ତମ ଜନ୍ମ ଜୟନ୍ତୀ ବର୍ଷକୁ ମର୍ଯ୍ୟାଦାରସହିତ ପାଳନ କରିବାକୁ ଜିଲ୍ଲା ବିଜେଡି ନେତୃବୃନ୍ଦଙ୍କୁ ନିର୍ଦ୍ଦେଶ ଦିଆଯିବା ସହିତ ଦଳୀୟ ପର୍ଯ୍ୟବେକ୍ଷକମାନଙ୍କୁ ଜିଲ୍ଲାରେଉପସ୍ଥିତ ରହି କାର୍ଯ୍ୟକ୍ରମ ତଦାରଖ କରିବାକୁ କୁହାଯାଇଥିଲା। ଫଳସ୍ୱରୂପଆଜି ସକାଳେ ମାଲ୍ୟାର୍ପଣଠାରୁ ଆରମ୍ଭ କରି ସ୍ମତିସଭା ଓ ସାମ୍ବାଦିକ ସମିଳନୀର ଆୟୋଜନ କରାଯାଇଥିଲା । ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ସମ୍ପର୍କରେଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ପାରିତ କରାଯିବା ପରେ ଏ ସଂକ୍ରାନ୍ତରେ ଗଣମାଧ୍ୟମ ସମ୍ମୁଖରେ ତଥ୍ୟ ରଖିଥିଲା ଦଳ । ରାମ୍ମନ୍ତ୍ରୀ ତଥା ବିଜେଡି ଜିଲ୍ଲା ସଭାପତି ସୁଦାମା ମାରାଣ୍ଡିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟସଭା ସାଂସଦ ମମତା ମହାନ୍ତ, ମୋରଡ଼ା ବିଧାୟକ ରାଜକିଶୋରଦାସ, କରଞ୍ଜିଆ ବିଧାୟିକା ବାସନ୍ତୀ ହେମୁମ୍, ପୂର୍ବତନ ଉପବାଚସ୍ପତି ସାନନ୍ଦ ମାରାଣ୍ଡି, ଓଡ଼ିଶା କୃଷି ଶିଳ୍ପ ନିଗମରଅଧ୍ୟକ୍ଷ ଦେବାଶିଷ ମହାନ୍ତି, ମୟୁରଭଞ୍ଜ ସାଙ୍ଗଠନିକ ଜିଲ୍ଲା-୨ ସଭାପତି କାଶିନାଥ ହେମ୍ରମ, ରାଇରଙ୍ଗପୁର ପର୍ଯ୍ୟବେକ୍ଷକମୁକ୍ତିକାନ୍ତ ମଣ୍ଡଳ, ଦଳୀୟ ମୁଖପାତ୍ଡ଼ା.ହରିଶ ଚୌଧୁରୀ, ପୂର୍ବତନ ଏସ୍‌ଡିସି ଅଧ୍ୟକ୍ଷ ଦେବାଶିଷ ମାରାଣ୍ଡି, ପୂର୍ବତନ ପୌରାଧ୍ୟକ୍ଷ କୃଷ୍ଣାନନ୍ଦ ମହାନ୍ତି, ପ୍ରକାଶମହାନ୍ତି, ସୁବ୍ରତ ଛାଟୋଇ, ଯୁବ ସଭାପତି ଅରୁଣ ବରାଡ଼ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ମହାରାଜାଙ୍କୁ ନେଇ ବର୍ଷତମାମ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନକରାଯିବ ବୋଲି ସୂଚନା ଦିଆଯାଇଥିଲା । ଜିଲ୍ଲାରେ ଅବସ୍ଥିତ ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟକୁ ମହାରାଜା ଶ୍ରୀରାମଚନ୍ଦ୍ରଭଞ୍ଜଦେଓଙ୍କ ନାମରେ ନାମକରଣ କରାଗଲେ ଦିବଂଗତ ମହାନ୍ ବ୍ୟକ୍ତିତ୍ବଙ୍କ ପ୍ରତି ଉଚିତ୍ ସମ୍ମାନ ହେବ ବୋଲିମତପ୍ରକାଶ ପାଇଥିଲା। ମହାରାଜାଙ୍କ ୧୫୦ତମ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟ ସରକାରଙ୍କ ଏପରି ତତ୍ପରତା ସବୁଠି ଚର୍ଚ୍ଚାସୃଷ୍ଟି କରିଛି। ଏହି ଅବସରରେ ଦ୍ବିତୀୟ ଶ୍ରୀକ୍ଷେତ୍ର ବାରିପଦା ଶ୍ରୀ ହରିବଳଦେବ ଜିଉ ବିଜେ ମହାପ୍ରଭୁଙ୍କ ମନ୍ଦିରରନବୀକରଣ ଓ ସୌନ୍ଦର୍ଯ୍ୟକରଣ ନିମନ୍ତେରେ ୫ କୋଟି ବଦଳରେ ଅଧିକ ଟଙ୍କା ଯୋଗାଇ ଦେବା ସହ ଅବହେଳିତଅବସ୍ଥାରେ ଥିବା ଶ୍ରୀରାମଚନ୍ଦ୍ର ପାଠାଗାରରପୁନରୁଦ୍ଧାର ଓ ରକ୍ଷଣାବେକ୍ଷଣ ଦାୟିତ୍ବ ସରକାର ହାତକୁ ନେବା ଲାଗିମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି।

Related Posts

About The Author

Add Comment