ମହାବିଦ୍ୟାଳୟର ଅଧ୍ୟକ୍ଷକଙ୍କୁ ବିଦାୟ କାଳିନ ସମ୍ବର୍ଦ୍ଧନା ସଭା

Spread the love

ଯାଜପୁର, ୦୩/୦୯/୨୦୨୧ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍ ଅନ୍ତର୍ଗତ ବ୍ରହ୍ମବରଦା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଅବଦୁଲ ରଉଫଖାନ ଅଧ୍ୟକ୍ଷଙ୍କୁ ବ୍ରହ୍ମବରଦା ଉଚ୍ଚ ମାଧ୍ୟମିକ କର୍ମଚାରୀ ସଙ୍ଘ ପକ୍ଷରୁ ଏକ ବିଦାୟ କାଳିନ ସମ୍ବର୍ଦ୍ଧନା ସଭା ଅନୁଷ୍ଟିତ କରାଯାଇଥିଲା । ଏହି ଅବସରରେ ଶିକ୍ଷା କର୍ମଚାରୀ ବିଷ୍ଣୁଚରଣ ମହାନ୍ତିଙ୍କ ଉଦେ୍ଦଷ୍ୟରେ ଏହି ସମ୍ବର୍ଦ୍ଧନା ସଭାରେ ଅର୍ଥନିତୀ ବିଭାଗର ଅଧ୍ୟାପକ ପ୍ରଶାନ୍ତ ସାହୁଙ୍କ ସଭାପତିତ୍ୱରେ ଆୟୋଜନ କରାଯାଇଥିଲା । ବ୍ରହ୍ମବରଦାର ପୂର୍ବତନ ସରପଂଚ ବିପିନ ବିହାରୀ ଦେଓ, ହାଜିରମିଅାଁ ହାଇସ୍କୁଲର ପୂର୍ବତନ ପ୍ରଧାନ ଶିକ୍ଷକ ଆଲ୍ଲାଉଦ୍ଦିନ ଖାନ ଯୋଗଦେଇଥିବା ବେଳେ, ଏହି ବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ କିଶୋର ଚନ୍ଦ୍ର ଜେନା, +୩ କଲେଜର ମହେଶ୍ୱର ପାଢ଼ୀ, ଶିକ୍ଷାବିତ ହରିବନ୍ଧୁ ଗିରୀ, ବିଜେଡ଼ି ସମ୍ପାଦକ ପ୍ରଦିପ ଦାସ, ସେକ୍ ଜବାର ଅଲ୍ଲୀ, ଅଧ୍ୟକ୍ଷ ରୁପ ସାରଙ୍କର ଜୀବନି ଉପରେ ଆଲୋକ ପାତ କରିଥିଲେ । ସଙ୍ଘ ପକ୍ଷରୁ ଉପଢ଼ୋକନ ମାନପତ୍ର ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ସମ୍ବର୍ଦ୍ଧନା ସଭାରେ ଯୋଗଦେଇଥିବା ଅଧ୍ୟାପକ ସୁଦର୍ଶନ ପୃଷ୍ଟି, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପିକା ବନଲତା ଲେଙ୍କା ମାନପତ୍ର ପାଠ କରିଥିବା ବେଳେ, ଅଧ୍ୟାପକ ଶଶିଭୁଷଣ ମହାନ୍ତୀ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଅଧ୍ୟାପକ ଉଲ୍ଲାସ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ ।

Related Posts

About The Author

Add Comment