ମହାବାତ୍ୟାର ରୂପ ନେଲା ଅମ୍ଫାନ

Spread the love
ଭୁବନେଶ୍ୱର, ୧୮/୦୫/୨୦ (ସନ୍ଧାନ ନିଉଜ) : ବଙ୍ଗୋପସାଗରରେ ଅତି ଭୀଷଣ ରୂପ ଧାରଣ କଲା ସାମୁଦ୍ରକ ଝଡ ଅମ୍ଫାନ । ବର୍ତ୍ତମାନ ଏହା ପାରାଦୀପଠାରୁ ୭୯୦ କିଲୋମିଟର ଦୂରରେ ରହିଥିବା ବେଳେ ଦୀଘାଠାରୁ ଦକ୍ଷିଣ ଦକ୍ଷିଣପଶ୍ଚିମରେ ୯୪୦ କିଲୋମିଟର ଦୂରରେ ରହିଛି । ତେବେ ଘଂଟାକୁ ୧୩ କିଲୋମିଟର ବେଗରେ ଗତି କରୁଛି ଅମ୍ଫାନ । ଅତି ଭୀଷଣ ରୂପ ନେଲା ପରେ ଉତ୍ତର-ଉତ୍ତରପୂର୍ବ ଦିଗକୁ ମୁହାଉଛନ୍ତି ବାତ୍ୟା ଅମ୍ଫାନ । ଆଉ କିଛି ସମୟ ମଧ୍ୟରେ ମହାବାତ୍ୟା ରୂପ ନେବାକୁ ଯାଉଛି ଅମ୍ଫାନ । ବାତ୍ୟା କେନ୍ଦ୍ର ସ୍ଥଳଈରେ ପବନର ବେଗ ଘଂଟା ପ୍ରତି ୨୪୦ କିଲୋମିଟର ରହିବ । ମାତ୍ର ମଝିରେ ମଝିରେ ପବନର ବେଗ ୨୫୫ କିଲୋମିଟର ଛୁଇଁପାରେ ପବନର ବେଗ । ବର୍ତ୍ତମାନ ଗଂଜାମ, ଚିଲିକା ଉପକୂଳ ସମତେ ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ବାଲେଶ୍ୱର, କେନ୍ଦୁଝର ଏବଂ ମୟୂରଭଂଜ ପାଇଁ ବିପଦ ବଢିଯାଇଛି ।

Related Posts

About The Author

Add Comment