ମହାପ୍ରସାଦରେ ବିଷ ମିଶାଇ ୪୦ହଜାର ଶ୍ରଦ୍ଧାଳୁଙ୍କୁ ହତ୍ୟା କରିବାକୁ ଯୋଜନା

Spread the love

ମୁମ୍ବାଇ ୨୫/୭ (ସନ୍ଧାନ ନିୟୁଜ) : ମହାରାଷ୍ଟ୍ରର ଆତଙ୍କବାଦୀ ନିରୋଧୀ ବାହିନୀ ଚଳିତ ବର୍ଷ ଜାନୁଆରିରେ ୧୦ଜଣ ଆତଙ୍କବାଦୀଙ୍କୁ ଗିରଫ କରିଥିଲା, ଯେଉଁମାନେ କି ଆତଙ୍କବାଦୀ ସଂଗଠନ ଦାଏସ ସହିତ ଜଡ଼ିତ ଥିଲେ। ଏହି ଆତଙ୍କବାଦୀଙ୍କ ବିରୋଧରେ ରୁଜୁ ହୋଇଥିବା ଚାର୍ଜସିଟ୍‌ରେ କୁହାଯାଇଛି କି, ଏହି ଆତଙ୍କବାଦୀମାନେ ମୁମ୍ବାଇର ୪୦୦ବର୍ଷ ପୁରୁଣା ମୁମ୍ବ୍ରେଶ୍ୱର ମନ୍ଦିରରେ ମହାପ୍ରସାଦରେ ବିଷ ମିଶାଇ ଅନେକ ଶ୍ରଦ୍ଧାଳୁଙ୍କୁ ହତ୍ୟା କରିବାକୁ ଉଦ୍ୟମ କରିଥିଲେ।

ଚାର୍ଜସିଟ୍‌ରେ କୁହାଯାଉଛି କି, ଏହି ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ତହଲା ପୋଟ୍ରିକ ଗତବର୍ଷ ଡିସେମ୍ବରରେ ମନ୍ଦିରରେ ଆୟୋଜିତ ଶ୍ରୀମଦ ଭାଗବତ କଥା ଚାଲିଥିବା ସମୟରେ ମହାପ୍ରସାଦରେ ବିଷ ମିଶାଇବାକୁ ଉଦ୍ୟମ କରିଥିଲା। ଏହି ଦିନ ପାଖାପାଖି ୪୦ହଜାର ଶ୍ରଦ୍ଧାଳୁ ମହାପ୍ରସାଦ ସେବନ କରିଥିଲେ।

ଅନ୍ୟ ଆତଙ୍କବାଦୀ ହେଲେ ଅବୁ ହମଜା, ମୋହସିନ୍‌ ଖାନ୍‌, ଅବଦୁଲ ରସିଦ ଶେଖ୍‌ ଓରଫ ମଜହର, ମହମ୍ମଦ ତକି ଖାନ୍‌ ଓରଫ ଅବୁ ଖାଲିଦ, ମୁସାହିଦ ଉଲ ଇସଲାମ, ଜମ୍ମନ ଖୁତେପାଦ, ସଲମାନ ସିରାଜୁଦ୍ଦିନ୍‌ ଖାନ୍‌ ଓ ଫହଦ ଅନସାରୀ । ଆଉ ଜଣେ ଆତଙ୍କବାଦୀ ନାବାଳକ ବୋଲି ଜଣାପଡ଼ିଛି। ଏମାନେ ସମସ୍ତେ ଜାକିର୍‌ ନାଇକର ଉପଦେଶରେ ପ୍ରେରିତ ଥିଲେ ବୋଲି ପୁଲିସ କହିଛି।

Related Posts

About The Author

Add Comment