ନେମାଳ ୨୭/୧/୨୬ (ସନ୍ଧାନ ନ୍ୟୁଜ) ସାରା ଦେଶ ୭୭ତମ ସାଧାରଣତନ୍ତ୍ର ଦିବସ ପାଳନ କରୁଥିବା ବେଳେ ମହାପୁରୁଷ ଅଚ୍ୟୁତାନନ୍ଦ ମହାବିଦ୍ୟାଳୟ ରେ ମଧ୍ୟ ପ୍ରାଧ୍ୟାପକ ଗଗନ ବିହାରୀ ଦାସ, ଭାର ପ୍ରାପ୍ତ ଅଧକ୍ଷ ଙ୍କ ନେତୃତ୍ୱ ରେ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଅଛି। ଏହାକୁ ପରିଚାଳନା କରିଥିଲେ ମହାବିଦ୍ୟାଳୟ ଏନସିସି ର ମୁଖ୍ୟ ଅଧ୍ୟାପକ ଲେପ୍ଟନାଣ୍ଟ ସୁଶାନ୍ତ କୁମାର ସାହୁ। ମହାବିଦ୍ୟାୟର ସମସ୍ତ ପ୍ରାଧ୍ୟାପକ, ଅଧ୍ୟାପକ, ଅଧ୍ୟାପିକା ଏବଂ କର୍ମଚାରୀ ଙ୍କ ସହ ବହୁ ଛାତ୍ର ଛାତ୍ରୀ ଏବଂ ଏନସିସି ର କ୍ୟାଡେଟ ମାନେ ଯୋଗ ଦେଇ ଏହି ପବିତ୍ର ଦିନ କୁ ମନୋରଞ୍ଜୀତ କରିଥିଲେ। ଅଧ୍ୟାପକ ସୂର୍ଯ୍ୟକାନ୍ତ ଥାପା ଧନ୍ୟବାଦ୍ ଦବା ସହ ସମ୍ବିଧାନର ମହତ୍ତ୍ଵ ଏବଂ ଏକ ନାଗରିକ ହିସାବରେ ଦେଶ ଓ ଜାତି ପ୍ରତି କର୍ତ୍ତବ୍ୟ କିଭଳି ହେବା ଉଚିତ୍ ତାହା ଛାତ୍ର ଛାତ୍ରୀ ମାନଙ୍କୁ ବୁଝାଇଥିଲେ।
ମହାପୁରୁଷ ଅଚ୍ୟୁତାନନ୍ଦ ମହାବିଦ୍ୟାଳୟ ରେ ସାଧାରଣତନ୍ତ୍ର ଦିବସ
|
January 27, 2026 |



