ଯାଜପୁର ସଦର,୨୫/୧୨/୨୦୨୦ (ସନ୍ଧାନ ନିଉଜ): ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍ ଅନ୍ତର୍ଗତ ବନ୍ଧଡିହ ପଂଚାୟତର ବ୍ରାହ୍ମଣୀନଦୀ ପ୍ରଳୟଙ୍କରୀ ବନ୍ୟାରେ ବନ୍ଧଡିହ ମହାନ୍ତୀ ସାହୀ ନିକଟରେ ୧୦୦ ଫୁଟରୁ ଉର୍ଦ୍ଧ ଘାଇ ସୃଷ୍ଟି ହୋଇଥିଲା । ଯାହାଫଳରେ ୧୦ଟି ପଂଚାୟତର ଗ୍ରାମବାସୀମାନେ ଏହି ରାସ୍ତାଦେଇ ବ୍ରହ୍ମବରଦା ଭାୟା କୁଆଖିଆକୁ ଯିବା ଆସିବା ପାଇଁ ଏହି ରାସ୍ତା ଉପରେ ନିର୍ଭର କରୁଥିବା ବେଳେ, ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ଘାଇକୁ ମରାମତି କରାଯାଇଥିଲା । ଠିକାଦାର ନମ୍ନମାନର କାମ କରିଥିବା ଏହି ଘାଇ ରାସ୍ତାଟି ମରଣଯନ୍ତା ପାଲଟିଥିବା ଦେଖିବାକୁ ମିଳିଚି । ଜାରକା ଜଳସେଚନ ଅଧିନରେ ଥିବା ଏହି ନଦୀବନ୍ଧ କାର୍ଯ୍ୟ କରାଯାଉଥିବା ବେଳେ, ଏହି ଘାଇରାସ୍ତା ମରଣଯନ୍ତା ପାଲଟିଚି । ବାଇକ୍ ଚାଳକ, ଏବଂ ବଡ଼ ବଡ଼ ଗାଡ଼ି ଏହି ରାସ୍ତା ଉପରେ ଯାତାୟତ କରୁଥିବା ରାସ୍ତାର ମଝିରେ ବଡ଼ ବଡ଼ ଗାଢ଼ମାନ ସୃଷ୍ଟି ହୋଇଯାଇଚି । ବିଭିନ୍ନ ଜାଗାରୁ ବାଲି ବସ୍ତା ପକାଯାଇ ରାସ୍ତା କରାଯାଇଥିଲା । ତୁରନ୍ତ ଏହି ରାସ୍ତାରେ ମୋରମ ପକାଯାଇ ଏହି ରାସ୍ତାକୁ ନିର୍ମାଣ କରାନଗଲେ କେତେବେଳେ ଏଠାରେ ଦୃଘଟଣା ଘଟିବ ତାହା କହିହେବ ନାହିଁ । ତେଣୁ ବିଧାୟିକ ଓ ଜଳସମ୍ପଦ ନିର୍ବାହି ଯନ୍ତ୍ରୀ ଏଦିଗରେ ଦୃଷ୍ଟି ଦେବାଲାଗି ସାଧାରଣରେ ଦାବି କରାଯାଉଚି ।
ମହାନ୍ତୀଘାଇ ରାସ୍ତା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଚି
|
December 25, 2020 |
