ନନ୍ଦନକାନନ, ୬/୧୧ (ସନ୍ଧାନ ନିଉଜ) : କଟକ ମୁଣ୍ଡଳୀ ପୋଲ ନିକଟରେ ବୁଧବାର ମାଛ ଧରିବା ବେଳେ ଭାରସାମ୍ୟ ହରାଇ ଏକ ହୁଲି ଡଙ୍ଗା ବୁଡ଼ି ଯାଇଥିଲା। ମାତ୍ର ଡଙ୍ଗାରେ ଥିବା ୩ ଜଣ ମତ୍ସ୍ୟଜୀବୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଡଙ୍ଗାରୁ ଡେଇଁ ପହଁରି ପହଁରି ଆସି ସେମାନେ କୂଳରେ ଲାଗିଥିଲେ। ଏହାପରେ ସ୍ଥାନୀୟ ମତ୍ସ୍ୟଜୀବୀ ୨ଟି ଡଙ୍ଗାରେ ଯାଇ ବୁଡ଼ି ଯାଇଥିବା ଡଙ୍ଗାକୁ ଉଦ୍ଧାର କରିଛନ୍ତି।
ମହାନଦୀରେ ବୁଡ଼ିଲା ଡଙ୍ଗା
|
November 6, 2019 |



