ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀରେ ୧୫୦ଟଙ୍କିଆ ସ୍ୱତନ୍ତ୍ର ମୁଦ୍ରା ଉନ୍ମୋଚନ କଲେ ମୋଦୀ

Spread the love

ଅହମଦାବାଦ, ୨/୧୦ (ସନ୍ଧାନ ନିଉଜ) : ଜାତିର ପିତା ମହାତ୍ମାଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ୧୫୦ ଟଙ୍କିଆ ସ୍ମରଣିକା ମୁଦ୍ରାର ଉନ୍ମୋଚନ କରିଛନ୍ତି ।
ଏଠାରେ ଅନୁଷ୍ଠିତ ଏକ ସମାରୋହରେ ସେ କହିଛନ୍ତି ଯେ ଆଜିକାଲି ବିଶ୍ୱ ସମ୍ମୁଖୀନ ହେଉଥିବା ସବୁ ସମସ୍ୟାର ସମାଧାନ ମହାତ୍ମାଙ୍କ ଦର୍ଶନ ଓ ବାଣୀରେ ରହିଛି । ସେ କହିଛନ୍ତି ଯେ ଆଜି ଭାରତ ଖୋଲା ଶୌଚ ମୁକ୍ତ ଦେଶ ହୋଇପାରିଛି । ଦେଶକୁ ସ୍ୱଚ୍ଛ ଓ ନିର୍ମଳ ରଖିପାରିଲେ ଗାନ୍ଧିଜୀଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହୋଇପାରିବ । ଗାନ୍ଧୀଜୀଙ୍କ ସାବରମତୀ ଆଶ୍ରମ ଗସ୍ତ କରିବା ପରେ ସାବରମତୀ ନଦୀ କୂଳରେ ଅନୁଷ୍ଠିତ ଏହି ସଭାରେ ସେ କହିଛନ୍ତି ଯେ ମିଳିତ ଜାତିସଂଘ ମହାତ୍ମାଙ୍କ ଜୟନ୍ତୀକୁ ଉତ୍ସାହର ସହ ପାଳନ କରୁଛି । କିଛିଦିନ ତଳେ ଜାତିସଂଘ ମହାତ୍ମାଙ୍କ ସ୍ମୃତିରେ ଏକ ଡାକଟିକଟ ଉନ୍ମୋଚନ କରିଥିଲା । ସାବରମତୀ ଆଶ୍ରମର ପରିଦର୍ଶକ ପୁସ୍ତିକାରେ ସେ ଲେଖିଛନ୍ତି ଯେ ମହାତ୍ମାଙ୍କ ସ୍ୱଚ୍ଛ ଭାରତ ସ୍ୱପ୍ନକୁ ଆମେ ପାଳନ କରିପାରିଛେ ।

Related Posts

About The Author

Add Comment