ମହାତ୍ମା ଗାନ୍ଧୀଙ୍କୁ ଛେଳି କ୍ଷୀର ଦେଇଥିବା ମନ୍ଦୋଦରୀ ନାୟକଙ୍କର ପରଲୋକ

Spread the love

ଭୁବନେଶ୍ୱର, ୧୨/୯ (ସନ୍ଧାନ ନିଉଜ) : ମହାତ୍ମା ଗାନ୍ଧୀଙ୍କ ହତ୍ୟା ସମୟରେ ଦିଲ୍ଲୀର ବିରଲା ହାଉସରେ ମାଳି ଭାବେ କାମ କରୁଥିବା ରଘୁ ନାୟକଙ୍କ ପତ୍ନୀଙ୍କର ପରଲୋକ ହୋଇଯାଇଛି । ଯାହାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି | ମୁଖ୍ୟମନ୍ତ୍ରୀ ନିଜ ଟ୍ୱିଟରରେ ଲେଖିଛନ୍ତି ଯେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ କର୍ମସ୍ଥଳୀ ବିର୍ଲା ହାଉସରେ ମାଳି ଭାବେ କାର୍ଯ୍ୟ କରୁଥିବା କେନ୍ଦ୍ରାପଡାର ରଘୁ ନାୟକଙ୍କ ପତ୍ନୀ ମନ୍ଦୋଦରୀ ନାୟକଙ୍କ ଦେହାନ୍ତ ବିଷୟରେ ଜାଣି ସେ ଦୁଃଖିତ।

ତାଙ୍କ ଅମର ଆତ୍ମାର ସଦଗତି କାମନା ସହ ଏପରି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି | ଏଠାରେ ସୂଚନା ଥାଉ କି କେନ୍ଦ୍ରାପଡା ଜିଲ୍ଲା ଜାଗୁଳାଇପଡା ଗାଁର ରଘୁ ନାୟକ ବିରଲା ହାଉସରେ କାମ କରୁଥିବା ବେଳେ ନାଥୁରାମ ଗଡସେ ମହାତ୍ମା ଗାନ୍ଧୀଙ୍କୁ ଗୁଳି କରି ହତ୍ୟା କରିଥିଲେ ।

ସେହି ସମୟରେ ରଘୁ ନାୟକ ବାପୁଙ୍କୁ ଧରି ପକାଇଥିଲେ । ତେବେ ତାଙ୍କ କୋଳରେ ବାପୁଜୀ ଶେଷ ନିଶ୍ୱାସ ତ୍ୟାଗ କରିଥିବା କୁହାଯାଏ । ମନ୍ଦୋଦରୀ ଓ ତାଙ୍କ ସ୍ୱାମୀ ରଘୁ ବିରଳା ଭବନରେ ୧୯୪୭ରୁ ୧୯୬୭ ପର୍ଯ୍ୟନ୍ତ ରହିଥିଲେ । ୩୦ ଜାନୁଆରୀ ୧୯୪୮ରେ ମହାତ୍ମା ଗାନ୍ଧୀଙ୍କ ମୃତ୍ୟୁ ପର୍ଯ୍ୟନ୍ତ ମନ୍ଦୋଦରୀ ତାଙ୍କୁ ଛେଳି କ୍ଷୀର ଯୋଗାଉଥିଲେ । ରଘୁ ଅବସର ନେବା ପରେ ୧୯୬୭ରେ ସେମାନେ ଗାଁକୁ ଫେରିଥିଲେ ।

Related Posts

About The Author

Add Comment