ମହଙ୍ଗା ପଡିଲା ଥାନା ବାବୁଙ୍କ ଦବଙ୍ଗଗିରି: ଧର୍ମଶାଳା ଥାନା ଘେରାଉ କଲେ ୩ହଜାରରୁ ଉର୍ଦ୍ଧ୍ବ ପୁରୁଷ ଓ ମହିଳା

Spread the love

ଅନ୍ୟାୟର ଚରମ ସୀମାରେ ରାକେଶ ତ୍ରିପାଠୀ

ବେଆଇନ ଗିରଫ ନେଇ ପ୍ରତିବାଦ

ଚାନ୍ଦା ଓ ବନ୍ଧୁକ ଦେଖାଇବା ମହଙ୍ଗା ପଡିଲା

ଲୁଚିଗଲେ ଥାନା ଆଇଆଇସି

ଯାଜପୁର: ଧର୍ମଶାଳା:ଅତି ଅନ୍ୟାୟ ର ସୀମା ଟପିବାରୁ ମହଙ୍ଗା ପଡିଛି ଧର୍ମଶାଳା ଥାନା ଅଧିକାରୀ ରାକେଶ ତ୍ରିପାଠୀ ଙ୍କୁ।ବିଭିନ୍ନ ସମୟରେ ଅନେକ ସାଧାରଣ ଲୋକଙ୍କୁ ଡରାଇ,ଧମକାଇ,ଗିରଫ କରିବା ପ୍ରତିବାଦ ରେ ଗତକାଲି ଧର୍ମଶାଳା ଥାନା ଘେରାଉ କରାଯାଇଥିଲା।ଅଂଶୁମାନ ଟ୍ରଷ୍ଟ ର ସମ୍ପାଦକ ହିମାଂଶୁ ଶେଖର ସାହୁ ଙ୍କ ନେତୃତ୍ୱରେ ୩ହଜାର ରୁ ଉର୍ଦ୍ଧ୍ବ ପୁରୁଷ ,ମହିଳା ଙ୍କୁ ନେଇ ଏକ ବିରାଟ ଜନ ସମର୍ଥନ ରେ ଜାରକା ବଜାର ରୁ ଧର୍ମଶାଳା ଥାନା ଅଭିମୁଖେ ପହଁଚି ଗେଟ ଆଗରେ ଧାରଣା ଦେଇଥିଲେ।

ସୂଚନା ଥାଉକି ଗତ କିଛି ଦିନ ଧରି ଧର୍ମଶାଳା ଥାନାରେ ବଢି ଚାଲିଛି ବେଆଇନ କାର୍ଯ୍ୟ କଳାପ।ଆଉ ଏସବୁର ମୁଖ୍ୟ କାର୍ପଟଦାର ସାଜିଛନ୍ତି ଥାନା ଅଧିକାରୀ ରାକେଶ ତ୍ରିପାଠୀ।ଗୋରୁ ମାଫିଆ, ମାଙ୍କଡ଼ା ମାଫିଆ, ଥାନାରେ ଦଲାରୀ, ଫଇସଲା ନେଇ ଟଙ୍କା ନେବା ଭଳି ସଙ୍ଗିନ ଅଭିଯୋଗ ରେ ସର୍ବଦା ଛନ୍ଦି ରାକେଶ ତ୍ରିପାଠୀ।ଏପରିକି ମୁହଁ ଖୋଲିଲେ ସାଧାରଣ ଜନତା ଙ୍କ ଠାରୁ ଆରମ୍ଭ କରି ସାମ୍ବାଦିକ ଙ୍କୁ ମଧ୍ୟ ବେଆଇନ ଗିରଫ କରିବାକୁ ପଛାଉ ନାହାଁନ୍ତି ଥାନା ଅଧିକାରୀ।ସେହିପରି ଗତ ଦୁଇ ଦିନ ତଳେ ରାକେଶ ତ୍ରିପାଠୀ ଙ୍କ ନେତୃତ୍ୱରେ କନେଷ୍ଟବଳ ଲାଲ ମୋହନ ସାହୁ ରାତି ସମୟରେ କୁମାରୀ ସ୍ଥିତ ଅଂଶୁମାନ ଟ୍ରଷ୍ଟ କାର୍ଯ୍ୟଳୟ କୁ ଆସି ଟ୍ରଷ୍ଟ ର କର୍ମଚାରୀ ଙ୍କୁ ଅଶୀଳ ଗାଳିଗୁଳଜ କରିବା ସହ ବନ୍ଧୁକ ଫୁଟାଇ ଦେବାକୁ ଧମକ ଦେଇଥିଲେ।ଏପରିକି ଆଇଆଇସି କହିଛନ୍ତି ତୋ ଟ୍ରଷ୍ଟ ସେବା କାର୍ଯ୍ୟ ବନ୍ଦ କର ଯଦି ସେବା କରିବୁ ମାସକିଆ ବଟି ନେଇ ଥାନାରେ ଦେଇ ଆସିବୁ କହି ତାଙ୍କ ଡ୍ର ରୁ ୧୦ହଜାର ଚୋରି କରି ନେଇଥିବାର ଅଭିଯୋଗ ରେ ଦର୍ଶାଇଛନ୍ତି।ଯାଜପୁର ଜିଲ୍ଲା ଏସ୍ଡିପିଓ ,ଜେନାପୁର ଥାନା ଅଧିକାରୀ ପହଂଚି ସାଧାରଣ ଲୋକଙ୍କୁ ବୁଝାସୁଝା କରିବାରେ ମଧ୍ୟ ବିଫଳ ହୋଇଥିଲେ।ରାକେଶ ତ୍ରିପାଠୀ ଙ୍କ ବିରୁଦ୍ଧରେ ବିଭିନ୍ନ ପ୍ରକାର ନାରାବାଜି ସହ ଥାନାଅଧିକାରୀ ରାଜନେତା ଙ୍କ ପ୍ରରୋଚନାରେ ସର୍ବଦା ସଧାରଣ ଗରିବ ଲୋକଙ୍କୁ ବେଆଇନ ଭାବେ ଆକ୍ରୋଶ ରଖି ଗିରଫ କରୁଥିବାର ଗଣ ମାଧ୍ୟମ ଆଗରେ ବର୍ଷିଛନ୍ତି ଟ୍ରଷ୍ଟ ର ସମ୍ପାଦକ ହିମାଂଶୁ ଶେଖର ସାହୁ।
ଏହାର ପରେ ପରେ ହିମାଂଶୁ ଙ୍କ ନେତୃତ୍ୱରେ ଏସ୍ପି ଙ୍କୁ ତାଙ୍କ ସମର୍ଥକ ଙ୍କ ସହାୟତା ରେ ଭେଟିଥିଲେ।ଓ ଜିଲ୍ଲା ଏସ୍ପି ଘଟଣା କୁ ଆସନ୍ତା ୭ଦିନ ଭିତରେ ଗୁରୁତର ସହ ନେଇ ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

Related Posts

About The Author

Add Comment