ମଶାଙ୍କ ଦାଉରେ ବାରିପଦାବାସୀ ହନ୍ତସନ୍ତ

Spread the love

ବାରିପଦା, 14.12.2020 (ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା) – ସାଧାରଣତଃ ବିଷା ଓ ଗ୍ରୀଷ୍ମ ଋତୁରେ ମଶାଙ୍କ ପ୍ରାଦୁର୍ଭାବ ଦେଖାଯାଇଥାଏ। କାରଣ ବର୍ଷା ଋତୁରେ ନାଳନର୍ଦ୍ଦମା ପୂର୍ଣ୍ଣ ହୋଇଯାଉଥିବାରୁ ଏବଂ ଖରାଦିନେ ଅତ୍ୟଧୁକ ସୂର୍ଯ୍ୟକିରଣକୁ ସହ୍ୟ କରି ନ ପାରି ନାଳ ନର୍ଦ୍ଦମା ଓ ପାଣି ଦଲଦଲିରୁ ମଶାମାନେ ବାହାରକୁ ଆସିଥାଆନ୍ତି । ଯାହା ଫଳରେ ବର୍ଷା ଓ ଗ୍ରୀଷ୍ମ ଦିନରେ ମଶାଙ୍କ ପ୍ରଭାବ ଦାରା ମେଲେରିଆ ଓ ଡେଙ୍ଗୁ ରୋଗ ବ୍ୟାପି ଥାଏ । କିନ୍ତୁ ବର୍ଭମାନ ଶୀତଦିନେ ବାରିପଦା ସହରରେ ମଶାଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଉଥିବାରୁ ବାରିପଦାବାସୀ ତ୍ରାହିତ୍ରାହି ଡାକିଲେଣି । ବାରିପଦା ସହରରେ ୭ଟି ମୁଖ୍ୟ ବଡ ଜଳାଶୟ ବ୍ୟତୀତ ବିଭିନ୍ନ ୱାର୍ଡରେ ପ୍ରାୟ ଶହେରୁ ଉଦ୍ଧ ପାଣି ଦଲଦଲି ରହିଛି । ସହରର ହେମସାଗର, ଝାରବନ୍ଧ,  ବଡପୋଖରୀ, ଚାପଲପୋଖରୀ, ଷ୍ଟେସନବନ୍ଧ ଓ ପାଣି ଦଲଦଲି ଗୁଡ଼ିକରେ ଦଳ ଓ ଆବର୍ଜନାରୁ ମଶା ସେମାନଙ୍କ ବଂଶବିସ୍ତାର କରୁଛନ୍ତି  ସହର ମଧ୍ୟ ଦେଇ ଯାଇଥୁ ଜରାଳି ସରାଳି, ଚିପଟ୍, ବାଉରା, ବାୟାଯୋଡି, ଶୁକଯୋଡା ନଦୀ ଓ ବିଭିନ୍ନ ନାଳଗୁଡିକ ଅଳିଆ ଆବର୍ଜନାରେ ପୂର୍ଣ୍ଣ ହେଉଥିବାରୁ । ସହରର ୨୮ଟି ୱାର୍ଡରେ ମଧ୍ୟ ମଶାଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଉଛି । ବିଶେଷ କରି ସହରର ଅନେକ ସ୍ଥାନରେ ନର୍ଦ୍ଦମା ଗୁଡିକ ଅବରୋଧ ହୋଇଥିବାରୁ ସେଗୁଡିକ ସଠିକ୍ ଭାବରେ ସଫା ହୋଇ ପାରୁ ନାହିଁ । ଏହାଫଳରେ ଏଥୁରେ ମିଶାମାନେ ଅଣ୍ଡା ଦେବା ସହିତ ମଶା ବଂଶ ଦୁତ ବେଗରେ ବୃଦ୍ଧି ପାଉଛି ବସ୍ତୁତଃ ଚଳିତବର୍ଷ ଶୀତଦିନେ ମଧ୍ୟ ମଶା ଦାଉରୁ  ଓ ପାଇପାରୁ ନାହାନ୍ତି । ଏପରିକି ମଶାଙ୍କୁ  ପ୍ରତିରୋଧ କରିବା ପାଇଁ ବଜାରରେ ବିକ୍ରି  ହେଉଥିବା ମଶା ଧୂପରେ ମଧ୍ୟ ମଶା  ମରୁନଥୁବା ଦେଖାଯାଉଛି । ଏଥିସହିତ ସହରରେ ଥିବା  ବିଭିନ୍ନ ନଦୀକୂଳମାନଙ୍କରେ ଲତାବୁଦା  ମାଡି ଯାଇଥିବାରୁ ସେହି ସ୍ଥାନଗୁଡିକ  ଅରମାମୟ ଯୋଗୁ ସେଠାରେ ମଧ୍ୟ ମଶା  ସୃଷ୍ଟି ହେଉଛନ୍ତି । ବିଭିନ୍ନ ଖାଦ୍ୟ ଦୋକାନ  ଗୁଡ଼ିକରେ ହାତଧୁଆ ପାଣି ସହିତ ଅଳିଆ  ଆବର୍ଜନା ଠିଭାବରେ ନିଷ୍କାସନ ହେଉ  ନ ଥିବାରୁ କୃତ୍ରିମ ନାଳ ମାନ ସୃଷ୍ଟି  ହେଉଛି ଏବଂ ସେହି ସ୍ଥାନଗୁଡିକର ବର୍ଜ୍ୟବସ୍ତୁ ଓ ସହରର ବିଭିନ୍ନ ସ୍ଥାନରେ ଜମା ହେଉଥିବା ଅଳିଆ ଆବର୍ଜନା ସଠିକ୍ ସମୟରେ ସଫା ହେଉନ ଥିବାରୁ ପଚିଯାଇ ସେଥିରୁ ମଧ୍ୟ ମଶା ଜନ୍ମ ହେଉଛନ୍ତି । ଏଣୁ ପ୍ରାଥମିକ ସ୍ତରରେ ବାରିପଦା ସହରର ୨ଟି ଜଳାଶୟର ଦଳ ମୁଁ ନିପାସନ ସହିତ ସହରର ବିଭିନ୍ନ ୱାର୍ଡର ଓ ଖୋଲାସ୍ଥାନ ଗୁଡ଼ିକରେ ଜମୁଥିବା ପାଣିର ଦଲଦଲି ସ୍ନାନ ଓ ଅଳିଆ ଆବର୍ଜନାରେ ଜମୁଥିବା ସ୍ଥାନଗୁଡ଼ିକ ଚିହ୍ନଟ କରାଯାଇ ସଂପୃକ୍ତ ଜମି ମାଲିକଙ୍କୁ ସେହି ଅଂଚଳରୁ ସ ଆବର୍ଜନା ମୁକ୍ତ କରିବାକୁ ନିର୍ଦ୍ଦେଶ ଦେବା ପ ସହିତ ଆବଶ୍ୟକ ସ୍ଥଳେ ଦଣ୍ଡବିଧାନ ସା କରାଯିବା ଦରକାର ବୋଲି ସାଧାରଣରେ ଏ ମତ ପ୍ରକାଶ ପାଉଛି । ସହରର ବିଭିନ୍ନ ସ୍ଥାନର ଅଳିଆ ଆବର୍ଜନାଗୁଡିକୁ ସଫା କରିବା ଦାୟିତ୍ବରେ ଥିବା ଘରୋଇ ସଂସ୍ଥା ସଠିକ ସମୟରେ ଏହାକୁ ସଫା କରୁ ନ ଥିବାରୁ ତଥା ସହରର ଗଳିକନ୍ଦି ଗୁଡିକର  ନାଳନର୍ଦ୍ଦମା ଗୁଡିକରେ ମଶା ତେଲ ସିଂଚନ କରାଯାଉ ନ ଥିବାରୁ ପରିସ୍ଥିତି ଅଧୁକ ଜଟିଳ ହେଉଛି । ସେହିପରି ସହର ମଧ୍ୟରେ ମୁଖ୍ୟ ନାଳ ଗୁଡିକରେ ଆବଦ୍ଧ ହୋଇଥିବା ପିଗୁଡିକ ସପ୍ତାହରେ ଥରେ ଖୋଲାଯାଇ ସେଥିରେ ଥିବା ଆବର୍ଜନା ସଫା କରିବା ସହିତ ମଶା ମରା ତେଲ ପକାଯିବା ଜରୁରୀ ଅଟେ । ପୂର୍ବରୁ ସନ୍ଧ୍ୟାବେଳେ ସହରର ବିଭିନ୍ନ ୱାର୍ଡରେ ମଶାମରା ଧୂଆଁ ଗାଡ଼ି ବୁଲୁଥିଲା ବେଳେ ଏବେ ତାହା ଦେଖବାକୁ ମିଳୁନାହିଁ । ଏଣୁ ଏହା ମଧ୍ୟ କାର୍ଯ୍ୟକାରୀ ହେବା ଜରୁରୀ  ପୂର୍ବରୁ ବାରିପଦା ସହରରେ ସମସ୍ତ ନାଳ ନର୍ଦ୍ଦମାଗୁଡିକ ଜରାଳି, ସରାଳି ଓ ବୁଢାବଳଙ୍ଗ ନଦୀ ସହିତ ସଂଯୁକ୍ତ ହୋଇଥିଲା । ଏପରିକି ଝିଝିରବନ୍ଧ, ବଡପୋଖରୀ, ଚାପଲ ପୋଖରୀ, ହେମସାଗର ଆଦିର ଉଦ୍‌ବୃତ ପୋଖରୀ ଜଳ ଟନେଲ ଯୋଗେ ନାଳ ସହିତ ସଂଯୋଗ କରାଯାଇ ବାହାର କରାଯାଇ ପାରୁଥିଲା । ବର୍ତ୍ତମାନ ପରିସ୍ଥିତିରେ ବାରିପଦା ସହରର ଅଳିଆ ଆବର୍ଜନାଗୁଡିକ ନିୟମିତ ପରିଷ୍କାର କରିବା, ନାଳନର୍ଦ୍ଦମା ଗୁଡିକରୁ ଅବରୋଧ ହଟାଇବା, ସରାଳି ଜରାଳି ନଦୀରେ ଜମା ହୋଇଥିବା ଅଳିଆଆବର୍ଜନା ଗୁଡିକର ତତ୍‌କାଳୀନ ନିଷ୍କାସନ, ସହରର ଫାଙ୍କା ଜମିଗୁଡିକର ଦଲଦଲିକୁ ଚିହ୍ନଟ କରିବା, ନାଳ ନର୍ଦମାରେ ଜନସାଧାରଣ ଅଳିଆ ଆବର୍ଜନା, ପରିବା ଚୋପା ଆଦି ନପକାଇବାକୁ ସଚେତନ କରାଯିବା ଓ ସହରର ମୁଖ୍ୟ ୭ଟି ଜଳାଶୟର ଦଳ ଓ ଅଳିଆ ଆବର୍ଜନାଗୁଡିକୁ ଯୁଦ୍ଧକାଳୀନ ଭିଭିରେ ସଫା କରାଇ ପାରିଲେ ବାରିପଦା ସହରବାସୀ ଶୀତଦିନରେ ଅଦିନିଆ ମଶା ଦାଉରୁ ରକ୍ଷା ପାଇ ପାରିବେ । ଏଥି ସହିତ ଏଗୁଡ଼ିକ କାର୍ଯ୍ୟକାରୀ ହେଲେ ବାରିପଦାକୁ ଅଳିଆ ଆବର୍ଜନା ମୁକ୍ତ ସହର ଭାବେ ଗଢ଼ି ତୋଳିବାର ଏହା ପ୍ରାଥମିକ ପଦକ୍ଷେପ ହୋଇ ପାରିବ । ତେଣୁ ଏଦିଗରେ ପୌରପରିଷଦ, ଜଳସଂପଦ ବିଭାଗ ଓ ଜିଲା ପ୍ରଶାସନର ସମ୍ମିଳିତ ଓ ଆନ୍ତରିକ ଉଦ୍ୟମ ଜରୁରୀ ହୋଇପଡ଼ିଛି ।

Related Posts

About The Author

Add Comment