ଜେନାପୁର/୦୮/୧୧/ସନ୍ଧାନ ନିୟୁଜ୍/ପ୍ରଶାନ୍ତ ସାମଲ) ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ଜେନାପୁର ଥାନା ଅଧିନ ଅଞ୍ଜିରା ପଞ୍ଚାୟତର ଶ୍ୟାମସୁନ୍ଦର ପୁର ଗ୍ରାମର ଜଣେବୃଦ୍ଧ ଯାହାର ନାମ ବିଦ୍ୟାଧର ମହାରଣା (୭୫) ଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି, ଘଟଣାରୁ ପ୍ରକାଶ ପ୍ରତିଦିନ ପରି ଆଜି ଭୋର ପ୍ରାୟ ୪.୩୦ ସମୟରେ ନିଜ ଘର ପାଖରୁ ୨୦ ମିଟର ଦୂରକୁ ଏକ ପରିତ୍ୟକ୍ତ କଳାପଥର ଖଦାନ ଉପରକୁ ମଳତ୍ୟାଗ କରିବା ପାଇଁ ଯାଇଥିଲେ ପରେ ଶୌଚ କରିବାକୁ ସେହି ଖଦାନରେ ଥିବା ପାଣିପାଖକୁ ଆସୁଥିବା ସମୟରେ ଅନ୍ଧାର ହେଇଥିବାରୁ ରାସ୍ତା ଜାଣିପାରିନଥିଲେ ଫଳରେ ଦୀର୍ଘ୨୫ ରୁ ୩୦ ଫୁଟ ଖାଦାନ ତଳକୁ ଖସି ପଡ଼ିଥିଲେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଏପଟେ ଘର ଲୋକେ ଦୀର୍ଘ ସମୟ ଧରି ଘରକୁ ଫେରିବାର ବିଳମ୍ବ ହେବାରୁ ଘନଶ୍ୟାମକୁ ବହୁ ଖୋଜା ଖୋଜି କରିଦେଇଥିଲେ ମଧ୍ୟ ତାଙ୍କର କୌଣସି ପତ୍ତା ପାଇନଥିଲେ ।ସକାଳ ହେବାରୁ ସ୍ଥାନୀୟ ଲୋକମାନଙ୍କ ସହ ଯୋଗରେ ପୁନ୍ନବାର ଖୋଜା ଖୋଜି କରିଥିଲେ ଏବଂ ଘନଶ୍ୟାମ ଯେଉଁ ପରିତ୍ୟକ୍ତ ଖାଦାନରେ ପଡିଯାଇଥିଲେ ସେଇ ଖାଦାନ ଗ୍ରାମର କିଛି ଲୋକ ଶୌଚ ହେବା ଲାଗି ଯାଇଥିଲେ ,ସେଠାରେ ଘନଶ୍ୟାମଙ୍କର ଚପଲ ପଡିଥିବାର ଦେଖି ମନରେ ସନ୍ଧେହ ଆସିଥିଲା ,ସଙ୍ଗେ ସଙ୍ଗେ ସ୍ଥାନୀୟ ଚଦଡେଇଧରା ଅଗ୍ନିଶମ ବିଭାଗ କୁ ଖବର ଦେଇଥିଲେ ଖବର ପାଇ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଗ୍ରାମ ବାସୀଙ୍କ ସହାୟତାରେ ବହୁ ଖୋଜା ଖୋଜି ପାଇବା ପରେ ତାଙ୍କର ମୃତ ଶରୀରକୁ ପାଇ ଘର ଲୋକଙ୍କୁ ହସ୍ତାନ୍ତର କରିଥିବା ଶୁଣିବାକୁ ମିଳୁଛି, ଏପଟେ ଜେନାପୁର ପୋଲିସ ଙ୍କୁ କୌଣସି ଖବର ଦିଆ ଯାଇନଥିବା ଆଲୋଚନା ହେଉଛି ।
ମଳତ୍ୟାଗକରି ଶୌଚ ହେବାକୁ ଯାଉଥିବା ବେଳେ ଏକ ପରିତ୍ୟକ୍ତ କଳାପଥର ଖାଦାନ ତଳକୁ ଖସି ବୃଦ୍ଧଙ୍କ ମୃତ୍ୟୁ,,
|
November 8, 2021 |