ହାଟଡିହି, ୧୭/୧୧/୨୦ (ସନ୍ଧାନ ନିଉଜ) : ମଲାପରେ ଯାଇ ଭତ୍ତା ମିଳିବ କଥା ଟା ଅଡୁଆ ଲାଗୁଥିଲେବି ବାସ୍ତବରେ ସତ । ହାଟଡିହି ବ୍ଲକରେ ଶହଶହ ଲୋକ ଏବେ ବାର୍ଦ୍ଧକ୍ୟର ଶେଷ ସୋପାନରେ ପହଞ୍ଚିଥିଲେବି ସେମାନଙ୍କ ପାଇଁ ଭତ୍ତା ନାହିଁ । ଜଣେ ଭତ୍ତା ହିତାଧିକାରୀ ମରିଗଲା ପରେ ଯାଇ ତାଙ୍କ ବଦଳରେ ଅନ୍ୟ ଜଣେ ଭତ୍ତା ପାଇପାରିବ ବୋଲି ସରକାରୀ ଭାବେ କୁହାଯାଉଛି । ବ୍ଲକରେ ଏବେ ୩୨୭୬ଜଣ ହିତାଧିକାରୀ ଭତ୍ତା ପାଇଁ ଆବେଦନ କରିଥିବାବେଳେ ଜଣେ ବି ହିତାଧିକାରୀଙ୍କୁ ଭତ୍ତା ଦିଆଯାଇ ପାରୁ ନାହିଁ । ୩ବର୍ଷ ହେଲା ନୁତନ ଭତ୍ତା ସାଂକ୍ସନ ନଥିବାରୁ କେହି ଭତ୍ତା ପାଇପାରୁ ନାହାନ୍ତି । ଯେଉଁ ପଞ୍ଚାୟତରେ ଜଣେ ହିତାଧିକାରୀ ମୃତ୍ୟୁବରଣ କରିବାପରେ ସେହି ପଞ୍ଚାୟତର ସରପଞ୍ଚ ଭେକେନସି ଲିଷ୍ଟ ଦେବାପରେ ଯାଇ ଅନ୍ୟଜଣେ ଭତ୍ତା ପାଇପାରିବ ବୋଲି ବ୍ଲକରେ ଭତ୍ତା ଦାୟିତ୍ୱରେ ଥିବା ଅଧିକାରୀ କହୁଛନ୍ତି । ଯାହାଦ୍ୱାରାକି ଅନେକ ବୃଦ୍ଧବୃଦ୍ଧା ବୟସର ସାୟାନ୍ନରେ ଉପନୀତ ହୋଇ ୩/୪ବର୍ଷ ହେଲା ଭତ୍ତା ପାଇଁ ଆବେଦନ କରିଥିଲେ ମଧ୍ୟ ସେମାନଙ୍କୁ ଭତ୍ତା ମିଳିପାରୁ ନାହିଁ । କେନ୍ଦୁଝର ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଗରିବ ବୃଦ୍ଧବୃଦ୍ଧାଙ୍କ ମୁହଁରେ ହସ ଫୁଟାଇବାକୁ ଭତ୍ତା ପ୍ରଦାନ କରିବାକୁ ଦାବି ହେଉଛି ।
ମଲାପରେ ମିଳିବ ଭତ୍ତା
|
November 17, 2020 |