ଭୁବନେଶ୍ଵର, ୨୪/୧୨ (ସନ୍ଧାନ ନିୟୁଜ) : ଅନୁଗୋଳ ଜିଲ୍ଲା ଜରପଡ଼ା ଥାନା କତଡ଼ା ନିକଟ ଜାତୀୟ ରାଜପଥରେ ସୋମବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ମୁହାଁମୁହିଁ ହୋଇଛି ବୋଲେରୋ ଓ ବସ୍। ୪ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬ଜଣ ଆହତ ହୋଇଛନ୍ତି।
ସୂଚନା ଅନୁଯାୟୀ ଛତିଶଗଡ଼ରୁ ଦୁଇଟି ପରିବାରର ୯ ଜଣ ସଦସ୍ୟ CG04HK 0183 ନମ୍ବର ବିଶିଷ୍ଟ ଏକ ବୋଲେରୋରେ ପୁରୀ ଅଭିମୁଖେ ଆସୁଥିଲେ। ରାତି ପ୍ରାୟ ଅଢ଼େଇଟା ବେଳେ କତଡ଼ା ନିକଟରେ ଏକ ବସ୍ ସହ ବୋଲେରୋର ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ବୋଲେରୋ ଡ୍ରାଇଭର ସମେତ ୩ ମହିଳାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଆହତମାନଙ୍କୁ ପ୍ରଥମେ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଠାଯାଇଥିଲା। ସେମାନଙ୍କ ମଧ୍ୟରୁ ୧୧ ବର୍ଷର ବାଳକ ଗୋବିନ୍ଦ ନାମଦେବଙ୍କ ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।