ମର୍ଜିତା ପୁର ଠାରେ ଅଙ୍ଗଦାନ ମହୋତ୍ସବରେ ୩୦୪ ଜଣ ଅଙ୍ଗଦାନ ପାଇଁ ପଞ୍ଜୀକୃତ କରିଲେ

Spread the love

ଜେନାପୁର ୦୬/୦୮/ସନ୍ଧାନ ନ୍ୟୁଜ୍/(ପ୍ରଶାନ୍ତ ସାମଲ)ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ମର୍ଜିତାପୁର ପଞ୍ଚାୟତ କଲ୍ୟାଣ ମଣ୍ଡପ ଠାରେ ଆଜି କବାଟବନ୍ଧ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ର ଡାକ୍ତର ନିହାର ରଞ୍ଜନ କରଙ୍କ ଉଦ୍ୟମ ଏବଂ ସଚେତନ ନାଗରିକ ମଞ୍ଚର ର ସହଯୋଗ ରେ ଶରୀର ଓ ଅଙ୍ଗ ଦାନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ସଚେତନ ନାଗରିକ ମଞ୍ଚର ଆବାହକ ସରୋଜକାନ୍ତ ବେହେରା ଉପଦେଷ୍ଟା ପରମା ନନ୍ଦ ସାହୁ, ପଙ୍କଜ ମଲ୍ଲ ଙ୍କ ସଭାପତିତ୍ୱରେ ଆୟୋଜିତ ସଭାର ମୁଖ୍ୟ ଅତିଥି ଭାବେ ଭାରତ ଶରୀର ଓ ଅଙ୍ଗଦାନ ସମିତି ଅଧ୍ୟକ୍ଷ ଡକ୍ଟର ପ୍ରଭାସ ଆଚାର୍ଯ୍ୟ ଯୋଗ ଦେବା ସହିତ ସଂମ୍ମାନିତ ଅତିଥି ଭାବେ ଅବସର ପ୍ରାପ୍ତ ଥାନା ଅଧିକାରୀ ସୁଶାନ୍ତ କୁମାର ଦାସ, ସାହିତ୍ୟିକ,ସମାଜସେବୀ ମିନତୀ ସାହୁ,ଡାକ୍ତର ପ୍ରଶାନ୍ତ ଦାସ,ସାହିତ୍ୟିକ ତଥା ଶିକ୍ଷାବିତ ଡକ୍ଟର ନିରଞ୍ଜନ ସାହୁ,ସମାଜ ସେବୀ ଲକ୍ଷ୍ମୀ ଖମାରି, ଧର୍ମଶାଳା ବ୍ଲକ ଉପାଧ୍ୟକ୍ଷା ବିଶ୍ୱ ବିଜୟୀନୀ ମିଶ୍ର,ସରପଞ୍ଚ ବିଜୟ ଦାସ, ରାଜ୍ୟ ଉତ୍କଳ ସାମ୍ବାଦିକ ସଙ୍ଘ ସାଧାରଣ ସମ୍ପାଦକ ବେଣୁଧର ପଣ୍ଡା,ଶିକ୍ଷାବିତ ରଘୁନାଥ ବେହେରା, ସମାଜସେବୀ,ଅଧକ୍ଷ ମନୋଜ କୁମାର ଧୀର,ସାମ୍ବାଦିକା ରଶ୍ମିତା ବେହେରା,ଶିକ୍ଷାବିତ ପ୍ରମୋଦ ମଲ୍ଲିକ ପ୍ରମୁଖ ଯୋଗଦେଇ ଅଙ୍ଗଦାତା ଙ୍କ ପଞ୍ଜିକରଣ କରିବା ସହିତ ପ୍ରଶଂସା ପତ୍ର ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ସ୍ୱଇଚ୍ଛା ରେ ୩୦୪ଜଣ ପୁରୁଷ ଓ ମହିଳା ଅଙ୍ଗଦାନ କରିବାକୁ ପଞ୍ଜିକରଣ କରିଥିଲେ। ଏଭଳି କାର୍ଯ୍ୟକ୍ରମ କୁ ଅଞ୍ଚଳ ବାସୀ ବେଶ ପ୍ରଶଂସା କରିଛନ୍ତି। ଆଗକୁ ଆହୁରି ଏମିତି ଅନେକ ଜାଗାରେ କାର୍ଯ୍ୟକ୍ରମ କରି ୧୦,୦୦୦/ରୁ ଅଧିକ ଅଙ୍ଗ ଦାତା ହେବେବୋଲି କବାଟ ବନ୍ଧ ମେଡିକାଲ ଅଫିସର ଡାକ୍ତର ନିହାର ରଞ୍ଜନ କର ସୂଚନା ଦେଇଛନ୍ତି,

Related Posts

About The Author

Add Comment