ମରାଣାତ୍ମକ ଆକ୍ରମଣ ମାମଲା : ଦୁଇ ଅଭିଯୁକ୍ତକୁ ୩ ବର୍ଷ ଲେଖାଏଁ ଜେଲ ଦଣ୍ଡାଦେଶ 

Spread the love
ବାଲିଗୁଡା, ତା, ୨୦/୧୧/୨୫: (ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ): ଗୁରୁବାର ଏକ ମରାଣାତ୍ମକ ଆକ୍ରମଣ ମାମଲାର ବିଚାର କରି ବାଲିଗୁଡା ଅଦାଲତ ଅଭିଯୁକ୍ତକୁ ୩ ବର୍ଷ କାରାଦଣ୍ଡ ସହିତ ୫ ହଜାର ଟଙ୍କା ଜୋରିମାନା କରିଛନ୍ତି । ଜୋରିମାନା ଅନାଦେୟ ଅଧିକା ୧ ମାସ ଜେଲ ଦଣ୍ଡ ଭୋଗିବା ପାଇଁ ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି l ଅଭିଯୁକ୍ତ ଦ୍ୱୟ ହେଲେ ତୁମୁଡିବନ୍ଧ ଥାନା କେନ୍ଦୁପଡା ଅଞ୍ଚଳ ର ବିକ୍ରମ ଓରଫ ବଳରାମ ମାଝୀ ଏବଂ ପରମେଶ୍ୱର ପରାସେଠ । ଘଟଣା ରୁ ପ୍ରକାଶ ଯେ, ୨୦୧୯ ମସିହା ନଭେମ୍ବର ମାସ ୧୪ ତାରିଖ ରାତ୍ର ରେ ବଳରାମ ଓ ପରମେଶ୍ୱର ଦୁହେଁ ମିଶି ସାମୁଏଲ ନାୟକଙ୍କ ସହ କୌଣସି କାରଣ ରୁ ଝଗଡା ଲାଗିଥିଲେ, ତାହା ସାମାନ୍ୟ ପାଟିତୁଣ୍ଡ ରୁ ଏକ ବଡ ଧରଣର ଗଣ୍ଡଗୋଳ ହୋଇ ଏକ ଅସ୍ତ୍ର ସାହାଯ୍ୟରେ ମୁଣ୍ଡ ଓ ଗୋଡ଼କୁ ପିଟି ମୁର୍ମୁଷ ଅବସ୍ଥାରେ ରାସ୍ତା କଡରେ ଫିଙ୍ଗି ଦେଇଥିଲେ l ସକାଳ ସୁଦ୍ଧା ସାମୁଏଲ ଘରକୁ ନ ଫେରିବାରୁ ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ରାସ୍ତା କଡ଼ରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରି ସଙ୍ଗେ ସଙ୍ଗେ ତୁମୁଡିବନ୍ଧ ସ୍ୱାସ୍ଥ୍ୟ କେନ୍ଦ୍ର ରେ ପ୍ରାଥମିକ ଚିକିତ୍ସା କରିବା ପରେ ଅଧିକ ଚିକିତ୍ସା ପାଇଁ ବାଲିଗୁଡା ମେଡିକାଲ ରେ ଭର୍ତ୍ତି କରିଥିଲେ l ଏ ନେଇ ସାମୁଏଲର ପରିବାର ପକ୍ଷରୁ ୧୮ ତାରିଖ ଦିନ ତୁମୁଡିବନ୍ଧ ଥାନାରେ ଏତଲା ଦିଆଯାଇଥିଲା । ଏତଲା କୁ ଭିର୍ତ୍ତି କରି ତୁମୁଡିବନ୍ଧ ପୁଲିସ୍ ଏକ ମାମଲା ରୁଜୁକରି କେଶ ନଂ. ୮୦/୨୦୧୯ ଏବଂ ଦଫା. ୩୦୭/୩୪ ଆଇପିସି ପ୍ରକାରେ ତୁମୁଡିବନ୍ଧ ଥାନାର ଭକ୍ତ ଚରଣ ମୁଖି ତଦନ୍ତ ଆରମ୍ଭ କରି ବଳରାମ ଓ ପରମେଶ୍ୱର ଦୁଇ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ଗୁରୁବାର ଏହି ମାମଲାର ଶୁଣାଣୀ କରି ବାଲିଗୁଡା ସହକାରୀ ଦୌରାଜଜ ଅପୂର୍ଵ କୁମାର ରାୟ ୧୩ ଜଣ ସାକ୍ଷୀଙ୍କ ବୟାନ ଆଧାରରେ ଉପରୋକ୍ତ ଦଣ୍ଡାଦେଶ ଶୁଣାଣୀ କରିଛନ୍ତି। ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପି.ପି ସୁରେଶ କୁମାର ପଟ୍ଟନାୟକ ମାମଲା ପରିଚାଳନା କରୁଥିଲେ।

Related Posts

About The Author

Add Comment