ମରଣଯନ୍ତା ପାଲଟିଛି ମଧୁପୁରଗଡ, ଚଢ଼େଇଧରା ରେଲୱ ବାଇପାସ ରାସ୍ତା

Spread the love

ଧର୍ମଶାଳା, ୨୬/୮ (ସନ୍ଧାନ ନିୟୁଜ/ମାନସ ରାଉତ) ଧର୍ମଶାଳା ବ୍ଲକ ଅନ୍ତର୍ଗତ ମଧୁପୁରଗଡ, ଚଢ଼େଇଧରା ରେଲୱ ବାଇପାସ ରାସ୍ତା ଯାତ୍ରୀଙ୍କ ପାଇଁ ମରଣଯନ୍ତା ପାଲଟିଛି । ଏହି ରାସ୍ତାଟି ଉପରେ ନିକଟସ୍ଥ ୪ଟି ପଂଚାୟତର ଲୋକମାନେ ଯିବା ଆସିବା ନିମନ୍ତେ ଦୈନଦିନ ବ୍ୟବହାର କରୁଥିବା ବେଳେ ରାସ୍ତା ମଝିରେ ବିରାଟ ଗର୍ତ୍ତ ସୃଷ୍ଟି ହୋଇଛି । ଏପରକି ବର୍ଷାରେ ସେହି ଗର୍ତ୍ତରେ ପାଣି ରହିବା ଫଳରେ ଗର୍ତ୍ତ ଗୁଡିକୁ ଜଣାନପଡିବାରୁ ଏଥିରେ ପଡି ବହୁ ପଥଚାରୀ ଆହତ ହୋଇଥିବାର ନଜର ରହିଛି । ରାସ୍ତାର ପାଖାପାଖି ୪ଶହ ମିଟର ଏପରି କଦର୍ଯ୍ୟ ହୋଇଛି ସେଥିରେ ଯିବା ଆସିବା କରିବା ସମ୍ଭବ ହେଉନାହିଁ । ରାସ୍ତାରେ ଗର୍ତ୍ତ ଯୋଗୁ ଚାରି ଚକିଆ ଗାଡି ଏବଂ ଆମ୍ବୁଲାନ୍ସ ମଧ୍ୟ ଯିବା ସମୟରେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ରାସ୍ତାଟିର କିଛି ଭାଗ ରେଲେୱ ବିଭାଗ ହାତରେ ରହିଥିବାରୁ ନା ଜିଲ୍ଲା ପ୍ରଶାସନ ନା ଗ୍ରାମ ଉନ୍ନୟନ ବିଭାଗ ଏହା ଉପରେ ଦୃଷ୍ଟି ଦେଉନଥିବା ସହିତ ଦୋଷ ରେଳ ବିଭାଗ ମୁଣ୍ଡରେ ଲଦି ଦେଉଛି । ରେଳବିଭାଗ ମଧ୍ୟ ବହୁ ଅଭିଯୋଗ କରିବା ପରେ ଏହାକୁ ମରାମତି କରିବାକୁ ନାଁ ଧରୁନି । ଏପରକି ବିଭାଗ ବିଭାଗ ମଧ୍ୟରେ ଟଣା ଓଟରା ହେଉଥିବାରୁ ସାଧରଣ ଲୋକେ ଯିବା ଆସିବାରେ ଅସୁବିଧା ହେବା ସହିତ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏହି ରାସ୍ତା ଦେଇ ରାତ୍ରୀ କାଳୀନ ଯିବା ଆସିବା କରିବା କେବଳ ମୃତୁ୍ୟର ଦ୍ୱାରାକୁ ଯିବା ବୋଲି ସାଧରଣରେ ଚର୍ଚ୍ଚା ଚାଲିଛି । ତୁରନ୍ତ ଏହା ଉପରେ ଜିଲ୍ଲାପାଳ ଏବଂ ରେଳ ବିଭାଗର ବରିଷ୍ଠ ଅଧିକାରୀ ଦୃଷ୍ଟି ଦେଇ ଏହାର ମରାମତି କରିବାକୁ ସାଧରଣରେ ଦୃଢ଼ ଦାବି ହେଉଛି ।

Related Posts

About The Author

Add Comment