ମରଣଯନ୍ତା ପାଲଟିଛି ବ୍ରାହ୍ମଣୀ ନଦୀବନ୍ଧ; ପ୍ରସାଶନ ନିରବଦ୍ରଷ୍ଟା

Spread the love

ଯାଜପୁର ସଦର,୨୧ା୦୯ (ସନ୍ଧାନ ନିଉଜ): ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଜାରକା ଜଳସେଚନ ବିଭାଗର ମନମୁଖି କାର୍ଯୟା କରାଯାଇଥିବା ବେଳେ, ବ୍ରାହ୍ମଣୀ ନଦୀ ବନ୍ଧର ଅବସ୍ଥା କହିଲେ ନସରେ ଯାହାକି ବ୍ରହ୍ମବରଦା ଠାରୁ ଆସିବାକୁ ହେଲେ ଏହି ବନ୍ଧ ଦେଇ ଆସିବାକୁ ହୁଏ । ନିମ୍ନମାନର କାର୍ଯ୍ୟ କରାଯାଇଥିବାରୁ ଏହି ନଦୀବନ୍ଧରେ ୨ଶହରୁ ଉର୍ଦ୍ଧ୍ୱ ଗାଢ଼ ସୃଷ୍ଟି ହୋଇ ଥିବାରୁ ଏହି ନଦୀବନ୍ଧ ଦେଇ ହଜାର ହଜାର ଲୋକ ଯାତାୟତ କରୁଥିବାବେଳେ, ଗାଢ଼ମଧ୍ୟରେ ପଡ଼ି ବହୁ ଲୋକ ଆହତ ହୋଇଲେଣି । ଯାହାକି ଜିଲ୍ଲା ପ୍ରଶାସନ ଓ ଜଳ ସମ୍ପଦ ବିଭାଗ ତୁରନ୍ତ ଏହି ନଦୀ ବନ୍ଧକୁ ମରାମତି କରିବାକୁ ଦାବି କରାଯାଉଚି । ପହି ଗଡ଼ା ଠାରୁ ବନ୍ଧଡିହ ଛକ ପର୍ଯ୍ୟନ୍ତ ଆଣ୍ଠୁଏ ପାଣି ଜମି ରହୁଥିବାର ଦେଖିବାକୁ ମିଳୁଚି । ଏ ଦିଗରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ମରାମତି କାରିବା ପାଇଁ ଆଗକୁ ଦୂର୍ଗାପୂଜା ଆସୁଥିବାରୁ ଏ ଅଞ୍ଚଳ ପ୍ରସିଦ୍ଧ ଦୂର୍ଗାପୂଜା ପାଇଁ ବେଶ ପରିଚୟ ସୃଷ୍ଟି କରେ । ହଜାର ହଜାର ଦର୍ଶକଙ୍କ ସମାଗମକୁ ଦେଖି ନଦୀବନ୍ଧକୁ ମରାମତି ଏହି ବିଭାଗର କନିଷ୍ଟ ଯନ୍ତ୍ରୀ ଦୃଷ୍ଟି ଦେବାଲାଗି ଜନସାଧାରଣଙ୍କ ତରଫରୁ ଦାବି କରାଯାଉଚି । ଏହି ନଦୀବନ୍ଧ ମରାମତି କରାନଗଲେ ସାଧାରଣ ଜନଆନ୍ଦୋଳନ ମୁଣ୍ଡ ଟେକିବ ବୋଲି ବରୀ ବିଧାୟକ ବିଶ୍ୱରଂଜନ ମଲିକ, ଯାଜପୁର ସାଂସଦ ରବିନାରାୟଣ ବେହେରା, ଯାଜପୁର ଜିଲ୍ଲାପାଳ ଅମ୍ବର କୁମାର କର ଦୃଷ୍ଟି ଦେବା ପାଇଁ ଦାବି କରାଯାଉଚି । WWW.SANDHANNEWS.COM

Related Posts

About The Author

Add Comment