ମମତା ହତ୍ୟାକାରୀଙ୍କୁ ଗିରଫ ଦାବିରେ ଏସପି ଅଫିସ ଘେରାଉ

Spread the love

ଯାଜପୁର, ୧୭/୫ (ସନ୍ଧାନ ନିୟୁଜ) ଯାଜପୁର ଜିଲ୍ଲା ମମତା ହତ୍ୟାକାଣ୍ଡର ଅଭିଯୁକ୍ତ ସ୍ୱାମୀ ଓ ତାର ପରିବାକୁ ଗିରଫ ଦାବି କରି ଆଜି କୁଆଖିଆ ଥାନା ଅନ୍ତର୍ଗତ ହାଟସିଂହାପୁର ଗ୍ରାମବାସୀ ପାଣିକୋଇଲି ଠାରେ ଥିବା ଯାଜପୁର ଏସପି କାର୍ଯ୍ୟାଳୟ ଘେରାଉ କରିଥିଲେ । ମମତା ମୃତ୍ୟୁର ୭ ଦିନ ବିତିଯାଇଥିଲେ ବି ଅଭିଯୁକ୍ତମାନେ ଖୁଲମଖୋଲା ବୁଲୁଥିବା ବେଳେ କୁଆଖିଆ ପୁଲିସ କେବଳ ମାମଲା ରୁଜ୍ଜୁ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ଟାଳଟୁଳ ନିତୀ ଅବଲମ୍ବନ କରୁଥିବା ଅଭିଯୋଗ କରି ଶତାଧିକ ମହିଳା ଓ ପୁରୁଷ ଆଜି ଏସପି ଅଫିସରେ ଘେରାଉ କରିଥିଲେ । ଏସପି ଚରଣ ସିଂହ ମୀନା ଅଭିଯୋଗ କାରୀଙ୍କ ସମସ୍ତ ଘଟଣା ଶୁଣିବା ପରେ ଏହାର ତଦନ୍ତ ଭାର ଅତିରିକ୍ତ ଏସପିଙ୍କୁ ଦେଇଛନ୍ତି । ପ୍ରକାଶ ଯୋଗ୍ୟ କୁଆଖିଆ ଥାନା ହାଟସିଂହାପୁର ଗ୍ରାମର ସେମନାଥ ରାଉତଙ୍କ ସ୍ତ୍ରୀ ବାସନ୍ତୀ ରାଉତଙ୍କ ଅଭିଯୋଗ ମୁତାବକ ତାଙ୍କ ଝୀଅ ପ୍ରୀୟ ଦର୍ଶନୀ ନାୟକ ଓରଫ ମମତା(୨୪) ୨ବର୍ଷ ତଳେ ଶ୍ରୀବନ୍ତ ପୁର ପଂଚାୟତର ବର୍ଲାଙ୍ଗୀ ଗ୍ରାମର ଭୀମସେନ ନାୟକଙ୍କ ପୁଅ ସଂଜୟକୁ ବିବାହ କରିଥିଲେ । ଦାବି ମୁତାବକ ସମସ୍ତ ଯୌତୁକ ଦିଆଯାଇଥିଲେ ମଧ୍ୟ ଅଧିକ ଦୁଇ ଲକ୍ଷ ଯୌତୁକ ଦାବିରେ ମମତାକୁ ବାରମ୍ବାର ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଉଥିଲେ । ଏହି ନିର୍ଯ୍ୟାତନାରେ ସ୍ୱାମୀ ସଂଜୟ, ଶଶୁର ଭୀମସେନ, ଶାଶୁ ଶକୁନ୍ତଳା, ନଣନ୍ଦ ଚୁମୁକି, ନଣଦେଇ ତପନ ବିଶ୍ୱାଳର ଭୂମିକା ରହିଥିଲା । ଗତ ୧୦ ତାରିଖ ଯାଜପୁର ଜିଲ୍ଲାମୁଖ୍ୟ ମେଡିକାଲ ରେ ଝିଅର ମୃତ୍ୟୁ ଖବର ପାଇ ବାସନ୍ତୀ ଓ ସର୍ମ୍ପକୀୟ ସେଠାରେ ପହଂଚିବାରୁ ବାରଣ୍ଡାରେ ଝିଅର ମୃତ ଦେହ ପଡିଥିଲା । ମାତ୍ର ସେମାନଙ୍କୁ ମମତାକୁ ଦେଖିବାକୁ ଦିଆଯାଇନଥିଲା ଓ ଗାଳିଗୁଲଜ କରି ବିଦା କରିଦିଆଯାଇଥିଲା । ଫଳରେ ସେଠାରୁ ନିରାଶ ହୋଇ କୁଆଖିଆ ଥାନାରେ ଅଭିଯୋଗ କରିଥିଲେ । ଏନେଇ ପୁଲିସ ଏକ ମାମଲା ୧୩୫/୧୯ ଦଫା ୪୯୮(ଏ), ୩୦୪(ବି), ୩୦୨, ୨୯୪, ୫୦୬, ୩୪ ଡାଉରୀ ପ୍ରୋବିସନ ଆକ୍ଟ ୧୯୬୪-୪ରେ ରୁଜ୍ଜୁ କରିଥିଲେ ମଧ୍ୟ ଅବଧି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ । ମୃତ୍ୟୁର ସାତ ଦିନ ବିତିଯାଇଥିଲେ ମଧ୍ୟ ଅଭିଯୁକ୍ତମାନେ ଗିରଫ ନହେବାରୁ ଗ୍ରାମାବସୀମାନେ ଆନେ୍ଦାଳନକୁ ଓହ୍ଲାଇବାକୁ ବାଧ୍ୟ ହୋଇଥିଲେ । ଦୋଷୀ ମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବୀ କରିଥିଲେ ଗ୍ରାମବାସୀ । ଏସପି ସମସ୍ତ ଘଟଣା ଶୁଣିବା ପରେ ଅତିରିକ୍ତ ଏସପି ଅକ୍ଷୟ କୁମାର ଦାସଙ୍କୁ ଏହାର ତଦନ୍ତ ଦାୟିତ୍ୱ ଦେଇଥିବା ଜଣାପଡିଛି ।

Related Posts

About The Author

Add Comment