ମମତା ବାନାର୍ଜିଙ୍କ ବିବାଦୀୟ ଫଟୋ ସେୟାର କରି ଗିରଫ ହୋଇଥିବା ବିଜେପି ନେତ୍ରୀଙ୍କୁ ମିଳିଲା ଜାମିନ୍‌

Spread the love

ନୂଆଦିଲ୍ଲୀ, ୧୪/୫ (ସନ୍ଧାନ ନିୟୁଜ) : ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କ ଫଟୋ ଏଡିଟ୍‌ କରି ଗିରଫ ହୋଇଥିଲେ ବିଜେପି ନେତ୍ରୀ ପ୍ରିୟଙ୍କା ଶର୍ମା । ତେବେ ମଙ୍ଗଳବାର ଏହି ମାମଲା ଉପରେ ଶୁଣାଣି କରି ସୁପ୍ରିମ କୋର୍ଟ ଗିରଫ ହୋଇଥିବା ବିଜେପି ନେତ୍ରୀଙ୍କୁ ତୁରନ୍ତ ଛାଡ଼ିବା ପାଇଁ ଆଦେଶ ଦେଇଛନ୍ତି । ତେବେ ଏହି ଖବର ଆସିବା ପରେ ପ୍ରିୟଙ୍କାଙ୍କ ମା’ ନିଜର ଖୁସି ଜାହିର କରିବା ସହ ଝିଅର ଫେରିବା ବାଟକୁ ଚାହିଁ ରହିଥିବା ନେଇ କହିଛନ୍ତି ।

ସୂଚନା ମୁତାବକ, କିଛି ଦିନ ତଳେ ମେଟ୍‌ ଗାଲା ୨୦୧୯ରେ ଥିବା ପ୍ରିୟଙ୍କାଙ୍କ ଲୁକ୍‌ ସାମ୍ନାକୁ ଆସିବା ପରେ ଲୋକେ ଟ୍ରୋଲ କରିବା ସହ ବୀରପ୍ପନଙ୍କ ନିଶ ସହ ପ୍ରିୟଙ୍କାଙ୍କ କେଶ ସଜ୍ଜାକୁ ତୁଳନା କରିଥିଲେ । ଏହା ସହ ହାଓ୍ଵଡ଼ା ଜିଲ୍ଲାର ବିଜେପି ଯୁବା ମୋର୍ଚ୍ଚାର ମୁଖ୍ୟ ପ୍ରିୟଙ୍କାଙ୍କ ମେଟ୍‌ ଗାଲା ଫଟୋକୁ ଏଡିଟ୍‌ କରି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କ ମୁହଁ ଲଗାଇଥିବାରୁ ତାଙ୍କୁ ଗିରଫ କରାଯାଇଥିଲା । ମହିଳାଜଣଙ୍କ ଫଟୋ ଏଡିଟ୍‌ କରି ସୋସିଆଲ ମିଡିଆରେ ସେୟାର କରିଥିଲେ । ଯାହା ଧିରେ ଧିରେ ଭାଇରାଲ ହୋଇଥିଲା । ଫଟୋ ଭାଇରାଲ ହେବା ପରେ ଦାସନଗର ପୁଲିସ ଷ୍ଟେସନରେ ତାଙ୍କ ବିରୋଧରେ ଏତଲା ରୁଜୁ କରି ତାଙ୍କୁ ଗିରଫ କରିଥିଲା ।

Related Posts

About The Author

Add Comment