ମନ ମୁତାବକ ଚାଉଳ, ଗହମ ବଣ୍ଟନ କରୁଥିବାରୁ ଡିଲରଙ୍କ ନାଁରେ ଗ୍ରାମବାସୀଙ୍କ ଅଭିଯୋଗ

Spread the love

କେନ୍ଦ୍ରାପଡ଼ା ୨୮/୧୦ (ସନ୍ଧାନ ନିୟୁଜ) : ଦାରିଦ୍ର ସୀମାରେଖା ତଳେ ବସବାସ କରୁଥିବା ଲୋକମାନଙ୍କ ପାଇଁ ସରକାରଙ୍କ ପକ୍ଷରୁ ସର୍ବନିମ୍ନ ଦରରେ ଯୋଗାଇ ଦିଆଯାଉଛି ଅତ୍ୟାବଶ୍ୟକୀୟ ସାମଗ୍ରୀ। ଲକ୍ଷ୍ୟ ରାଜ୍ୟରୁ ଗରିବ ହଟିବ, ତାହା ସହ ଅନାହାରରେ ଶିକାର ନହୋଇ ଯେପରି କେହି ମୃତ୍ୟୁବରଣ ନକରିବେ। ହେଲେ ବିଭାଗୀୟ ଅଧିକାରୀ ଓ ଡିଲରଙ୍କ ଅସାଧୁମେଣ୍ଟ ଯୋଗୁଁ କେଉଁଠି ପ୍ରକୃତ ହିତାଧିକାରୀଙ୍କୁ ଖାଉଟି ସାମଗ୍ରୀ ମିଳୁନଥିବା ବେଳେ ଆଉ କେଉଁଠି ହିତାଧିକାରୀମାନେ ସରକାରୀ ଯୋଜାନକୁ ଚାତକ ପରି ବର୍ଷବର୍ଷ ଧରି ଚାହିଁ ବସିଛନ୍ତି, ଏମିତି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ୍ ତେଣ୍ଡାକୁଡା ପଞ୍ଚାୟତ ର ଦାଆଁଲୋ

ଗ୍ରାମର ଗ୍ରାମବାସୀ ଡିଲର ଶ୍ରୀମତୀ ଲକ୍ଷ୍ମୀପ୍ରିୟା ନାୟକଙ୍କ ନାଁରେ ଆଣିଛନ୍ତି ଅଭିଯୋଗ, ଡିଲର code-1703P022 ନରଡା, ଦାଆଁଲୋ ଗ୍ରାମ ଓ ତାଙ୍କ ପଡିଶା ଗ୍ରାମରା ପ୍ରିୟା ଶହେ (୧୦୦)ଟି ପରିବାରରୁ ଅଧିକ ପରିବାର ରାସନ କାର୍ଡ ଜରିଆରେ ଚାଉଳ, ଗହମ, ପାଉଛନ୍ତି ହେଲେ ଡିଲର ଲକ୍ଷ୍ମୀପ୍ରିୟା ନାୟକ ତାଙ୍କ ମନ ମୁତାବକ ଚାଉଳ, ଗହମ ବଣ୍ଟନ କରୁଥିବା ସହ ଗୋଟିଏ ରାସନ କାର୍ଡ ପିଛା ପ୍ରତି ମାସରେ ଚାଉଳ ଗହମ ଦୁଇ କିଲେ କାଟୁଛନ୍ତି ବୋଲି ଦାଆଁଲୋ ଗ୍ରାମ ବାସୀ ଅଭିଯୋଗ କରିଛନ୍ତି, ଏ ନେଇ ଡିଲର ଲକ୍ଷ୍ମୀପ୍ରିୟା ନାୟକ ଙ୍କୁ ପଚାରିବାରୁ ସେ କହିଛନ୍ତି ସବୁ ବସ୍ତାରେ ଠିକ୍ ଆସୁନାହିଁ ତେଣୁ ମୁଁ ରଖିବି, ସେମିତି ଚାଉଳ ଗହମ ବଣ୍ଟନ ବେଳେ ମଧ୍ୟ ଗ୍ରାମକୁ ନିର୍ଦ୍ଧିଷ୍ଟ ସମୟରେ ଖବର ଦିଅନ୍ତି ନାହିଁ, ପଡିସା ଗ୍ରାମର ଲୋକେ ଆଣି ସାରିବା ପରେ ଆମେ ଜାଣି ଆଣିବାକୁ ଯାଇଥାଉ ବୋଲି କହିଛନ୍ତି ଦାଆଁଲୋ ଗ୍ରାମବାସୀ, ହେଲେ କାଲି କାହିଁକି ଆସି ନଥିଲା ଆଉ ଦିଅ ହେବ ନାହିଁ ସରି ଯାଇଛି ବୋଲି କୁହନ୍ତି ଡିଲର, ଏ ନେଇ ଏକ ଦରଖାସ୍ତ ତେଣ୍ଡାକୁଡା ସରପଞ୍ଚ ଶ୍ରୀମତୀ ମଳୟ ବାସୀନୀ ମହାନ୍ତି ଓ ବିଡିଓ ଙ୍କ ପାଖରେ ଗ୍ରାମବାସୀ ପଦ୍ମ ଲୋଚନ ରାଉତ, ସୁନୀଲ କୁମାର ବରାଳ, ହୃଷିକେଶ ଖଟୁଆ, ସାଗର ବରାଳ, ସୁଶୀଳ ରାଉତ ଇତ୍ୟାଦି ଅଭିଯୋଗ କରିଛନ୍ତି।

Related Posts

About The Author

Add Comment